ଆସୁଛି ସାବିତ୍ରୀ,ବଜାରରେ ଫଳ ଦର ଆକାଶଛୁଆଁ

ଆସୁଛି ସାବିତ୍ରୀ,ବଜାରରେ ଫଳ ଦର ଆକାଶଛୁଆଁ

ଫୋକସ ପ୍ଲସ 28/5/22(ଅସ୍ତରଙ୍ଗ ): ଅସ୍ତରଙ୍ଗ ବଜାର ରେ ଆମ୍ବ ଦର ଆକାଶଛୁଆଁ, ହୋଲ ସେଲ ମାର୍କେଟ ରେ ଆମ୍ବ ଦର 60ଟଙ୍କା ଉପରେ , ଖୁଚୁରା ରେ ଆହୁରି ଅଧିକ ଆଉ ଗୋଟେ ଦିନ ପରେ ସାବିତ୍ରୀ |ଏଥି ପାଇଁ ବଜାର ରେ ଭିଡ଼ ଲାଗିଥିବା ବେଳେ ଦର କୁ ନେଇ ଲୋକଙ୍କ ଭିତରେ ଅଶୋନ୍ତସ |ବଜାର ଓଡିଶା ଆମ୍ବ ପରିବର୍ତ୍ତେ ଆନ୍ଦ୍ର, ତାମିଲିନାଡୁ ଆମ୍ବ ବିକ୍ରି ହେଉଛି |ଏଥର କମ ଆମ୍ବ ବଜାର କୁ ଆସୁଥିବାରୁ ରେଟ ଅଧିକ ରହୁଥିବା ବ୍ୟବସାୟୀ କହିଛନ୍ତି |ଆସନ୍ତା ସୋମବାର ସାବିତ୍ରୀ ଅମାବାସ୍ୟା |ଫଳ କିଣିବା ପାଇଁ ଅସ୍ତରଙ୍ଗ ଆମ୍ବ ବଜାର ରେ ଲାଗିଛି ଲୋକଙ୍କ ଭିଡ଼ |ବଜାର ରେ ମିଳୁଥିବା ବିଭିନ୍ନ କିସମ ଆମ୍ବ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା, ହେଲେ ଦର ଜାଣିବା ପରେ ଲୋକ ଙ୍କ ମଧ୍ୟରେ ଆମ୍ବ ପ୍ରତିଥିବା ଦୁର୍ବଳତା କମିଯାଉଛି |କାରଣ ବଜାର ରେ ମିଳୁଥିବା ପ୍ରତି ଆମ୍ବର ଦର ପ୍ରାୟ ଷାଠିଏ ଟଙ୍କା ଉପରେ ରହିଛି |ପୂର୍ବବର୍ଷର ଏହି ସମୟରେ ଦର ଚାଳିଶି ଟଙ୍କା ଥିଲା |ରେଟ ଅଧିକ ଥିଲେ ମଧ୍ୟ ପୂଜାପାଇଁ ଲୋକେ କିଣିବାକୁ ବାଧ୍ୟ ହେଉଛନ୍ତି |
ଆନ୍ଦ୍ର ଓ ତାମିଲିନାଡୁ ରୁ ଅସ୍ତରଙ୍ଗ ମାର୍କେଟ କୁ କମ ଆମ୍ବ ଆସୁଛି |ବାଇଗଣ ପୋଲି 50ରୁ 60ଟଙ୍କା, ସୁବର୍ଣରେଖା 60ରୁ 80ଟଙ୍କା, ଆଖୁ ରସ 60ରୁ 70ଟଙ୍କା, କଲମ୍ବୀ 35ରୁ 40ଟଙ୍କା, ଅନ୍ୟାନ୍ୟ ଆମ୍ବ 35ଟଙ୍କା ରୁ ପଚାଶ ଟଙ୍କା ମଧ୍ୟରେ ବଜାର ରେ ବିକ୍ରି କରାଯାଉଛି |ଏହି ଦର ହୋଲସେଲ ରହିଥିବା ବେଳେ ଖୁଚୁରା ଦର ଆଉ କିଛି ଟଙ୍କା ଅଧିକ ରହୁଛି |ବ୍ୟବସାୟୀ ରେ ମଧ୍ୟ ବାଧା ସୃଷ୍ଟି ହେଉଛି |ଯେଉଁ ମାନେ ଦଶ କିଲୋ ଆମ୍ବ ନେଉଥିଲେ ସେମାନେ ବର୍ତମାନ ପାଞ୍ଚ କିଲୋ, ଦୁଇ କିଲୋ, ଏକ କିଲୋ ନେଉଥିବା କହିଛନ୍ତି ବ୍ୟବସାୟୀ. ସେ ପଟେ ପାଗ ପରିବର୍ତନ ଯୋଗୁଁ ଓଡିଶା ର ବିଭିନ୍ନ ସ୍ଥାନରୁ ଆମ୍ବ ଆସିନାହିଁ ଏଥିପାଇଁ ରେଟ ଅଧିକ ରହିଥିବା ବ୍ୟବସାୟୀ କହିଛନ୍ତି |ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *