ବ୍ୟବସାୟୀଙ୍କ ଉପରେ ଅଚାନକ ଚଢାଉ

ବ୍ୟବସାୟୀଙ୍କ ଉପରେ ଅଚାନକ ଚଢାଉ

ଫୋକସ ପ୍ଲସ 26/5/22 (ଆଗରପଡ଼ା ): ଆଜି ପୂର୍ବାହ୍ନରେ ବନ୍ତ ବ୍ଲକ ଅଧୀନ ଆଗରପଡ଼ା ଅଞ୍ଚଳରେ ତମାଖୁ ବ୍ୟବସାୟୀଙ୍କ ଉପରେ ଏକ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଚଢ଼ାଉ କରଯାଇଛି l ତମାଖୁ ବ୍ୟବସାୟକୁ ସମ୍ପୁର୍ଣ୍ଣ ରୋକ ଲଗା ଯାଇଥିବା ବେଳେ କେତେକ ବ୍ୟବସାୟୀ ଏହାକୁ ଖୋଲାଖୋଲି ଉଲଙ୍ଘନ କରୁଥିବା ଅଭିଯୋଗ ହୋଇ ଆସୁଚି l ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦୋକାନରେ ବିକ୍ରୟ ଉଦ୍ଦେଶ୍ୟରେ ଥିବା ତମାଖୁ ବ୍ୟବସାୟୀ ଙ୍କ ଉପରେ ଚଢ଼ାଉ କରାଯାଇ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଚି l ଏହି ଚଢାଉ ସମୟରେ ଆଗରପଡ଼ା ର ବିଭିନ୍ନ ଛକ ମାନଙ୍କରେ ଚଢ଼ାଉ କରାଯାଇଥିଲା ଯଥା କୁଅଂଶ ମଢ଼ିଆ , ଥାନା ଛକ,ମେଡିକାଲ ଛକ,ମହତାବ ଛକ,ଲକ୍ଷ୍ମିବାଜର ଛକ, ରଥ ଦାଣ୍ଡ ଛକ,ତାରିଣୀ ଛକ, ସିଟି ସ୍କୁଲ୍ ଛକ, କାଣ୍ଡବା ଛକ ମାନଙ୍କରେ ଚଢ଼ାଉ ହୋଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ଵାତୀ ପଟ୍ଟନାୟକ,ଆଗରପଡ଼ା ଥାନା ଏସ.ଆଇ ନିତାଇ ଚରଣ ମହାନ୍ତି, ଡାକ୍ତର କାଶୀନାଥ ପଣ୍ଡା, ଦୀପକ ରାଉତ୍, ବହୁମୁଖି ସ୍ଵାସ୍ଥ୍ୟ ପରିଦର୍ଶକ ରମେଶ ଚନ୍ଦ୍ର ବେହେରା, ଚନ୍ଦନ ତିରିଆ, ଦୁର୍ଯ୍ୟଧନ ନାୟକ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।

ବନ୍ତ ରୁ ବାବୁରାମ ବେହେରା ଙ୍କ ରିପୋର୍ଟ

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *