ଥାନା ର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ଥାନା ର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ଫୋକସ ପ୍ଲସ 28/5/22(କେନ୍ଦ୍ରାପଡ଼ା): ଯେଉଁ ମା ବାପା ନିଜ ପିଲାଙ୍କୁ ଅତି ଯତ୍ନ ରେ ପାଳି ପୋଷି ବଡ଼ କରନ୍ତି ସେଇ ବାପା ମା ଙ୍କ ପରିଣତ ବୟସରେ ପୁଅ ର ନିର୍ଯ୍ୟାତନା ସହିବା ଅତି ଅଭାବନୀୟ ଘଟଣା |ଏଭଳି ଘଟଣା ଦେଖିବାକୁ ମିଳିଛି ପାଟକୁରା ଥାନା ଅନ୍ତର୍ଗତ ପାଖଡ଼ ପଞ୍ଚାୟତ ବାମରା ଗ୍ରାମରେ | ଗ୍ରାମ ର 75 ବର୍ଷୀୟ ବୃଦ୍ଧ ଜଗବନ୍ଧୁ ସେଠି ଓ ତାଙ୍କ ବୃଦ୍ଧା ରୋଗାଗସ୍ତ ପତ୍ନୀ କୁଞ୍ଜଳତା ସେଠି |ଚାଳିଶି ବର୍ଷ ତଳେ ଜଗବନ୍ଧୁ ଙ୍କ ପ୍ରଥମ ସ୍ତ୍ରୀ ସାରସ୍ୱତି ସେଠି ଙ୍କ କ୍ୟାନ୍ସର ରୋଗ ରେ ମୃତୁ ପରେ ସେ କୁଞ୍ଜଳତା ସେଠି ଙ୍କୁ ବିବାହ କଲେ, କୁଞ୍ଜଳତା ମଧ୍ୟ ଜଗବନ୍ଧୁ ଙ୍କ ପ୍ରଥମ ସ୍ତ୍ରୀ ଙ୍କ ଦୁଇ ପୁଅ ଅଭୟ ସେଠି ଓ ଅକ୍ଷୟ ସେଠି ଓ ନିଜ ମାନସିକ ବିକାର ଗ୍ରସ୍ତ ପୁଅ ଅଜୟ ସେଠି ଙ୍କୁ ଛୋଟ ବେଳୁ ଗେଲ ବସର ରେ ମଣିଷ କଲେ |କିନ୍ତୁ ପିଲା ମାନେ ବଡ଼ ହେବା ପରେ ମା ବାପା ଙ୍କ ଉପରେ କରିଚାଲିଛନ୍ତି ଅତ୍ୟାଚାର. ଦେଉଛନ୍ତି ଶାରୀରିକ ନିର୍ବାଚନ ଓ ମାଡ଼ ଗାଳି |ଏନେଇ ବାପା ଓ ମା ବାରମ୍ବାର ନିଜ ପୁଅ ମାନଙ୍କ ନା ରେ ପାଟକୁରା ଥାନା ରେ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା |
ଥାନା କର୍ମଚାରୀ ବାପା,ମାଆ,ପୁଅ ଙ୍କ ଝଗଡା କୁ ଏତେ ଗୁରୁତର ସହ ନେଇ ନଥିବା ବେଳେ ଗାଁ ରେ ବାରମ୍ଭାର ନ୍ୟାୟ ନିଶାବ ନେଇ ରଫାଦଫା କରିଲେ ମଧ୍ୟ ପିଲା ମାନେ ରଫା ଦଫା କୁ ନମାନି ବାରମ୍ବାର ବାପା ମା ଙ୍କୁ ଗାଳି ଗୁଲଜ ଓ ମାଡ଼ ଦେଇଚାଲିଛନ୍ତି |ଏନେଇ ପାଞ୍ଚ ଥର ଥାନା ରେ ଅଭିଯୋଗ କରିଥିଲେ ବି ପୋଲିସ ର ନିଷ୍କ୍ରିୟତା ର ସୁଯଗ ନେଇ ଗ୍ରାମ ର କିଛି କୁଚକ୍ରୀ ବ୍ୟକ୍ତି ପୁଅ ଅଭୟ ଓ ଅକ୍ଷୟ ର ସପକ୍ଷ ରେ ଯାଇ ବୃଦ୍ଧ ଦମ୍ପତି ଙ୍କ ବିପକ୍ଷବାଦୀ ହେଉଥିବା ଅଭିଯୋଗ କରିଛନ୍ତି |ସବୁ ବେଳେ ପିଲା ମାନଙ୍କ ଅତ୍ୟାଚାର ସହ୍ୟ କରିନପାରି ବର୍ତ୍ତମାନ ଘର ଛାଡି ଚାଲି ଆସିଛନ୍ତି ବୃଦ୍ଧ ଦମ୍ପତି |ଆଜି ଦିନ ବାରଟା ବେଳୁ ଅସହ୍ୟ ଖରାରେ ଥାନା ଦ୍ୱାର ମୁହଁ ରେ ନ୍ୟାୟ ପାଇଁ ବସି ରହିଛନ୍ତି ବୃଦ୍ଧ ଦମ୍ପତି..ଆଜି ପୁଣି ପାଟକୁରା ଥାନା ରେ ତିନି ପୁଅ ଅଭୟ ସେଠି, ଅକ୍ଷୟ ସେଠି ଓ ଅଜୟ ସେଠି ନା ରେ ଏତଲା ଦେଇଛନ୍ତି ବାପା, ମା..କୁଞ୍ଜଲତା ଙ୍କ ବେକରେ ଏକ ମାଂସ ପିଣ୍ଡୁଳା ବଢ଼ି ଅlବୁ ଭଳି ହୋଇଥିବା ବେଳେ ଏହି ଅବସ୍ଥା ରେ ଥାନା ଦ୍ୱାର ମୁହଁ ରେ ପଡି ରହିଛନ୍ତି | ଏନେଇ ଥାନା ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *