ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା

ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା

ଫୋକସ ପ୍ଲସ 28/5/22(ଦଶରଥପୁର ): ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ତହସିଲ ବାବୁ ଙ୍କ ବେଖାତିର୍। କିଛି ଖଳ ପ୍ରକୃତିର ଲୋକ ଙ୍କ ସ୍ବାର୍ଥ ପାଇଁ ତହସିଲଦାରଙ୍କ ରହିଛି କି ଅହେତୁକ ଅନୁକମ୍ପା ।ଗୋଚର ଜମି କବଜା କରିବାକୁ କିଏ ଦେଇଛି ଅନୁମତି। ତହସିଲଦାର ଙ୍କ ନିକଟକୁ ଆସିଥିବା ହାଇକୋର୍ଟ ନୋଟିସ କୁ କାହିଁକି କାର୍ଯ୍ୟ ରେ ଲଗାଉନହାନ୍ତି ତହସିଲଦାର। ତେବେ କହିବାକୁ ଗଲେ ଯାଜପୁର ଜିଲ୍ଲା ଦଶରଥପୁର ତହସିଲ୍ ଦାର ଅବିନାଶ ବିଶ୍ଵଜିତ୍ ସେଠୀ ଙ୍କ ମାନମାନି। ଯାହାକୁ ନେଇ କୟାଁ ପଂଚାୟତ ର ଦରଭା ଗ୍ରାମ ର କିଛି ଗ୍ରାମବାସୀ ତିନି ଚାରି ଘଣ୍ଟା ତହସିଲ୍ ଆଗରେ ଧାରଣା ଦେଇଥିଲେ। ତେବେ ୨୬ ନଭେମ୍ୱର ୨୦୨୧ରେ ହାଇକୋର୍ଟ ଜବର ଦାଖଲ କରୀ ଉଚ୍ଛେଦ ହୋଇଯିବା ପାଇଁ ନୋଟିସ କରି ଥିବା ବେଳେ ଚୁପ୍ ରହିଥିଲେ ତହସିଲ୍ ଦାର୍। ପୁନର୍ବାର ୨୬/୩/୨୨ ଖ ନୋଟିସ ରେ ସ୍ପଷ୍ଟ ଭାବେ ଲିଖିତ ଅଛି କି ବେଦଖଲ କାରି ମାନଙ୍କୁ ଗୋଟିଏ ମାସ ମଧ୍ୟରେ ଉତ୍ସେଦ କରିବା ପାଇଁ। ନଚେତ୍ ଏହି ଜମି ଗୁଡ଼ିକୁ ସରକାର ନିଜ ଦଖଲକୁ ନେବେ। ହେଲେ ତହସିଲଦା ର ଏ ସବୁ ପକ୍ରିୟା ବିଳମ୍ବ ଯୋଗୁ ପୁନର୍ବାର ଦରଭା ଗ୍ରାମ ବାସୀ ତହସିଲ୍ କାର୍ଯ୍ୟାଳୟ ଘେରାଉ କରିଥିଲେ l ତହସିଲ୍ ଦାର ଙ୍କ ଅନୁପସ୍ଥିତ କାରଣ ରୁ ଅତିରିକ୍ତ ତହସିଲ୍ ଦାରଙ୍କୁ ଗ୍ରାମବାସୀ ମାନେ ଦାବି ଜଣାଇଥିଲେ। ତେବେ ଏହା ପରେ ଏହି ଜବରଦଖଲକାରିଙ୍କ ଉପରେ କାମ ତହସିଲଦାର କି କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |ଦଶରଥପୁର ରୁ ସନ୍ତୋଷ ମିଶ୍ର ଙ୍କ ସହ ଶୁଭକାନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.