ପାନୀୟ ଜଳର ଉତ୍କଟ ସମସ୍ୟା, ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ପାନୀୟ ଜଳର ଉତ୍କଟ ସମସ୍ୟା, ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ଫୋକସ ପ୍ଲସ 27/5/22(କୋରାପୁଟ ): ଗ୍ରୀଷ୍ମ ଦିନ ଆରମ୍ଭ ରୁ ଶେଷ ହେବାକୁ ବସିଲାଣି ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକରେ ଲାଗିରହିଛି ପାନୀୟ ଜଳର ଉତ୍କଟ ସମସ୍ୟା |ପିଇବା ପାଣି ମୁନ୍ଦାଏ ପାଇଁ ଗୋଟିଏ ନଳକୂପରେ ଉପରେ ନିର୍ଭର କରୁଛନ୍ତି ୩ସାହି ବାସିନ୍ଦା,ସକାଳ ହେବା ମାତ୍ରେ ଗୋଟିଏ ନଳକୂପକୁ ଭରସା କରି ମହିଳା ମାନେ ଭିଡ଼ ଜମାଇବା ମାତ୍ରେ ଲାଗି ରହୁଛି ସମସ୍ୟା | ଏହାର ସ୍ଥାୟି ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି |ଆସନ୍ତୁ ଦେଖିବା କୋରାପୁଟ ଜିଲା ବୋରିଗୁମା ବ୍ଲକରୁ ପାନୀୟ ଜଳ ସମସ୍ୟା ନେଇ ଏହି ରିପୋର୍ଟ |
ପାଣି ପାଈଁ ଡ଼ହଳ ବିକଳ ଗ୍ରାମବାସୀ ।ଗାଁ ରେ ଅଛି ୩ଟି ନଳକୂପ । ୩ଟି ନଳକୂପରୁ ୨ଟି ନଳକୂପ ଖରାପ ହୋଇ ପଡି ରହିଛି ତେଣୁ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ନଳକୂପ ଉପରେ ହିଁ ଭରସା । ଏ ଗହଳି ଦେଖିଲେ ଲାଗୁଛି କେମିତି ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଗାଁର ମହିଳା ମାନେ ପ୍ରତି ଦିନ ଗୋଟିଏ ନଳକୂପ ପାଖରେ ଲାଗୁଛି ଲମ୍ବା ଲାଇନ ।ପାଣି ମୁନ୍ଦାଏ ପାଇଁ ଏବେ ବି ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପାଇଁ ପଡୁଛି । ଘରେ ଘରେ ପିଇବା ପାଣି ପହଞ୍ଚିଵା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ ବୋରିଗୁମ୍ମା ବ୍ଲକରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମପଞ୍ଚୟତ ପରଜା ପାତ୍ରପୁଟ ଗାଁର । ସୂଚନାଯୋଗ୍ୟ ଯେ ଗାଁରେ ବସବାସ କରନ୍ତି ପ୍ରାୟ ୨୦୦ ପରିବାର । ଏମାନଙ୍କର ଏବେ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ପଡିଛି । ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ନଳକୂପ ହିଁ ଏମାନଙ୍କର ଭରସା, ତଳ ସାହି ଏବଂ ଉପର ସାହିର ଲୋକମାନେ ଏହି ଗୋଟିଏ ନଳକୂପ ଉପରେ ହିଁ ଭରସା କରୁଛନ୍ତି । ସାହି ରେ ଥିବା ୨ଟି ନଳକୂପ ଅଚଳ ହୋଇଥିବାରୁ ପାନୀୟ ଜଳ ପାଇଁ ବହୁ ଅସୁବିଧାରେ ପଡୁଛନ୍ତି ଏଠାକର ଲୋକ । ମହିଳା ମାନେ କାମ ଧନ୍ଦା କୁ ନ ଯାଇ ନଳକୂପ ପାଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ସମୟ ଯାଇଥିବା କହିଛନ୍ତି ।ଏ ନେଇ ସ୍ଥାନୀୟ ସରପଞ୍ଚ,ପଞ୍ଚାୟତ ଅଧିକାରୀ ଓ ସ୍ଥାନୀୟ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ ପାନୀୟ ଜଳର ସମସ୍ୟାର ସମାଧାନ ଗାଁରେ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଖରା ଦିନ ଆରମ୍ଭରୁ ନଳକୂପ ମରାମତି କରି ଏହାର ପରିବେଶ ସଫା ସୁତୁରା ରଖିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ନଳକୂପ ତଳେ ଲୋକଙ୍କ ସୁବିଧା ପାଇ ଉନ୍ନତ ମାନର ମାର୍ବଲ ପକାଇ ଚକାଚକ କରିଛନ୍ତି କିନ୍ତୁ ନଳକୂପରୁ ପାଣି ବାହାରୁନାହିଁ ଏହାକୁ ନେଇ ,କେବଳ ଅର୍ଥ ଆତ୍ମସାତ ବ୍ୟତୀତ ଲୋକଙ୍କ ସମସ୍ୟାର ସାମାଧାନ ହେଉନଥିବାରୁ ଏବେ ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଉକ୍ତ ଗ୍ରାମରେ ମଧ୍ୟ ନଳକୂପର ପାରିପାର୍ଶ୍ବିକ ବିକାଶ ହୋଇଛି କିନ୍ତୁ ନଳକୂପ ଦୀର୍ଘ ଦିନରୁ ଅଚଳ ହୋଇ ପଡିଛି | ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋଟ ଫୋକ୍ସ ପ୍ଲସ

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *