ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ

ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ

ଫୋକସ ପ୍ଲସ 26/5/22( କୋଦଳା): ଜଣେ କାଉନସିଲରଙ୍କ ଭିତ୍ତିହୀନ ଯୁକ୍ତି ଯୋଗୁଁ ଆଜି କୋଦଳା ଏନଏସି ବୈଠକ ଅଧାରୁ ବନ୍ଦ ହୋଇଯାଇଛି। ସୂଚନା ଅନୁସାରେ ୭ ଦିନ ପୂର୍ବରୁ ନୋଟିସ କରାଯାଇ ବୁଧବାର ବୈଠକ ପାଇଁ ଧାର୍ଯ୍ୟ କରାଯାଇଥିଲା । ତେବେ କୋଦଳା ଏନଏସି ର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢ଼ୀ ବୈଠକକୁ ଆସି ଆଜି ମିଟିଂ ହୋଇ ପାରିବ ନାହିଁ ବୋଲି ଦାୟିତ୍ବରେ ଥିବା କାର୍ଯ୍ଯ ନିର୍ବାହୀ ଅଧିକାରୀଣୀଙ୍କୁ କହିଥିଲେ। ଏନେଇ ସେ ଏକ ବହି ଜରିଆରେ ଯୁକ୍ତି ବାଢିଥିଲେ। ତେବେ ସଂପୃକ୍ତ ବହି ପୁରୁଣା ଏବଂ ୨୦୧୮ ମସିହାରେ ଗାଇଡ୍ ଲାଇନ୍ ବଦଳି ଯାଇଛି ବୋଲି ଉତ୍ତର ରଖିଥିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ । ଯାହା କିଛି କହିବାର ଅଛି ଲିଖିତ ଅଭିଯୋଗ କରନ୍ତୁ ଏବଂ ଶାନ୍ତି ଶୃଙ୍ଖଳାର ସହ ବୈଠକ ଚାଲିବାକୁ ଦିଅନ୍ତୁ ବୋଲି କହିବା ପରେ ମଧ୍ୟ କାଉନସିଲର ଜଣଙ୍କ ନଛୋଡବନ୍ଧା ହୋଇଥିଲେ। ଏକା ଜିଦ୍ କରି ଥିଲେ ମିଟିଂ ବନ୍ଦ କରାଯାଉ। ଫଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ବାରମ୍ବାର ଅନୁରୋଧ କରିଥିଲେ ସହଯୋଗ କରିବା ପାଇଁ, କିନ୍ତୁ ହୀନ ରାଜନୀତି କରି ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ତରବରିଆ ଭାବେ ମିଟିଂ କୁ ଶେଷ କରି ଦିଆଗଲା। ଫଳରେ କୋଦଳା ଏନଏସି ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ପାରି ନଥିଲା। ତେବେ ଏହି ଘଟଣାକୁ ନେଇ ଏବେ କୋଦଳା ଏନଏସି ବାସିନ୍ଦା ତୀବ୍ର ନିନ୍ଦା କରିଛନ୍ତି। ହୀନ ରାଜନୀତି କରି କୋଦଳାର ବିକାଶକୁ ବାଧା ସୃଷ୍ଟି କରୁଥିବା ବ୍ଯକ୍ତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏ ନେଇ ଅଧ୍ଯକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ପାଇଁ ସେ ନିବେଦନ କରିଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *