ରାଜଗାଙ୍ଗପୁରରେ ଟ୍ରାଫିକ୍ ସମସ୍ୟା ଗୁରୁତର

ରାଜଗାଙ୍ଗପୁରରେ ଟ୍ରାଫିକ୍ ସମସ୍ୟା ଗୁରୁତର

ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଦୃଷ୍ଟି ଦେଉନାହିଁ ପ୍ରଶାସନ।

ଫୋକସ ପ୍ଲସ 26/5/22(ରାଜଗାଙ୍ଗପୁର): ରାଜଗାଙ୍ଗପୁର ସହରର ଟ୍ରାଫିକ ସମସ୍ୟା ଦିନକୁଦିନ ଅତି ଜଟିଳ ଲାଗିଲାଣି I ସହରର ଉଭୟ ପ୍ରବେଶ ପଥର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଅଧିକ ଜଟିଳ ହେବାକୁ ବସିଲାଣି ଯାହାପାଇଁ ସ୍ଥାନୀୟ ସହରବାସୀ ଏବଂ ସହରକୁ ଆସୁଥିବା ସାଧାରଣ ଲୋକ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାପାଈଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଛି । ରାଜଗାଙ୍ଗପୁର ସହରକୁ ୨ଟି ପ୍ରବେଶ ପଥ ରହିଛି । ଗୋଟିଏ ପ୍ରବେଶ ପଥ ରାଣିବନ୍ଧ ହୋଇ ସହରକୁ ପ୍ରବେଶ କରିବାକୁ ପଡ଼ିଥାଏ ଏବଂ ଅନ୍ୟଟି ଜାମପାଲି ଛକ ଲିପଲୋଇ ରାସ୍ତା ଦେଇ ଅସିବାକୁ ହୋଇଥାଏ। ଉଭୟ ପ୍ରବେଶ ପଥରେ କାଳଗାଙ୍ଗପୁର ସିମେଣ୍ଟ କାରଖାନାର ମୁଖ୍ୟ ଫାଟକ ପ୍ରତିବଂଧକ ଭାବେ ରହିଛି। ଲିପଲୋଇ ପ୍ରବେଶ ପଥରେ ରାସ୍ତା ଚଉଡ଼ା ଥିବା ଏହାର ଲାଭ ଉଠାଉଛି ଡାଲମିଆ ସିମେଣ୍ଟ କାରଖାନା।ଯେଉଁଥି ପାଇଁ ଦୈନିକ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ସ୍ଥାନୀୟ ଲିପଲୋଇ ପ୍ରବେଶ ପଥଦେଇ ସ୍ବାଧିମେରୀ ଉଚ୍ଚ ବାଳିକା ବିଦ୍ୟାଳୟ, ନିର୍ମଳା ଇଂରାଜୀ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ବିଦ୍ୟାଳୟ, ସରବତୀ ଦେବୀ ମହିଳା ମହାବିଦ୍ୟାଳୟ ଏବଂ ରାଷ୍ଟ୍ରୀୟ ବିଦ୍ୟାଳୟ ସମେତ ଏକାଧିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି।ଟ୍ରାଫିକ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ସମେତ ରୋଗୀ ସହର ଭିତରକୁ ଯିବା ଆସିବା ସମୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି।ରାଜଗାଙ୍ଗପୁର ସହର ଦେଇ ରାଉରକେଲାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୩ୟ ରେଳ ଲାଇନ ପାଇଁ ଏକ ମୁଖ୍ୟ ସମସ୍ୟା। ସୃଷ୍ଟି କରିଛି । ବର୍ତ୍ତମାନ ରାଜଗାଙ୍ଗପୁର ଦେଇ ପ୍ରତି ୫ମିନିଟରେ ମାଲବାହୀ ଟ୍ରେନ ଗୁଡ଼ିକ ଯିବା ଆସିବା କରୁଛି । ନିୟମିତ ଭାବେ ଟ୍ରେନ ଯିବା ଆସିବା କରିବାରୁ ରେଳ ଫାଟକ ପ୍ରତି ୫ମିନିଟର ବ୍ୟବଧାନରେ ୨୦ରୁ ୩୦ମିନିଟ ବନ୍ଦ ରହୁଛି । ଯାହାଫଳରେ ଫାଟକ ପାର ହୋଇ ଆସିବାକୁ ଥିବା ଯାନ ବାହାନ ଗୁଡ଼ିକ ମୁଖ୍ୟରାସ୍ତା ସହିତ ଇନ୍ଦିରା ଛକ,ସୁବାଷ ବୋଷ ଛକ ପର୍ଯ୍ୟନ୍ତ ଲମ୍ବି ଯାଉଛି । ମୁଖ୍ୟରାସ୍ତାରେ ଯାନ ବାହାନ ଠିଆ ହେବାରୁ ଟ୍ରାଫିକ ସମସ୍ୟା ଅତି ଗୁରୁତର ହୋଇପଡ଼ୁଛି। ମୁଖ୍ୟ ରାସ୍ତାରେ ଯାନ ବାହାନ ଠିଆ ହେବା ଦ୍ବାରା ସୁବାଷ ଚକରୁ ଡାକ୍ତରଖାନାକୁ ଆମ୍ବୁଲାନସ ଯିବା ଆସିବାରେ ଏକ ମୁଖ୍ୟ ସମସ୍ୟା ଦେଖା ଦେଉଛି। ମେନରୋଡ଼ର ପୌରପାଳିକା ରାସ୍ତା ଦେଇ ଆସୁଥିବା ଗାଡ଼ି ଗୁଡ଼ିକ ମଧ୍ୟ ପ୍ରାନୀୟ ଇନ୍ଦିରା ଛକରୁ ରେଳ ଫାଟକଏବଂ ସୁବାସ ଛକକୁ ଯିବା ସମ୍ଭବପର ହେଉ ନାହିଁ।ମୁଖ୍ୟ ରେଳ ଫାଟକର ଅପରପାର୍ଶ୍ଵରେ କୋର୍ଟ,ତହସିଲ ଏବଂ ବ୍ଲକ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି। ଏହି ସମସ୍ୟାକୁ ଆଖି ଆଗରେ ରଖି ପୂର୍ତ ବିଭାଗ ରେଳ ଫାଟକକୁ ବନ୍ଦ କରି ତା ବଦଳରେ ରାଷ୍ଟ୍ରୀୟ ବିଦ୍ୟାଳୟରୁ ଗୋଶାଳା ପର୍ଯ୍ୟନ୍ତ ପ୍ରାୟ ଏକକିଲୋମିଟର ଲମ୍ବାର ଏକ ଓଭରବ୍ରିଜ ନିର୍ମାଣ କରିବା ପାଇଁ ରାଜ୍ୟସରକାରଙ୍କ ନିକଟରେ ପ୍ରସ୍ତାବ ପଠାଇଥିଲା। ରାଜ୍ୟସରକାରଙ୍କର ପ୍ରସ୍ତାବ ଅନୁଯାୟୀ କେନ୍ଦ୍ର ସରକାରଙ୍କର ରେଳବାଇ ବିଭାଗ ରେଳ ଲାଇନ ଉପରେ ୩ଟି ପିଲର ନିର୍ମାଣ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଏଫ୍ଲାଏ ଓଭରବ୍ରିଜ ପାଇଁ ଆଜିପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରିନାହାନ୍ତି।ଯାହାପାଈଁ ରାଜ୍ୟ ସରକାରଙ୍କର ରାଜଗାଙ୍ଗପୁର ଜନସାଧାରଣଙ୍କର ସମସ୍ୟାର ସମାଧାନ ନିମନ୍ତେ କୌଣସି ଆଗ୍ରହ ନଥିବା ଜଣାପଡୁଛି । ଯାହାଫଳରେ ସହର ମଧ୍ୟରେ ଥିବା ଟ୍ରାଫିକ ସମସ୍ୟା ଏକ ମୁଖ୍ୟ କାରଣ ହୋଇଛି । ସେହିପରି ଅନ୍ୟ ପ୍ରବେଶ ପଥ ରାଣିବନ୍ଧକୁ ସହରକୁ ପ୍ରବେଶ କରିବା ମଧ୍ୟ ଏକ ସମସ୍ୟା ଦେଖା ଦେଇଛି।ରାଣୀବନ୍ଧରୁ ସହର ଭିତରକୁ ପ୍ରବେଶ କରିବା ସମୟରେ ଡ଼ାଲମିଆ ସିମେଣ୍ଟ କାରଖାନାର ରେଳ ଫାଟକ ପ୍ରତି ୧୦ ମିନିଟ୍‌ରେ ୩୦ମିନିଟ ବନ୍ଦ ରଖୁଥିବା ଦେଖିବାକୁ ମିଳୁଛି। କାରଖାନ ତାର ଉତ୍ପାଦନ ବୃଦ୍ଧି କରିଥିବାରୁ ବର୍ତ୍ତମାନ ଫାଟକ ଦେଇ ଆମ୍ବୁଲାନ୍ସ, ଛାତ୍ରଛାତ୍ରୀ ଏବଂ ଦିନ ମଜୁରିଆଙ୍କର ପକ୍ଷରେ ଯିବା ଆସିବା ସମସ୍ୟା ଅତି ଜଟିଳ ହୋଇପଡ଼ିଛି। ଅଧିକାଂଶ ସମୟରେ କାରଖାନାରୁ କଞ୍ଚାମାଲ ଏବଂ ରେଳ ଯୋଗେ ସିମେଣ୍ଟ ପରିବହନ କରୁଥିବାରୁ ଫାଟକକୁ ବନ୍ଦ କରିବାକୁ ପଡ଼ୁଛି। ଡାଲମିଆ ସିମେଣ୍ଟ କାରଖାନା ପକ୍ଷରୁ ଏକ ଅଣ୍ଡରର ପାଶ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ନିକଟରେ ଅଟକି ରହିଛି । ସହରର ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ବିଜୁ ପଟ୍ଟନାୟକଛକ,ସୁବାଷ ବୋଷ ଛକ,ରାଜଗାଙ୍ଗପୁର ବ୍ଲକକାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ ଏବଂ କୋର୍ଟ ଭଳି ଗରୁତ୍ତ୍ୱପୂର୍ଣ ଯିବା ପାଇଁ ରାଜ୍ୟସରକାର ତୁରନ୍ତ ଜମି ଅଧିଗ୍ରହଣ କରିବା ସହିତ ଓଭବ୍ରିଜ ନିର୍ମାଣ ତୁରନ୍ତ କରିଲେ ସମସ୍ୟା ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।ଓଭର ବ୍ରିଜ ନିର୍ମାଣ ବିଳମ୍ବ ହେବାଯୋଗୁଁ ଜନ ଅସନ୍ତୋଷ ବଢୁଥିବା ଦେଖା ଦେଇଛି।

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *