ପାନୀୟ ଜଳ ଓ ଜଙ୍ଗଲ ଜମି ପଟା ପାଇଁ ଦାବି।

ପାନୀୟ ଜଳ ଓ ଜଙ୍ଗଲ ଜମି ପଟା ପାଇଁ ଦାବି।

ଫୋକସ ପ୍ଲସ ୨୯/୫/୨୨(ଦଶମନ୍ତପୁର): ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ରାଣୀ ଗୁଡା ଗ୍ରାମ ବାସୀ ପାନୀୟ ଜଳ ଓ ଜଙ୍ଗଲ ଜମି ପଟା ରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ କରିଛନ୍ତି। ଏହା ର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହୋଇ ଗ୍ରାମ ବାସୀ ଗୁହାରି କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ। ଏହି ଗ୍ରାମ ରେ ୩୭ ପରିବାର ଆଦିବାସୀ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ହେଲା ପଡୁ ଚାଷ। ବିଶେଷ କରି ଗ୍ରାମ ରେ ପାନୀୟ ଜଳର ଅଭାବ ରହିଛି। ୩୭ ପରିବାର ଲୋକଙ୍କ ପାଇଁ ଗୋଟିଏ ନଳକୂଅ ରହିଛି। ହେଲେ ସେଠାରେ ଭଲଭାବରେ ପାଣି ବାହାରୁ ଥିବା ରୁ ଗ୍ରାମ ବାସୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁ ଥିବା କୁହାଯାଇଛି। ଗାଁ ନିକଟସ୍ଥ ନାଳ ପାଣି କୁ ସଂଗ୍ରହ କରି ବର୍ଷ ତମାମ ଶୋଷ ମେଣ୍ଟାଇ ଆସୁଥିବା ଗାଁ ଲୋକେ କହିଛନ୍ତି।‌ଗ୍ରାମ ବାସୀ ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବା ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ବି ଲୋକେ ସାମାନ୍ୟ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। ତେବେ ପ୍ରଶାସନ ଦୃଷ୍ଟି ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ ଜଙ୍ଗଲ ଜମି ପଟା ନଦେଇ ତହସିଲ ପକ୍ଷରୁ ଏହି ଗରିବ ଲୋକ ଠାରୁ ସିସ୍ତୁ ଟଙ୍କା ଆଦାୟ କରି ନେଉଥିବା କୁହାଯାଇଛି। ତେବେ ଜମି ପଟା ନଦେଇ ଆର୍ ଆଇ ତହସିଲଦାର କିଭଳି ଜମି କର ଆଦାୟ କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁ ସମସ୍ୟା ର ସମାଧାନ ନ ହେଲେ ଜିଲ୍ଲା ପାଳ ଙ୍କ ଦ୍ଵାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *