ସହାୟତାର ହାତ ବଢ଼ାଇଲେ ହ୍ୟୁମାନ କେୟାର ଫାଉଣ୍ଡେସନ

ସହାୟତାର ହାତ ବଢ଼ାଇଲେ ହ୍ୟୁମାନ କେୟାର ଫାଉଣ୍ଡେସନ

ଫୋକସ ପ୍ଲସ 27/5/22(ଭଦ୍ରକ): ଗତ କାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଳକ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତ ର ଉପେନ୍ଦ୍ର ବେହେରା ଙ୍କ ୮ ବଖରା ଘର ସଂପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି, ସୂଚନା ଅନୁସାରେ ରାତ୍ରି ପ୍ରାୟ ୩.୩୦ ସମୟରେ କୌଣସି କାରଣରୁ ସଟ୍ ସାର୍କିଟ୍ ରେ ଘରେ ନିଆଁ ଲାଗିଯାଇଥିଲା ପରେ ପରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ , ଗାଁ ଲୋକ ଏବଂ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ଦ୍ଵାରା ନିଆଁ କୁ ଆୟତ କରାଯାଇଥିଲା କିନ୍ତୁ ଘର ନିଆଁ ଲାଗିବା ଫଳରେ ଘରର ସମ୍ପୁର୍ଣ୍ଣ ଆସବାବପତ୍ର, ଜମିବାଡ଼ି ସମ୍ପର୍କିତ କାଗଜପତ୍ର ସହ ପିଲାଙ୍କର ପାଠପଢ଼ା ବହି ଠୁ ଆରମ୍ଭ କରି ସାର୍ଟିଫିକେଟ ଏବଂ କିଛି ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି, ତେଣୁ ଉକ୍ତ ପରିବାର ସରକାର ଙ୍କୁ ସହାୟତା ର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି, ପରବର୍ତ୍ତୀ ସମୟରେ ଯେତେବେଳେ ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର କର୍ମକର୍ତ୍ତା ଏ ବିଷୟରେ ଜାଣିବାକୁ ପାଇଲେ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର ସଭାପତି- ଶ୍ରୀଯୁକ୍ତ ମଣିଭଦ୍ର ସାହୁ, ସମ୍ପାଦକ – ସୂର୍ଯ୍ୟନାରାୟଣ ମହାନ୍ତି, କୋଷାଧ୍ୟକ୍ଷ – ଉମେଶ ରଞ୍ଜନ ନାୟକ, ପରାମର୍ଶ ଦାତା- କମଳ ଲୋଚନ ଲେଙ୍କା ,ଗଦାଧର ଜେନା, ବିଜୟ କୁମାର ସାହୁ, ଅଜୟ କୁମାର ମହାନ୍ତି, ପ୍ରଫୁଲ୍ଲ କୁଆଁର, ଦିବ୍ୟସିଂହ ମହାନ୍ତି, ଆଇନ ପରାମର୍ଶଦାତା – ଦିଗମ୍ବର ମିଶ୍ର, ମିଡ଼ିଆ ସଂଯୋଜକ -ଉମାକାନ୍ତ ସେଠୀଙ୍କ ସମେତ ସଂଗଠନର ଆଗଧାଡିର କାର୍ଯ୍ୟରତ ସମାଜସେବୀ ତଥା ପରମେଶ୍ବର ବନ୍ଧ, ଅମରେନ୍ଦ୍ର ନାୟକ, ରାଜେନ୍ଦ୍ର ବାରିକ୍, ଜୟନ୍ତ ନାୟକ,ସରତ ନାୟକ, ସୁରେଶ ବେହେରା,ସତ୍ରୁଘନ ଶିଅଳ, ବଳରାମ ପଣ୍ଡା, ପ୍ରମୋଦ ନାୟକ, ମହେନ୍ଦ୍ର ସେଠି ଉକ୍ତ ପରିବାର ବର୍ଗଙ୍କୁ ଭେଟି ଶୁଖିଲା ଖାଦ୍ୟ, ନୂତନ ବସ୍ତ୍ର ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଉକ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ,ତେଣୁ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର ଏପରି କାର୍ଯ୍ୟ କୁ ଗ୍ରାମବାସୀ ମାନେ ପ୍ରଶଂସା କରିବା ସହ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫକସ ପ୍ଲସ

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *