ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ବୋହୁ କରିଥିଲେ ଋଣ…ଶାଶୁ ଖାଇଲେ ମାଡ଼

ଫୋକସ ପ୍ଲସ 26/5/22 (କେନ୍ଦ୍ରାପଡା):ବୋହୁ କରିଥିଲେ ଋଣ |ଶାଶୁ ଖାଇଲେ ମାଡ଼, ଖାଲି ମାଡ଼ ନୁହେ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପୁରାଇ ତାଲା ପକାଇ ରଖିଲେ ମହିଳା ସମିତିର ସଭାପତି |ଖବର ପାଇ ପୋଲିସ ପହଞ୍ଚି ବୃଦ୍ଧା ଙ୍କୁ ଉଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି ।ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ଗଞ୍ଜା ଗାଁରେ |ଗଞ୍ଜା ଗାଁର ଏକ ମହିଳା ସମିତିରୁ ଋଣ ଆଣିଥିଲେ ପୂଜା ରାୟ, ପାରିବାରିକ ଅଭାବରୁ ଠିକ ସମୟରେ କିସ୍ତି ପଇସା ସୁଝି ପାରୁନଥିଲେ |ଯାହା ଫଳରେ ବାରମ୍ଭାର ମହିଳା ସମିତିର ସଭାପତି ଗାୟତ୍ରୀ ମହଲା ତାଙ୍କୁ ତାଗିଦ କରୁଥିଲେ ।ଦୁର୍ଭାଗ୍ୟ ବଶତଃ ପୂଜାଙ୍କର ସ୍ୱାମୀ ଅସୁସ୍ଥ ହେବାରୁ ସେ ସ୍ବାମୀଙ୍କୁ ମେଡ଼ିକାଲ ନେଇ ଯାଇଥିବା ବେଳେ ଆଜି ପୁଣି ମହିଳା ସମିତି ସଭାପତି ଗାୟତ୍ରୀ ପହଞ୍ଚିଥିଲେ ପୂଜାଙ୍କ ଘରେ ପୂଜା ଅନୁପସ୍ଥିତ ଥିବାରୁ ସେ ଉତ୍ୟକ୍ତ ହୋଇ ତାଙ୍କର ୮୦ବର୍ଷ ବୟସର ବୃଦ୍ଧା ଶାଶୁ ସରସ୍ୱତୀ ରାୟଙ୍କୁ ମାଡ଼ ମାରିବା ସହିତ ଘରେ ପୁରାଇ ତାଲା ପକାଇ ଦେଇଥିଲେ।ଗାଁର କିଛି ଯୁବକ ଏନେଇ ରାଜକନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ସରସ୍ୱତୀ ଙ୍କୁ ଉଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ରେ ଭର୍ତ୍ତି କରିଥିବା ଜଣାପଡିଛି।ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ନିରୀହ ବୃଦ୍ଧା ଙ୍କୁ ମହିଳା ସମିତିର ସଭାପତି ଦୀର୍ଘ ଚାରିଘଣ୍ଟା ଆବଦ୍ଧ କୋଠରୀ ଭିତରେ ପୁରାଇ ତାଲା ପକାଇବା କେତେଦୂର ଯୁକ୍ତିଯୁକ୍ତ |ସାମାନ୍ୟ କେଇଟା ଟଙ୍କା ପାଇଁ ମହିଳା ସମିତିର ସଭାପତିଙ୍କର ଏଭଳି ଆଚରଣ ସାଧାରଣରେ ନିନ୍ଦାର ବିଷୟ ହୋଇଛି।ଟଙ୍କା ପାଇଁ ମାନବିକତା କୁ ଭୁଲିଯାଇ ଜଣେ ମହିଳା ଆଉଜଣେ ବୃଦ୍ଧା ଙ୍କୁ ଘରେ ପୁରାଇ ତାଲା ପକାଇବା ଘଟଣା ରେ ରାଜକନିକା ପୋଲିସ କଣ ପଦକ୍ଷପ ନେଉଛି ତାକୁହିଁ ଅପେକ୍ଷା I
ରାଜକନିକା ଆଳି ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *