ହେନ୍ତାଳବନ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମର ଉଦଘାଟନ

ହେନ୍ତାଳବନ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମର ଉଦଘାଟନ

ଫୋକସ ପ୍ଲସ 27/5/22(ଅସ୍ତରଙ୍ଗ): ଅସ୍ତରଙ୍ଗ ସାମୁଦ୍ରିକ ଉପକୂଳରେ ହେନ୍ତାଳ ବଣର ସୂରକ୍ଷା ଓ ସଚେତନତା ନିମନ୍ତେ ଆଜିଠୁ ଆରମ୍ଭ ହୋଇଥିବା ୪ଦିନିଆ କାର୍ଯ୍ୟକ୍ରମ ଓ ପଦଯାତ୍ରାର ଆଜି ଆଜି ଉଦ୍ଘାଟନ ହୋଇଯାଇଛି| ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଓ ପ୍ରଜାପିତା ବ୍ରହ୍ମକୁମାରୀ ଅସ୍ତରଙ୍ଗ ଶାଖାର ମିଳିତ ଆନୁକୂଲ୍ୟରେ ଅସ୍ତରଙ୍ଗ ବଜାରସ୍ଥିତ ବସ୍ ଷ୍ଟାଣ୍ଡରେ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ଲୋକାୟୁକ୍ତଙ୍କ ମାନ୍ୟବର ସଦସ୍ୟ ତଥା ଓଡିଶା ସରକାରଙ୍କ ପ୍ରାକ୍ତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ଦେବବ୍ରତ ସ୍ୱାଇଁ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ପୂର୍ବରୁ ଅତିଥିବୃନ୍ଦ ପ୍ରଥମେ ପୃଥିବୀ ମାତାକୁ ସମ୍ମାନ ଜଣାଇ ଧୂପଦୀପ ଦେଇ ମାଟି ମାଆକୁ ପୂଜା କରି ଅସ୍ତରଙ୍ଗର ସବୁଜ ଶାଖା କ୍ଲବ ଓ ବ୍ରହ୍ମକୁମାରୀ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା| ଏଥିସହ ପ୍ରଦୀପ ପ୍ରଜ୍ୱଳନ କରି ମୁଖ୍ୟ ଅତିଥି ଡଃ ସ୍ୱାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ| ଲୁଣା ଜଙ୍ଗଲ କିପରି ଉପକୂଳ ପାଇଁ ସୂରକ୍ଷାର କବଚ ଓ ପୁଣି ଅସ୍ତରଙ୍ଗରେ ହସିବ ଲୁଣା ଜଙ୍ଗଲ ଉପରେ ଆଲୋଚନା ଚକ୍ରରେ ଅତିଥିମାନେ ନିଜର ମତାମତ ରଖିବା ସମେତ ଦର୍ଶକଙ୍କୁ ସଚେତନାର ବାର୍ତ୍ତା ଛିଞ୍ଚନ କରିଥିଲେ|ଅସ୍ତରଙ୍ଗ ଅଞ୍ଚଳରେ ପୂର୍ବରୁ ଲୁଣା ଜଙ୍ଗଲ ଥାଇ ମୃତିକା କ୍ଷୟକୁ ରୋକିବା ସମେତ ପରିବେଶକୁ ସୂରକ୍ଷା ପ୍ରଦାନ କରୁଥିଲା |ଲୁଣା ଜଙ୍ଗଲ ଧ୍ୱଂସ ପାଇବାରେ ବିପଦ ମାଡିଆସିବା,ଲୁଣ ଜଙ୍ଗଲ ରହିଲେ ମାଛ କଙ୍କଡା ପରି ଜଳଜୀବ ବଂଶ ବୃଦ୍ଧି କରିପାରିବେ,ଅନୂପରମାଣୁ ଭଳି ମୃତ୍ତିକା କ୍ଷୟ ରୋକିବାରେ ସହାୟକ ହେବା ସମେତ ପ୍ରାକୃତିକ ବିପଦକୁ ପ୍ରତିରୋଧ କରିପାରିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିବୃନ୍ଦ ମତ ରଖିଥିଲେ| ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ପରିଚାଳନା ଟ୍ରଷ୍ଟି ସୌମ୍ୟ ରଞ୍ଜନ ବିଶ୍ୱାଳ, ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ପୂର୍ବତନ ୱାଇଲଡ୍ ଲାଇଫ ଓାର୍ଡନ୍ ଆକାଶ ରଞ୍ଜନ ରଥ ,ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶ କର୍ମ ବିଚିତ୍ରାନନ୍ଦ ବିଶ୍ୱାଳ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ| କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି.ରାମସ୍ୱାମୀ,ସମ୍ମାନନୀୟ ଅତିଥି ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ମୁଖ୍ୟ ରାଜଯୋଗିନୀ ଭଉଣୀ ବି.କେ କୁନ୍ତଳା, ଓଡିଶା ପରିବେଶ ସୋସାଇଟ୍ ସଭାପତ ଡଃ ସୁନ୍ଦର ନାରାୟଣ ପାତ୍ର ଓ ସହ-ସମ୍ପାଦକ ଇଂ ମନୋରଞ୍ଜନ ମିଶ୍ର,ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ୬୨ ଧରି ଅଭିନବ ପ୍ରୟାସ ଜାରିରଖିଥିବା ନୟାଗଡର ବର୍ଷିୟାନ ପରିବେଶ କର୍ମୀ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଯୋଗଦେଇଥିଲେ|ଏହି ଅବସରରେ ନୂଆ ଟି-ସାର୍ଟ ସମେତ ପରିବେଶ କର୍ମୀ ଅନ୍ତର୍ଯ୍ୟାମୀ ସାହୁଙ୍କ ହାତ ଲେଖା ସଚେତନତା ଫଳକ ଷ୍ଟଲର ଉନ୍ମୋଚନ କରାଯାଇଥିଲା |ଅସ୍ତରଙ୍ଗର ଲୁଣା ଜଙ୍ଗଲ ସୁରକ୍ଷା ପାଇଁ ନିରବଚ୍ଛିନ୍ନ ପ୍ରୟାସ ଜାରିରଖିଥିବା ସହନ ଗ୍ରାମର ମହିଳା ସଙ୍ଗଠନ ଓ ଅସ୍ତରଙ୍ଗରେ ସବୁଜିମା ସୃଷ୍ଟି ପାଇଁ ପ୍ରୟାସ ରଖିଥିବା ଅଭୟ ନାୟକଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ|ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ସଦସ୍ୟ ତଥା ସମାଜସେବୀ ଦୁଷ୍ମନ୍ତ ପରିଡା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସୌମ୍ୟ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ|୪ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ନୂଆ ନୂଆ ଅତିଥି ଯୋଗଦେବା ସମେତ ଆସନ୍ତା କାଲି ଠାରୁ ଅସ୍ତରଙ୍ଗର ଦେବୀ ମୁହାଣ ଠାରୁ କାଦୁଆ ମୁହାଣ ପର୍ଯ୍ୟନ୍ତ ଲୁଣା ଜଙ୍ଗଲ ଉପରେ ଏକ ସଚେତନତା ପଦଯାତ୍ରା ବାହାରି ଉପକୂଳରେ ବସବାସ କରୁଥିବା ଲୋକଙ୍କୁ ସଚେତନତା ସୃଷ୍ଟିକରିବାକୁ ରହିଛି|
ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *