ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

ଫୋକସ ପ୍ଲସ ୨୮/୫/ ୨୨(ଜଗତସିଂହପୁର):ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋରଡ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ଯୋଗ ଦେଇଥିଲେ।ତିନିଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଗୋରଡ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବରେ ସାଂସଦ ଡାକ୍ତର ରାଜଶ୍ରୀ ମଲିକ, ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ, ପୁର୍ବତନ ସାଂସଦ ବିଭୁପ୍ରସାଦ ତରାଇ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ମଧ୍ୟାହ୍ନରେ ରାଜ୍ୟପାଳ ପହଞ୍ଚିବା ପରେ ପ୍ରଥମେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।ରାଜ୍ୟପାଳ ଆନୁଷ୍ଠାନିକ ଭାବେ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିଥିଲେ।ବରେଣ୍ୟ ଅତିଥି ମାନଙ୍କ ଗହଣରେ ପ୍ରାକ୍ତନ କୃତି ଶିକ୍ଷକମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିବା ସହ ସମାରୋହର ସ୍ମରଣୀକାକୁ ଉନ୍ମୋଚନ କରିଥିଲେ।ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳ ଙ୍କୁ ଉତ୍ସସିତ ସମ୍ବର୍ଦ୍ଧିତ କରାଯାଇଥିଲା।ରାଜ୍ୟରେ 5ଟି ଯୋଜନାରେ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯାଉଥିବା ପାରାଦ୍ୱୀପ ବିଧାୟକ ଖୁସିବ୍ୟକ୍ତ କରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ନେଇ ଗର୍ବିତ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ଛାତ୍ର ଛାତ୍ରୀ,ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଯୋଗଦେଇଥିବା ବେଳେ ପିଲାମାନଙ୍କୁ ସ୍ୱାୟତ୍ତତା ପ୍ରଦାନ କରାଯିବା ଉଚିତ ବୋଲି ମହାମହିମ ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ।ତିର୍ତ୍ତୋଲରୁ ନିଶାକର ଦାସଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *