ମା ମୁକ୍ତାଦେବୀ ଠାକୁରାଣୀଙ୍କ  ଯାତ୍ରା ମହା ଆଡ଼ମ୍ବରରେ ଆରମ୍ଭ

ମା ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ମହା ଆଡ଼ମ୍ବରରେ ଆରମ୍ଭ

ଫୋକସ ପ୍ଲସ 28/5/22(ଚିକିଟିପେଣ୍ଠ):ଚିକିଟିପେଣ୍ଠରେ ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ଆରମ୍ଭ। ଚିକିଟି- ଚିକିଟିପେଣ୍ଠ ଗ୍ରାମର ଗ୍ରାମଦେବତୀ ମାଁ ମୁକ୍ତାଦେବୀ ଙ୍କ ଠାକୁରାଣୀ ଯାତ୍ରା ମହା ଆଡ଼ମ୍ବରରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରିତିନୀତି ଅନୁଯାୟୀ ପୁଜାର୍ଚନା କରି ଆବାହନ କରାଯାଇ ଆଜ୍ଞାମାଳ ମିଳିବା ପରେ ବିଭିନ୍ନ ବାଜା ବଜାଇ ,ଘଣ୍ଟ ଘଣ୍ଟା, ହୁଳହୁଳି, ସହ ବିଭିନ୍ନ ପଟୁଆର ସହ ଗ୍ରାମ ପରିକ୍ରମା କରାଯାଇଥିଲା।ପରେ ଗ୍ରାମଦେବତୀ ମା ମୁକ୍ତାଦେବୀ ଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା। ଆବାହମାନ କାଳରୁ ଚାଲି ଆସିଥିବା ୫ ବାର୍ଷିକ ଠାକୁରାଣୀ ଯାତ୍ରାର‌ ପ୍ରଥମ ଦିବସରେ ପ୍ରାତଃରୁ ମନ୍ଦିରର ପୂଜକ ମାନେ ମାଙ୍କୁ କ୍ଷୀର, ଦହି, ମହୁ, ଘିଅ, ନବାତ ଓ ଫଳରସ ଇତ୍ୟାଦି ରେ ମହା ସ୍ନାନ କରି ଚୁହା ସିନ୍ଦୁରରେ ମାର୍ଜନା କରାଯାଇ ବିଭିନ୍ନ ପୁଷ୍ପ ବେଲପତ୍ର ଅର୍ଚ୍ଚନା କରାଯାଇ ଭଗବତୀ ଙ୍କ ମହାପୂଜା ହୋଇଥିଲା।ମହା ପୂଜା ପରେ ମାଙ୍କୁ ରୂପା ମୁକୁଟ, ପାଉଞ୍ଜି, ଆଖି, ଜିଭା ପ୍ରଦାନ ପରେ ବରଣ ମାଳ ନେଇ ମାଙ୍କ ବାପ ଘର ରାମଚନ୍ଦ୍ର ସାହୁଙ୍କ ଘରକୁ ନିମନ୍ତ୍ରଣ କରାଯିବା ପରେ ପରେ କର୍ତ୍ତା ନିମନ୍ତ୍ରଣ କରାଯାଇଥିଲା। ମଧ୍ୟାହ୍ନ ରେ ବାପଘରୁ ଝିଅକୁ ଡାକରା କରାଯାଇଥିବା ବେଳେ ସନ୍ଧ୍ୟାରେ ଅଞ୍ଚଳର ସୁନାମଧନ୍ୟ ମୁଖ୍ୟ ପୁରୋହିତ ଅଶୋକ କୁମାର ପାଢୀ ଓ ତ୍ରିପତି ପାଢ଼ୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମାଙ୍କ ମହାପୂଜା ସାଙ୍ଗକୁ ଆବାହନ କରାଯାଇ ମାଙ୍କୁ ଆମନ୍ତ୍ରଣ ପାଇଁ ଫୁଲ ଚାଙ୍ଗୁଡ଼ି ଓ ମାଙ୍କ ପ୍ରିୟ ଭୋଗ ଲିଆ ମୁଆ ଲାଗି ପରେ ଫୁଲ ମଣ୍ଡା ଦ୍ୱାରା ମା ମନ୍ଦିରରୁ ବାହାରି ବାପ ଘରକୁ ଯାଇ ପୂଜାର୍ଚ୍ଚନା ପରେ ମୁଖ୍ୟ ରାସ୍ତା ଭ୍ରମଣ କରି ଅସ୍ଥାୟୀ ମଣ୍ଡପକୁ ବିଜେ କରିଥିଲେ। ଯାତ୍ରା କମିଟି ସଭାପତି ଶ୍ରୀ ଧର୍ମା ସାହୁଙ୍କ ସମେତ,ଉପ ସଭାପତି ସାରଥି ସୁବୁଦ୍ଧି,ସମ୍ପାଦକ ପ୍ରଶାନ୍ତ ସାହୁ, କୋଷାଧ୍ୟକ୍ଷ ପ୍ରମୋଦ ସାହୁ,ସମସ୍ତ ଟ୍ରଷ୍ଟି ଓ ଯାତ୍ରା କମିଟି ମେମ୍ବର ଙ୍କ ସହ ଅଞ୍ଚଳର ବହୁ ଜନସାଧାରଣ ଓ ଭକ୍ତ ସାମିଲ ଥିଲେ।ଆସନ୍ତା ୧୫ ଦିନ ଧରି ଏହି ଯାତ୍ରା ଚାଲିବାକୁ ଥିବା ବେଳେ ସମୃର୍ଣ୍ଣ ଗ୍ରାମକୁ ଆଲୋକ ମାଳା ରଙ୍ଗିନ କରାଯାଇ ସୁସଜ୍ଜିତ କରାଯାଇଛି। ସ୍ଥାନୀୟ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *