ବେପରୁଆ ଗାଡି ଚାଳନା, ଓଲଟିଲା ଟ୍ରକ ୨୦ ଆହତ ୫ ଜଣ ଗୁରୁତର

ବେପରୁଆ ଗାଡି ଚାଳନା, ଓଲଟିଲା ଟ୍ରକ ୨୦ ଆହତ ୫ ଜଣ ଗୁରୁତର

ଫୋକସ ପ୍ଲସ 27/5/22(ଢେଙ୍କାନାଳ ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଶ୍ରମିକ ମାନେ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରୁକସନ କମ୍ପାନୀର ହୋଇଥିବା ବେଳେ ଅଣଓଡ଼ିଆ ଶ୍ରମିକ ହୋଇଥିବା ସୂଚନା ମିଳିଛି । ମୁକ୍ତାପଶିରୁ ରେଲୱେ କାର୍ଯ୍ୟ ସାରି କମଳାଙ୍ଗ ଗାଁ ସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଯାଉଥିବା ବେଳେ ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ଟ୍ରକ । ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି । କିପରି ଏବଂ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଠିକାସଂସ୍ଥା ବିନା ସୁରକ୍ଷାରେ ଶ୍ରମିକ ମାନଙ୍କୁ ଟ୍ରକରେ ନେଇ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଢ଼ ଦେବାକୁ ସାଧାରଣରେ ଦାବି ହୋଇଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *