ଆମ ପୁଲିସ ସଚେତନ ଶିବିର

ଆମ ପୁଲିସ ସଚେତନ ଶିବିର

ଫୋକସ ପ୍ଲସ ୨୯ /୫/ ୨୨(ପୁରୀ): କୃଷ୍ଣପ୍ରସାଦ,ପୁରୀ ଜିଲ୍ଲା ଉପାନ୍ତ ଇଲାକାରେ ଥିବା କୃଷ୍ଣପ୍ରସାଦ ଥାନାରେ ‘ଆମ ପୁଲିସ’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଶନିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଥାନା ଆରକ୍ଷୀ ନିରୀକ୍ଷକ ଅଧିକାରୀ ଦିଲିପ କୁମାର ସ୍ବାଇଁଙ୍କ ନେତୃତ୍ବରେ ୧୪ ପଞ୍ଚାୟତର ପଞ୍ଚାୟତ ଜନ ପ୍ରତିନିଧି ଓ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଆମ ପୁଲିସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଅଞ୍ଚଳରେ ଚୋରୀ,ରାହାଜାନୀ, ଦୁର୍ଘଟଣା ଭଳି ଅନେକ ଘଟଣା ଉପରେ ତର୍ଜମା କରାଯିବା ପରେ ଅଞ୍ଚଳରେ ଅବାଧ ବେଆଇନ ମଦ କାରବାର ରୋକିବା ଦିଗରେ ପୁଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା |ଦୁଇଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଥିବା ବେଳେ ଛକ ବଜାର ଓ ଗାଁ ଗହଳିରେ ଅବାଧରେ ବେଆଇନ ବିଷାକ୍ତ ମଦ କାରବାର ବୃଦ୍ଧି ପାଉଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ | ଅଭିଯୋଗ ମୁତାବକ ମଦ ବେପାରୀ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଥିଲେ | ପଞ୍ଚାୟତ ନିର୍ବାଚନ ପରେ ପରେ ପଞ୍ଚାୟତ ରାଜନୈତିକ ହିଂସା ରୋକିବାକୁ ପୁଲିସକୁ ନିବେଦନ କରାଯାଇଥିଲା | ଛକ ବଜାର ସ୍ଥାନ ମାନଙ୍କରେ ଜବରଦଖଲ କାରୀ ମାନେ ରାସ୍ତା ଅବରୋଧ କରି ଦୋକାନ ବଜାର ନିର୍ମାଣ କରୁଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଥିଲା | ସ୍ଥାନୀୟ ତହସିଲଦାର ଉଲାସ କୁମାର ସେଠୀଙ୍କ ଦୃଷ୍ଟି ଆକର୍ଷଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ | ବୈଠକରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ତରେଇ ,ହେମନ୍ତ କୁମାର ଜେନା, ହରିହର ଦାଶ,ପୁର୍ବତନ ଗୋମୁଣ୍ଡିଆ ପଞ୍ଚାୟତ ସରପଞ୍ଚ ଦାମୋଦର ଜେନା ,ନବୀନ କୁମାର ଜେନା ,ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତି ପ୍ରଧାନ ,ପୁର୍ବତନ ସମିତିସଭ୍ୟ ଜିତେନ୍ଦ୍ର ବିଶ୍ବାଳ ,ଅଜୟ କୁମାର ପଲେଇ ,ବାୟୋଜେଷ୍ଟ ସମାଜସେବୀ ପ୍ରଫୁଲ ଜେନା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ | ଥାନା ଅଧିକାରୀଙ୍କ ଆମ ପୁଲିସ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉସ୍ଚାହ ଦେଖାଦେଇଥିଲା|କୃଷ୍ଣପ୍ରସାଦରୁ ପବିତ୍ର ମୋହନ ଦାଶଙ୍କ ରିପୋର୍ଟ ଫୋକସପ୍ଲସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *