ସିସିଟିଭି ରେ କଏଦ ଚୋର

ସିସିଟିଭି ରେ କଏଦ ଚୋର

ଫୋକସ ପ୍ଲସ ୨୯/୫/୨୨(ଅନୁଗୁଳ): ପକେଟରେ ହାତ ପୁରାଇ ମୋବାଇଲ ନେଇଗଲା ଚୋର,ଜାଣିବି ପାରିଲେନି ବ୍ୟକ୍ତି, ସିସିଟିଭିରେ କଏଦ ହେଲା ଦୃଶ୍ୟ ।ରିବା କିଣୁ କିଣୁ ମୋବାଇଲ ଚୋରି । ଦୋକାନୀ ସହ କଥା ହୋଇ ପରିବା କିଣିବା ବେଳେ ଅତି ଚତୁରତାର ସହ ଜଣେ ଲୋକ ଆସି ପକେଟରୁ ଚୋରି କରି ନେଇଗଲା ମୋବାଇଲ । ଅନୁଗୋଳ ସହରରେ ଦିବାଲୋକରେ ଏଭଳି ଘଟଣା ଘଟିଛି, ଯାହାର ସିସିଟିଭି ଫୁଟେଜ୍ ଏବେ ସମ୍ମାକୁ ଆସିଛି ।ଭିଡିଓରେ ଦେଖା ଯାଇଛି ଯେ ଅନୁଗୋଳ ଡେଲି ମାର୍କେଟରେ ଜଣେ ବ୍ୟକ୍ତି ପରିବା କିଣୁଥିବା ବେଳେ ଜଣେ ଯୁବକ ଆସି ସାର୍ଟ ପକେଟରୁ ଅତି ଚତୁରତାର ସହ ମୋବାଇଲ ଲୁଟି ନେଉଛନ୍ତି । ସେ ଏମିତି କୌଶଳରେ ଲୁଟିଲେ ଯେ କେହି ଜାଣିବି ପାରିଲେନି କଣ ହେଲା । ବ୍ୟକ୍ତି ଜଣକ ମୋବାଇଲ ଚୋରି ହୋଇଛି ବୋଲି ଜାଣିବା ବେଳକୁ ଲୁଟେରା ସେଠାରୁ ଛୁ ମାରିଥିଲା । ଏନେଇ ବ୍ୟକ୍ତି ଜଣକ ଥାନାରେ ଏତଲା ଦେଇଛନ୍ତି । ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *