ମଧ୍ୟରାତ୍ରରେ ସ୍ୱାସ୍ଥ୍ୟସେବାର ଚିତ୍ର

ମଧ୍ୟରାତ୍ରରେ ସ୍ୱାସ୍ଥ୍ୟସେବାର ଚିତ୍ର

ଫୋକସ ପ୍ଲସ 27/5/22(ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାହାକି ଜିଲ୍ଲା ସଦର ମହକୁମା ଠାରୁ 10 କିମି ଦୂରରେ ଅବସ୍ଥିତ। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ୱାସ୍ଥ୍ୟସେବା ପାଇଁ ଆଖପାଖର ପ୍ରାୟ ଶହ ଶହ ଲୋକ ନିର୍ଭର କରନ୍ତି।କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତ୍ର ସମୟରେ ସଠିକ ସ୍ୱାସ୍ଥ୍ୟସେବା ମିଳୁ ନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।ତେଣୁ ଖବର ପାଇ ଆମେ ଆଜି ରାତ୍ର ପ୍ରାୟ 1.30 ମି ସମୟରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ସେଠାରେ ପହଞ୍ଚି ଥିଲୁ।ସେଠାରେ ପହଞ୍ଚି ଦେଖିଲୁ ଯେ ସ୍ୱାସ୍ଥ୍ୟକେନ୍ଦ୍ରର ବହିଃବିଭାଗ,ଡ୍ରେସିଂ କକ୍ଷ ଆଦି ସମସ୍ତ କକ୍ଷରେ ତାଲା ପଡ଼ିଥିବା ବେଳେ କୌଣସି ଅଧିକାରୀ କିମ୍ବା ସୁରକ୍ଷା କର୍ମୀ ଉପସ୍ଥିତ ନାହାଁନ୍ତି।ବହୁତ ଅନୁସନ୍ଧାନ ପରେ ଜାଣିବାକୁ ପାଇଲୁ ଯେ କାର୍ଯ୍ୟରତ ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଭିତରେ ଥିବା ତାଙ୍କର ସରକାରୀ ବାସଭବନରେ ରେ ସୋଇଛନ୍ତି।ତାଙ୍କ ସରକାରୀ ବାସଭବନ ପାଖକୁ ଯାଇ କଲିଂ ବେଲ ମାରିବାରୁ ଜଣେ ବ୍ୟକ୍ତି ନାମ- ଉଲ୍ଲାସ ଚନ୍ଦ୍ର ପ୍ରଧାନ ଆସି ଦୁଆର ଖୋଲିଲେ ଏବଂ ନିଜକୁ ମେଡ଼ିକାଲର ଅଟେଣ୍ଡାଣ୍ଟ ବୋଲି ପରିଚୟ ଦେଲେ।ପରେ ସେ ଡାକିବାରୁ କାର୍ଯ୍ୟରତ ଡାକ୍ତର ଅଭିଷେକ ଜେନାମଣି ବାହାରକୁ ଆସିଥିଲେ। ରାତ୍ରିରେ କାର୍ଯ୍ୟରତ ସମୟରେ ଆପଣ କିଭଳି quarter ରେ ଶୋଇଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ଓପିଡ଼ି ନିକଟରେ ବିଶ୍ରାମପାଇଁ କୌଣସି କକ୍ଷ ନଥିବାରୁ ଆମେ ଏଇଠି ବିଶ୍ରାମ ନେଉଛୁ।ଯଦି କୌଣସି ରୋଗୀ ଆସି ଆମକୁ ଡାକନ୍ତି ତ ଆମେ ଏଇଠି ତାଙ୍କୁ ସେବା ଯୋଗେଇ ଦେଉଛୁ ବୋଲି କହିଲେ ।ତେବେ ପ୍ରଶ୍ନ ଉଠୁଛି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଧିକାଂଶ ଆଦିବାସୀ ହରିଜନ ଲୋକ ନିର୍ଭର କରୁଥିବାବେଳେ ଯଦି ସେମାନେ ରାତି ଅଧରେ ଜରୁରୀ ସେବା ପାଇଁ ଏଠାକୁ ଆସନ୍ତି ତାହାଲେ ସେମାନେ କିପରି ଅବଗତ ହେବେ ଯେ ଡାକ୍ତର କୋଉଠି ଅଛନ୍ତି ଏବଂ ସେମାନେ କିପରି ସେବା ପାଇ ପାରିବେ ।ଏ ନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ବାରମ୍ବାର ଆମ ପ୍ରତିନିଧି ଯିବା ସତ୍ତ୍ୱେ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
ଖୋର୍ଦ୍ଧା ରୁ କ୍ୟାମେରା ପର୍ସନ ପ୍ରଶାନ୍ତ ଜେନା ଙ୍କ ସହିତ ଜାଗେଶ୍ୱର୍ ପ୍ରଧାନ ଙ୍କ ସହିତ ଖୋର୍ଦ୍ଧା ରୁ ଆକାଶ କୁମାର ବିଶ୍ବାଳ ଙ୍କ ରିପୋର୍ଟ୍ ଫୋକସ ପ୍ଲୁସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *