ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଫୋକସ ପ୍ଲସ 26/5/22( ବାଲିଗୁଡ଼ା): ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ କ୍ଷେତ୍ରଞ୍ଚଳ ଦାୟିତ୍ୱରେ ଥିବା ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ସ୍ୱାଇଁ । ସୂଚନା ପ୍ରକାରେ ଆଜି ଜଣେ ହିତାଧିକାରୀଙ୍କ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁର୍ତମଗଡ଼ ଗ୍ରାମରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ l ତୁମୁଡିବନ୍ଧ ବ୍ଲକ ଦୁପି ଗ୍ରାମର ସୁବାଷ ମଲ୍ଲିକ ନାମକ ବ୍ୟକ୍ତି ଡୁ଼ପୀ ଏବଂ ଆଡ଼ିପଦର ଗ୍ରାମର ଚାରିଜଣ ହିତାଧିକାରୀଙ୍କର କୃଷି ଉପଯୋଗୀ ପୋଖରୀ ଖନନ ପ୍ରାପ୍ୟ ମଞ୍ଜୁର କରିବା ପାଇଁ ଜଣକ ପିଛା ୩୦ ହଜାର ଲେଖାଏଁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ନିର୍ବାହୀ ଯନ୍ତ୍ରୀ ଦାବୀ କରିଥିଲେ । ଆଜି ୫୦ ହଜାର ଟଙ୍କା ନେଉଥିବା ବେଳେ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି l ବାଲିଗୁଡ଼ାରେ ଥିବା ତାଙ୍କ ଭଡ଼ା ଘର ଓ ଫୁଲବାଣୀ ରେ ଥିବା ପ୍ରକୃତି ବିହାର ଭଡ଼ା ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପାଇବା ସହ ଭିଜିଲାନ୍ସ ଏକ ମାମାଲା ରୁଜୁ କରି ଦାଏର ତଦନ୍ତ ଜାରୀ ରଖିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି l ଅନ୍ୟପଟେ ଏକ ଷଡଯନ୍ତ୍ର କରି ଫସାଇଦିଆଯାଇଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ସ୍ୱାଇଁ l

Related post

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଭତ୍ତା ଟଙ୍କାରୁ ବଞ୍ଚିତ ଅସହାୟ ବୃଦ୍ଧା

ଫୋକସ ପ୍ଲସ (ଦଶମନ୍ତପୁର) ୦୫/୦୭/୨୦୨୨: ଜଣେ ଅସହାୟ ବୃଦ୍ଧାଙ୍କ ଆଧାର କାର୍ଡ ନଥିବା ରୁ ଏକ ବର୍ଷ ହେଲା ପଞ୍ଚାୟତ ପକ୍ଷରୁ ଭତ୍ତା ଟଙ୍କା ଦିଆ ଯାଉନ ଥିବା…
ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ

ଫୋକସ ପ୍ଲସ (ଗଜପତି) ୦୫/୦୭/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ।…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର

ଫୋକସ ପ୍ଲସ (ଭୁବନେଶ୍ୱର) ୦୫/୦୭/୨୦୨୨: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ…

Leave a Reply

Your email address will not be published.