
ଜୟପାଟଣା ପୋଲିସ ର ବଡ ସଫଳତା।
- ଅପରାଧ
- May 29, 2022
- No Comment
- 238
ଫୋକସ ପ୍ଲସ ୨୯/୫/୨୦୨୨(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ କୁ ବଡ଼ ସଫଳତା।ଏସପି ଅଭିଲାଶ ଜି ଙ୍କ ନେତୃତ୍ୱ ରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଏକ ଟିମ୍ ଗଠନ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ,୧୦ଜଣ ଗିରଫ।ଜୟପାଟଣା ଥାନା ପ୍ରତାପପୁର କେନାଲ ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପାଟଣା ପୋଲିସ ଚଢ଼ାଉ କରି ୪କ୍ୟୁଣ୍ଟାଲ ୨୭କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ବୋଲେରୋ ପିକପ ଓ ବୋଲେର ଏସ ଏଲ ଇ, ଗୋଟିଏ ବାଇକ,୫ଟି ମୋବାଇଲ,୧୧ହଜାର ୫୬୦ ନଗଦ ଟଙ୍କା ଜବତ କରିଛି।ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଜୁନାଗଡ କାଉନସିଲର ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଡଣ୍ଡସେନା ଥିବା ବେଲେ ବାକି କୋକସରା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ଗଞ୍ଜେଇ କୋରାପୁଟ ଜିଲ୍ଲା ରୁ କଳାହାଣ୍ଡି ଆସିଥିବା ପୋଲିସ ପକ୍ଷରୁ ସୁଚନା ମିଳଛି।