ପାଠ ପଢିବା ପାଇଁ  ସଂଘର୍ଷ କରୁଛନ୍ତି ଛାତ୍ରଛାତ୍ରୀ

ପାଠ ପଢିବା ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରଛାତ୍ରୀ

ଫୋକସ ପ୍ଲସ 28/5/22(ସୁନ୍ଦରଗଡ଼): ସରକାର ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ବେଳେ ଛାତ୍ର ଛାତ୍ରୀ କିନ୍ତୁ ପାଠ ପଢ଼ିବାରୁ ବଞ୍ଚିତ ରହୁଛନ୍ତି । କେଉଁଠି ଛାତ୍ର ଛାତ୍ରୀ ମାନଙ୍କୁ ଲୌହ ପଥର ବହୁଥିବା ଟ୍ରକରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଥିବା ବେଳେ କେଉଁଠି ଛାତ୍ର ଛାତ୍ରୀ ଚାଲି ଚାଲି ୪ କିଲୋମିଟର ଯାଉଥିବା ଦେଖିବାକୁ ମିଳୁଛି ତ ଆଉ କେଉଁଠି ଛାତ୍ର ଛାତ୍ରୀ ସ୍କୁଲ ରେ ରୋଷେଇ କରିବା ପାଇଁ ୧ କିଲୋମିଟର ଦୂରରୁ ପାଣି ମୁଣ୍ଡରେ ବୋହିକି ଆଣୁଥିବା ଦେଖିବାକୁ ମିଳୁଛି । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ର ବିଭିନ୍ନ ଅଞ୍ଚଳରେ । ବ୍ଲକ ରେ ଥିବା ପାଟମୁଣ୍ଡା ପଞ୍ଚାୟତର ପୋଡାଡ଼ିହି କଲୋନୀର ଛାତ୍ର ବିଜୟ ମୁଣ୍ଡା ୧୬ କିଲୋମିଟର ରାସ୍ତା ଅତିକ୍ରମ କରି ପାଠ ପଢିବାକୁ ଯାଉଥିବା ଦେଖିବାକୁ ମିଳିଛି । ବିଜୟ ବଡି ଭୋରରୁ ଉଠି ନିଜର ନିତ୍ୟକ୍ରମ ସାରି ଚାଲି ଚାଲି ପାଟମୁଣ୍ଡା ଯାଆନ୍ତି ପାଟମୁଣ୍ଡାରୁ କଲେଜ ବସ ରେ କୋଇଡା ଓ କୋଇଡାରୁ ବିଭିନ୍ନ ଖଣିରୁ ଲୌହ ପଥର ଲୋଡ କରି ଯାଉଥିବା ଟ୍ରକ ରେ କାଲତା ପାଠ ପଢିବାକୁ ଯାଆନ୍ତି ବିଜୟ । ପାଖରେ ସ୍କୁଲ ଥାଇ କଣ ପାଇଁ ଏତେ ବାଟ ପାଠ ପଢିବାକୁ ଯାଉଛନ୍ତି ବିଜୟ । ଯଦି ପିଲାଟିର କିଛି କ୍ଷତି ହୁଏ ସେଥିପାଇଁ ଦାୟୀ ରହିବ କିଏ ? ସେହିପରି ପାଟମୁଣ୍ଡା ପଞ୍ଚାୟତର ବର୍ସଡା ରୁ ୩ କିଲୋମିଟର ଦୂର କଦଳିଆ ସ୍କୁଲକୁ ଚାଲି ଚାଲି ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ର ଛାତ୍ରୀ ଓ ପଞ୍ଚାୟତର ପୋଡାଡିହି ସ୍କୁଲ ରେ ଛାତ୍ର ଛାତ୍ରୀ ସ୍କୁଲ ର ରୋଷେଇ ପାଇଁ ୧କିଲୋମିଟର ଦୂରରୁ ବାଲ୍ଟି ରେ ପାଣି ଭରି ମୁଣ୍ଡରେ ମୁଣ୍ଡେଇ ଆଣୁଥିବା ଦେଖିବାକୁ ମିଳିଛି !! ଏ ବିଷୟରେ କୋଇଡା ବ୍ଲକ ଶିକ୍ଷା ଅଧିକାରୀ ମହମଦ ସକିଲ ରେହମାନ ଙ୍କୁ ପଚାରିବାରୁ ସେ ଏହାକୁ ନିନ୍ଦନୀୟ କହିବା ସହିତ ଏହାର ସଠିକ ତଦନ୍ତ କରିବାକୁ ଫୋକସ ପ୍ଲସ ଆଗରେ କହିଥିଲେ |ସୁନ୍ଦରଗଡ଼ ରୁ ନଗେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *