ମିଳୁନି ସରକାରୀ ସହାୟତା, ନୟାନ୍ତ ହେଲାଣି ପରିବାର

ମିଳୁନି ସରକାରୀ ସହାୟତା, ନୟାନ୍ତ ହେଲାଣି ପରିବାର

ଫୋକସ ପ୍ଲସ 27/5/22(ବ୍ରହ୍ମପୁର):ବ୍ରହ୍ମପୁର ସ୍ୱାମୀ ମରିଗଲେ, ପ୍ରାୟ ୬ମାସ ଆଗରୁ । ମୁଁ ଏକୁଟିଆ ହୋଇଗଲି। ମୋ ଦୁଇ ଝିଅ ଆଉ ମୋ ପୁଅ ବାପା ଛେଉଣ୍ଡ ହୋଇଗଲେ। କେତେ ବେଳେ ଖାଇବାକୁ ଦେଇପାରୁଛି ତ କେତେ ବେଳେ ନାହିଁ। ମୁଁ ଏକା କେତେ ବା ଖଟିବି, ଆଉ ପାରୁନି। ଖଟି ବାକୁ ଇଛା ଥିଲେ ମଧ୍ୟ କଣ ସବୁ ଦିନେ କାମ ମିଳୁଛି। ଗାଁ ଗଉଁଳି ର କଥା କିଏ କାମ ପାଇ ଡାକିଲେ କିଏ ଡାକୁନି। ଏମିତି ରେ କଣ ମୋ ତିନି ପିଲାଙ୍କୁ ମଣିଷ କରି ପାରିବି !!!
ସେଥିପାଇଁ ଟିକିଏ ସାହାରା ପାଇଁ ବାପ ଘରେ ରହୁଛି। ହୁଏତ ବାପା ଭାଇ ଙ୍କ ଠାରୁ ଟିକିଏ ସାହାରା ପାଇଁ ,ହେଲେ ଭାଇ ମାନଙ୍କ ତ ପୁଣି କୁଟୁମ୍ବ ଅଛି, ତାଙ୍କ କୁଟୁମ୍ବ ଦେଖିବେ କି ମୋ କୁଟୁମ୍ବ ଦେଖିବେ।ଆମେ ଦୁଇ ବୁଢା ବୁଢୀ ମୋ ପୁଅ ମାନଙ୍କ ସାହାରା ରେ ବଞ୍ଚୁଛୁ। ହେଲେ ମଧ୍ୟ ମୋ ଝିଅ, ନାତି ,ନାତୁଣୀ ଯେହେତୁ ଏପରି ଅବସ୍ଥାରେ ରହୁଥିବା ଦେଖି ମୁଁ କେମିତି ଧର୍ଯ୍ୟ ଧରି ପାରିବି, ଆମ ସରକାରୀ ସହାୟତା ପାଉଥିବା ଭତ୍ତା, ଆଉ ଚାଉଳ ପାଞ୍ଚ କିଲୋ ଖୁଆଇ ଦୁଃଖ କଷ୍ଟ ରେ ରଖିଚି, ସରକାର ତ ଶୁଣୁନାହିଁ, କରିବୁ ବା କଣ ? ହେ ସରକାର ମୋ ଝିଅକୁ ସହାୟତା ଯୋଗାଇ ଦିଅ। ବାପ ଘରେ ରହି ସାହି ପଡିସା ରୁ ଅଭାବରେ ଧାର ଉଦ୍ଧାର ଆଣି ଚଳନ୍ତି ପୂଣ୍ୟ, ନ ମିଳିଲେ, ବେଳେବେଳେ ଭୋକ ଉପାସରେ ରହି ଦିନ ବି ଯାଏ। ହଁ ଆଜ୍ଞା ଇଏ ହେଉଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ଗ୍ରାମ ପଞ୍ଚାୟତ ବଡଝାରକଟା ଗ୍ରାମ ର ପୂଣ୍ୟ ବସ୍ତିଆ ଙ୍କ କଥା, ବ୍ଲକ ପ୍ରଶାସନ ହେଉ କି ଜିଲ୍ଲା ପ୍ରଶାସନ ଆମର ଏହି ଖବର ପ୍ରସାରଣ ପରେ ଏହି ପରିବାର କୁ ନିହାତି ଭାବରେ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ଆମେ ଆସା ରଖିବୁ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *