“ନାରୀ”ଏକ ଉପହାର

“ନାରୀ”ଏକ ଉପହାର

ଫୋକସ ପ୍ଲସ ୨୯/୫/୨୦୨୨: “ନାରୀ” | ବିଚିତ୍ର ସୃଷ୍ଟି ର ବୈଚିତ୍ରମୟ ଉପହାର |ଅନନ୍ତ କୋଟି ସ୍ରଷ୍ଟାଙ୍କର ସବୁ ସୃଷ୍ଟି ମଧ୍ୟରୁ ନାରୀ ହେଉଛି ଏକ ସୁନ୍ଦର ଅପୂର୍ବ ମୟ ଉପହାର | କେଜାଣି କାହିଁକି ମନେ ହୁଏ ସୃଷ୍ଟି କର୍ତ୍ତା କେବେ କେମିତି ସମୟ ପାଇଥିଲେ ଏହି ସୁନ୍ଦର, ଅପୂର୍ବମୟ ନାରୀକୁ ସୃଷ୍ଟି କରିବାକୁ | ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଥିବା ଏହି ନାରୀ ଦେହରେ ଏମିତି କଣ ରହିଛି ଯେ ଆବାହନ କାଳରୁ ଯୋଗୀ, ମୁନି, ରୁଷି, ଦେବତା ମାନେ ମଧ୍ୟ ତାକୁ ଦେଖି ବାଟବଣା ହୋଇଛନ୍ତି | ନାରୀ ମମତା ମୟୀ, କରୁଣାମୟୀ, ସ୍ନେହମୟୀ ରୂପେ ସର୍ବଦା ପୂଜନୀୟ | କିନ୍ତୁ ପ୍ରଶ୍ନ ଉଠେ ନାରୀ ମାନଙ୍କ ମଧ୍ୟରେ ଏତେ ସବୁ ଭଲଗୁଣ ଦେଇ ମଧ୍ୟ କାହିଁକି ତା ମନରେ ଛଳନା, ହିଂସା, ଅହଂକାର, କ୍ରୋଧ, ଘୃଣା ପ୍ରତାରଣା ଭରିଦେଲେ ? ବୋଧ ହୁଏ ଏହା ହିଁ ଈଶ୍ୱର ଙ୍କ ନିଆରା ଉଦ୍ଦେଶ୍ୟ ଥିଲା |କଥାରେ ଅଛି ନାରୀ ମାୟା କୁ ସ୍ୱୟଂ ବ୍ରହ୍ମା ଜାଣିପାରି ନାହାନ୍ତି | ତେବେ ତ ଆମେ ସାଧାରଣ ମଣିଷ ଆଉ ଏ କଳିଯୁଗ ପୁରୁଷ | ଯାହାବି ହେଉ ନାରୀ ବିନା ଏ ସୃଷ୍ଟି ଅଧୁରା | ନାରୀର ବଢ଼ି ପାଣି ସନ୍ତରଣ ରେ ସର୍ବଦା ଭାସି ଭାସି କୂଳରେ ଲାଗିବାକୁ ଅପଚେଷ୍ଟା କରିଛି ପୁରୁଷ  | ତଥାପି ପୁରୁଷ କେବେ ନାରୀ କୁ ଛାଡ଼ି ପାରିଛି ନା ପାରିବ |
ପୂର୍ବ କାଳରେ ନାରୀ ସୁରକ୍ଷିତ ଥିଲା |କାରଣ ସେତେବେଳେ ନାରୀ ଶିକ୍ଷା କଣ ଜାଣିନଥିଲା, ଦୁନିଆ ସମ୍ପର୍କରେ କିଛି ବି ଅବଗତ ନଥିଲା | ଶ୍ୱଶୁର ଘର ଲୋକେ ତାପାଇଁ ଦେବତା ସାଜି ଥିଲେ, ରାନ୍ଧି ବାଢି ସମସ୍ତଙ୍କୁ ପରସି ଦେଲା ପରେ ଯାହା ବଳୁ ଥିଲା ସେ ଖାଉଥିଲା | ସମସ୍ତଙ୍କୁ ସ୍ନେହ ପ୍ରେମରେ ବାନ୍ଧି ରଖୁଥିଲା | ସେ ଜନନୀ,ଭଗିନୀ ରୂପେ ସମାଜରେ ଆଦର ପାଉଥିଲା | କିନ୍ତୁ ସେଦିନ ଚାଲି ଯାଇଛି l ନାରୀ ଆଜି ଶିକ୍ଷା ଦୀକ୍ଷା ହାସଲ କରିଛି, ପୁରୁଷ ମାନଙ୍କ ଭଳି ଉଚ୍ଚତମ ପଦବୀରେ ବସି ପାରିଛି ସତ କିନ୍ତୁ ତାର ଚରିତ୍ର ସ୍ଵଭାଵ ବଦଳି ଯାଇଛି | ସେ ଆଉ ଆଗଭଳି ସ୍ନେହମୟୀ ନାରୀ ହୋଇ ରହି ନାହିଁ, ପରୁଷର କାମନାକୁ ଚରିତାର୍ଥ କରି ବାକୁ ଯେମିତି ତାର ସୃଷ୍ଟି ହେଇଛି | ପୁରୁଷର ପାଦ ତଳେ ନୁହେଁ ତା ମନର ମାନସୀ ହୋଇ ରହିବାକୁ ଚାହୁଁଛି ନାରୀ |ନିଜ ସ୍ୱାର୍ଥ ପାଇଁ କିଛିବି କରିବାକୁ ସେ ଏବେ ପ୍ରସ୍ତୁତ ଅଛି | ନିଜର ଯୌନ କ୍ଷୁଧା ମେଣ୍ଟେଇବାକୁ ଯେ କୌଣସି ନାରକୀୟ କାମ କରିବାକୁ ମଧ୍ୟ ପଛାଉନାହିଁ | ଜାଣି ଶୁଣି ପୁରୁଷର କାମନା ର କଟାକ୍ଷକୁ ନିମନ୍ତ୍ରଣ କରୁଛି | ଦୁନିଆ ଆଗରେ ନିଜର ଲଙ୍ଗଳା ଫୁଙ୍ଗୁଳା ଦେହ ଦେଖାଇବାକୁ କୁଣ୍ଠାବୋଧ କରୁନି |
ଉଗ୍ର ଆଧୁନିକତା ର ବଶବର୍ତ୍ତୀ ହୋଇ ଛୋଟ ପୋଷାକ ପିନ୍ଧି କଣ ସୂଚାଇବାକୁ ଚାହୁଁଛି? କିନ୍ତୁ ଉଗ୍ର ପୋଷାକ ପିନ୍ଧି ଝିଅ କୌଣସି ଜାଗାକୁ ବାହାରିଲେ ଏବେକାର ବାପା, ମାଆ ଭାରି ଖୁସି ହୁଅନ୍ତି | ବାପା ମା ନିଜେ ମନେ ମନେ ଖୁସି ହୁଅନ୍ତି ଯେ ମୋ ଝିଅ କେତେ ସୁନ୍ଦର କିନ୍ତୁ କେବେ ଚିନ୍ତା କରିଛନ୍ତି ଆପଣ ମାନଙ୍କ ଝିଅ ପୁଅଙ୍କୁ ଚଳଚିତ୍ର ସହ ତୁଳନା କଲେ ଏତେ ଖୁସି କାହିଁକି ? ଏମିତି ଚିନ୍ତାଧାରା କେବଳ ତୁଚ୍ଛା ବଢ଼ିମା ବ୍ୟତୀତ ଅନ୍ୟ କିଛି ନୁହେଁ | ନାରୀ ମନ ସତରେ ଭାରି ଅବୁଝା | ମନ ମାନିଥିଲେ ଗୋଟା ପଣେ ତୁମର, ମନ ନମାନିଲେ ନିମିଷକେ ସେ ଆଉ କାହାର | ବାହାବେଦୀ, ସାତ ପୁରୁଷ, ସବୁ କ୍ଷମା, ତତ୍ପରେ ଟୋପାଏ ସିନ୍ଦୂର, ଦୁଇ ପଟଶଙ୍ଖା ପିନ୍ଧାଇ ଥିବା ମଣିଷ ଅଜଣା ପାଲଟି ଯାଏ | କ୍ଷଣିକ କାମନା ବାସନା ର ବସବର୍ତ୍ତୀ ହୋଇ ଭୁଲିଯାଏ ନିଜର ରକ୍ତରୁ ଜନ୍ମ ନେଇଥିବା ସନ୍ତାନଙ୍କୁ | ଆଉ କେବଳ ଶରୀର କୁ ସ୍ୱାମୀ କୋଳରେ ରଖି ନୀରବ ଯନ୍ତ୍ରଣା ଦେଇ ଚାଲେ | ନିର୍ଯ୍ୟାତିତା ପୁରୁଷ ସବୁ ଦେଖେ ସବୁ ଜାଣେ ତଥାପି ନୀରବ | ଏ ଦେଶର ସମ୍ବିଧାନ ଯେତେବେଳେ ନାରୀ ସପକ୍ଷରେ ଯାଉଛି ସେଠି ନାରୀ ଆହୁରି ତଳକୁ ଖସି ଯିବାଟା କିଛି ଆଶ୍ଚର୍ଯ୍ୟ କଥା ନୁହେଁ | ଲୁଚି ଲୁଚି ପର ପୁରୁଷ ସହ ସମୟ ବିତାଉଥିବା ବେଳେ ଏହି ସାମ୍ବିଧାନିକ ସ୍ୱୀକୃତିକୁ କେହିତ ଜଣେ ନାରୀ ବିରୋଧ କଲେନି ? ହୋଇପାରେ ଯଦି ମନ ନମିଶିଲା ତେବେ ଛାଡ଼ପତ୍ର ଦେଇ ଆଉ କାହାକୁ ବିବାହ କରୁ କିନ୍ତୁ ଏ ପ୍ରକାର ନିୟମ ବିରୋଧରେ ଉଚ୍ଚ ପଦବୀରେ ବସିଥିବା ନାରୀ କେହି ଜଣେ ବିରୋଧ କଲେନି, ବୋଧେ ତାଙ୍କ ମନ ଜାଣି ନିୟମ ଲାଗୁ କରାଯାଇଛି, ସମଗ୍ର ନାରୀ କେବେ ବି ଏହି ଅବାଟରେ ପାଦ ଦେଇନାହାନ୍ତି, କିନ୍ତୁ କିଛି ନାରୀ ପାଇଁ ଆଜି ସମଗ୍ର ସମାଜ ଆଗରେ ବଦନାମ ହେଉଛି ନାରୀ | ନାରୀ ତାର ସୌନ୍ଦର୍ଯ୍ୟରେ ପୁରୁଷ ଙ୍କୁ ବଶୀଭୂତ କରାଇ ପୁରୁଷ ଙ୍କୁ କଣ୍ଢେଇ ସଜେଇ ଦେଇଛି | ତଥାପି ସମାଜ ଏବେ ବି ଅପେକ୍ଷା କରିଛି ନାରୀ ବଦଳିଲେ ସମାଜ ବଦଳିବ | ନଚେତ ନେଡି ଗୁଡ଼ ବୋହି କହୁଣୀ ରେ ଥିବ |ଏଥିପାଇଁ କେବଳ ନାରୀ ଦାୟୀ ନୁହେଁ ଦାୟୀ ହେଉଛି ଆମ ସାମାଜିକ ଚଳଣି |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *