ଦର୍ଲିପାଲି NTPC ର ଭ୍ରାମ୍ୟମାଣ ଚିକିତ୍ସାଳୟ

ଦର୍ଲିପାଲି NTPC ର ଭ୍ରାମ୍ୟମାଣ ଚିକିତ୍ସାଳୟ

ଫୋକସ ପ୍ଲସ 27/5/22(ସୁନ୍ଦରଗଡ଼): ସୁନ୍ଦରଗଡ଼ ଦର୍ଲିପାଲି ଏନ୍ ଟି ପି ସି ପକ୍ଷରୁ ପାରିପାର୍ଶ୍ବିକ ଗ୍ରାମଗୁଡିକର ଜନସାଧାରଣଙ୍କୁ ହାତ ପାହାନ୍ତରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଭ୍ରାମ୍ୟମାଣ ଚିକିତ୍ସାଳୟ,ମୋବାଇଲ ହେଲଥ କ୍ଲିନିକ୍ ଆରମ୍ଭ କରାଯାଇଛି ।ପ୍ରକଳ୍ପ ମୁଖ୍ୟ ଏ,କେ, ଟଣ୍ଡନ ପତାକା ଦେଖାଇ ଶୁଭାରମ୍ଭ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ପ୍ରକଳ୍ପର ବରିଷ୍ଠ ଅଧିକାରୀ,ସି ଏମ ଓ ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ।ଉକ୍ତ ମୋବାଇଲ କ୍ଲିନିକ ରେ ଜଣେ ମହିଳା ଡାକ୍ତର ଆଇ ତିନି ଜଣ ପାରା ମେଡିକାଲ ଷ୍ଟାଫ ନର୍ସ ଙ୍କ ସମେତ ଦୁଇ ଜଣ ଡାକ୍ତର ରହିଛନ୍ତି ।ଏହା ଗ୍ରାମାଞ୍ଚଳ ର ଲୋକଙ୍କ ଦ୍ବାର ମୁହଁରେ ପହଞ୍ଚିବା ସହିତ ଉନ୍ନତ ଚିକିତ୍ସା ସୁବିଧା ମାଗଣା ଔଷଧ ସହିତ ଡାକ୍ତରୀ ପରାମର୍ଶ ମାଗଣାରେ ପ୍ରଦାନ କରିବ ।ଏହା ଛଡ଼ା ଆଧୁନିକ ମେଡିକାଲ ସଜ୍ଜିତ ଯାନ,ପ୍ରଜନନ ସ୍ବାସ୍ଥ୍ୟ ସେବା ଯଥା ପ୍ରସବ କାଳୀନ ପ୍ରସୂତୀ ଓ ପ୍ରସବ କାଳୀନ ଯତ୍ନ ସହିତ ଅନ୍ୟାନ୍ୟ ସର୍ବନିମ୍ନ ପରୀକ୍ଷା ସୁବିଧା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିବ ।ଏହି ଭ୍ରାମ୍ୟମାଣ ଚିକିତ୍ସାଳୟ ମାସକରେ ୨୪ ଦିନ କାର୍ଯ୍ୟ କରିବ ଏବଂ ଦର୍ଲିପାଲି ,ରାଏଡିହୀ, ଲଇକେରା,ଲୋଇସିଂ,ରାଜପୁର,ଗୋଡ ମାଲ,ଚାନ୍ଦିନୀ ମାଲ,ରାଏ ବଗା ଆଦି ବିଭିନ୍ନ ଗ୍ରାମ ପଞ୍ଚାୟତର ୨୫ ରୁ ଉର୍ଦ୍ଧ ଗାଁ ପରିକ୍ରମା କରି ସେବା ଯୋଗାଇବ ।ଏନ୍ ଟି ପି ସି ର ଏହି ପଦକ୍ଷେପ କୁ ପଞ୍ଚାୟତ ପ୍ରତିନିଧି ତଥା ଅଞ୍ଚଳ ବାସି ଙ୍କ ପକ୍ଷରୁ ସ୍ଵାଗତ କରାଯାଉଛି । ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ ଫୋକସ ପ୍ଲସ

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *