
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର
- Breaking news
- May 29, 2022
- No Comment
- 238
ଫୋକସ ପ୍ଲସ ୨୯/୫/୨୨(କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଲହରାଯୋର ଗ୍ରାମର ଶୁଶାନ୍ତ ଗଉଡ ଙ୍କ ବଡ଼ ପୁଅ ଡମ୍ବରୁଧର ଗଉଡ ( ୧୦ ) ବର୍ଷ ନାମକ ଜଣେ ନାବାଳକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ଥିବା ଜଣାପଡିଛି। ରବିବାର ଦିନ ସକାଳୁ ଗାଁ ର ଏକ ନିକଟସ୍ଥ ଆମ୍ବ ଗଛ କୁ ଆମ୍ବ ତଳିବା ପାଇଁ ଯାଇଥିଲେ। ଡମ୍ବରୁଧର ଗଛ ଉପରକୁ ଚଢି ଆମ୍ବ ଚଳୁଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶ ହୋଇଥିଲା ଯାହାଫଳରେ ଡମ୍ବରୁଧର ଗଉଡ ଗଛ ଉପରୁ ତଳକୁ ଖସିପଡ଼ି ଗୁରୁତର ଅବସ୍ଥାରେ ପ୍ରଥମେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ନାବାଳକ ଜଣକ କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା ସୁଚନା ମିଳିଛି । ବର୍ତ୍ତମାନ ଭବାନୀପାଟଣା ଡାକ୍ତରଖାନାରେ ନାବାଳକ ଜଣକ ଚିକିତ୍ସା ହେଉଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍