କାଲିମେଘି ଠାରେ ମୋ ଗେଲ୍ହାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

କାଲିମେଘି ଠାରେ ମୋ ଗେଲ୍ହାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୋକସ ପ୍ଲସ 28/5/22(ବେଗୁନିଆପଡା ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଲିମେଘି ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ “ମୋ ଗେଲ୍ହା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାଲିମେଘି ସରପଞ୍ଚ ଅର୍ଚନା ତ୍ରିପାଠୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବେଗୁନିଆପଡା ବ୍ଲକ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,ଅଙ୍ଗନବାଡି କର୍ମୀ,ସୁପରଭାଇଜର, ନବଜାତ ଶିଶୁ କନ୍ୟା ସମେତ ସେମାନଙ୍କ ମା ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ଜଣାଯାଇଥିଲା | ବିଦ୍ୟାଳୟ ର ଅନେକ କୁନି କୁନି ଛାତ୍ରୀ ଙ୍କ ଗହଣରେ ନବଜାତ ଶିଶୁ ଙ୍କ ସମେତ ମା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଭୃଣ ହତ୍ୟା ଭଳି ଜଘନ୍ୟ କାଣ୍ଡ ରୁ ସମାଜ କୁ ମୁକ୍ତି ଦେବା ସହ କନ୍ୟା ସନ୍ତାନ ହିଁ ଦେଶର ଭବିଷ୍ୟତ ବୋଲି କହିଥିଲେ ଉପସ୍ଥିତ ଅତିଥି | କନ୍ୟା ଭୃଣ ହତ୍ୟା ନକରି ଝିଅ ମାନେ ସମାଜରେ କେମିତି ଭଲରେ ବଞ୍ଚିପାରିବେ, ଶିକ୍ଷା ଲାଭ କରି ଭଲ ମଣିଷ ହେବେ ସେ ଉଧ୍ୟେଶ ରେ ସବିଶେଷ ଆଲୋଚନା କରାଯାଇଥିଲା | ଦେବାଶିଷ ମହାରଣାଙ୍କ ରିପୋର୍ଟ ଫୋକସ ପ୍ଲସ

 

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *