ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ

ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ

ଫୋକସ ପ୍ଲସ 26/5/22( ଆଫଗାନିସ୍ଥାନ): ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ସରିଫ୍‌ ସହରରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଠାରେ ତିନୋଟି ପୃଥକ ପୃଥକ ସ୍ଥାନରେ ବିସ୍ଫୋରଣ ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ପ୍ରଥମେ ଏକ ମିନି ବସରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୧୫ ଜଣ ଗୁରୁତର ହୋଇପଡିଥିବା ଜଣାପଡିଛି । ତେବେ ବଲଖ୍‌ ପୋଲିସର ରିପୋର୍ଟ ଅନୁସାରେ, ସହରର ୩ଟି ଭିନ୍ନ ସ୍ଥାନରେ ବୋମା ଖଞ୍ଜା ଯାଇଥିଲା । ଏକ ମିନି ବସରେ ବିସ୍ଫୋରଣ ଘଟିବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି।
ସୋହିପରି କାବୁଲର ଏକ ମସଜିଦ ଭିତରେ ମଧ୍ୟ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିଲେ । ମସଜିଦ ଭିତରେ ଥିବା ଏକ ଫ୍ୟାନରେ ବୋମା ରଖା ଯାଇଥିଲା । ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍ ନିଜକୁ ଦାୟୀ କରିଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲା ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ବଢିବାରେ ଲାଗିଛି। ଗତ ଏପ୍ରିଲ ୨୮ ତାରିଖରେ ମଧ୍ୟ ବସରେ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୩ ଜଣ ଗୁରୁତର ହୋଇଥିଲେ । ଏପ୍ରିଲ ୨୧ ତାରିଖରେ ନମାଜ ପଢୁଥିବା ସମୟରେ ଡୋକାନ୍‌ ମସଜିଦରେ ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୨ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୮ ଜଣ ଆହତ ହୋଇଥିଲେ ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *