ମନ୍ଦିରରେ ଚାଲିଛି ବିଦ୍ୟାଳୟ

ମନ୍ଦିରରେ ଚାଲିଛି ବିଦ୍ୟାଳୟ

ଫୋକସ ପ୍ଲସ 27/5/22(ସାଲେପୁର): ମନ୍ଦିର ରେ ଚାଲିଛି ବିଦ୍ୟାଳୟ ? କଥାଟି କୌତୂହଳ ପ୍ରଦ ହେଲେହେଁ ବାସ୍ତବ ସତ୍ୟ।ଏଭଳି ବିଦ୍ୟାଳୟ ଟି ଚାଲିଛି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ। ଗ୍ରାମର ବାଣେ ଶ୍ୱର ମନ୍ଦିର ମଧ୍ୟରେପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ନ୍ତି। ଯାହାଦ୍ୱାରା ପଢିବା ପାଇଁ ଘୋର ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି ପିଲାମାନେ। ଏଥିପାଇଁ ଦୁଇ ଜଣ ସରକାରୀ ଶିକ୍ଷକ ଙ୍କୁ ନିଯୁକ୍ତି ମିଳିଛି।2015 ମସିହା ରୁ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସ୍କୁଲ ର ନିଜସ୍ୱ ଗୃହ ନିର୍ମାଣ ସମ୍ଭବ ହୋଇପାରିନାହଁ। ବର୍ଷା ବତାସ ରେ ପିଲାମାନଙ୍କ ବହିପତ୍ର ଭିଜି ଯାଉଥିବା ବେଳେ, ମନ୍ଦିର ରେ ପାଠ ପଢା ସମୟରେ କୁକୁର ମାଙ୍କଡ଼ ଆଦି ପଶି ଯାଉଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି. ସେହିପରି, ବାହାରେ ଗଛ ମୂଳରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥାନ୍ତି. ବିଦ୍ୟାଳୟ ଜଗତସିଂହପୁର ଶିକ୍ଷା ଜିଲ୍ଲା ଅଧୀନ ରେ ଥିବା ସମୟରେ 7ଲକ୍ଷ ଟଙ୍କା ର ଅନୁଦାନ ଆସିଥିଲା।ମାତ୍ର ସାଲେପୁର ଶିକ୍ଷା ଜିଲ୍ଲା ଅଧୀନ କୁ ଆସିବା ପରେ ଏହି ବିଦ୍ୟାଳୟ ପ୍ରତି ଗୁରୁତ୍ୱ ନମିଳିବାରୁ ସେହିପରି ଅବ୍ୟବସ୍ଥା ମଧ୍ୟ୍ୟ ରେ ଚାଲିଛି ବିଦ୍ୟାଳୟ। ତୁରନ୍ତ ବିଦ୍ୟାଳୟ ର ଗୃହ ନିର୍ମାଣ କରାଯାଇ ବିଦ୍ୟାଳୟ ରପରିବେଶ ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯିବାକୁ ଛାତ୍ରାଭିଭାବକ ମାନେ ଦାବି କରିଛନ୍ତି।

କଟକ ଜିଲ୍ଲାର ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *