କ୍ରିକେଟ ଟୁର୍ଣ୍ଣାମେଣ୍ଟ

କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫୋକସ ପ୍ଲସ ୩୦/୫/୨୨(ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ କନକପୁର ଠାରେ ସପ୍ତାହେ ବ୍ୟାପି ଚାଲିଥିବା ଶାରଦା ପ୍ରସାଦ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉଦଯାପନୀ ଫାଇନାଲ ମ୍ୟାଚରେ କୋଲର ମହାବୀର କ୍ଲବକୁ ୧୦ ଉଇକେଟରେ ହରାଇ କନକପୁରର ମା’ଶାରଳା ସ୍ପୋଟିଂ ଚମ୍ପିୟାନ ହୋଇଛି।ଚମ୍ପିୟାନ ଦଳ ପକ୍ଷରୁ ରାକେଶ ବ୍ରହ୍ମ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।ଏହି ଟୁର୍ଣ୍ଣାମେଣ୍ଟର ରଙ୍ଗାରଙ୍ଗ ଉଦଯାପନୀ ସମାରୋହରେ ତିର୍ତ୍ତୋଲ ର ଯୁବ ବିଧାୟକ ବିଜୟ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ଅଶୋକ କୁମାର ମହାନ୍ତି, ଧ୍ୟାନ ରଞ୍ଜନ ଦାସ,ବିମଳ ମହାପାତ୍ର, ରମେଶ ରାଉଳ,ଧୀରେନ୍ଦ୍ର ସାହୁ,ବିଜୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ, ପରାଜିତ ଦଳ, ଶ୍ରେଷ୍ଠ ଖେଳାଳି,ପରିଚାଳକ ଓ ଭାଷ୍ୟକାର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ସମ୍ବିତ ଦାସ,ସୁଜିତ ଦାସ, ସୁମିତ ଦାସ ଓ ମା’ଶାରଳା ସ୍ପୋଟିଂ କ୍ଲବର ପ୍ରତେକ୍ଷ ତତ୍ୱବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଅଞ୍ଚଳର ଶତାଧିକ କ୍ରିକେଟପ୍ରେମୀ ଉପଭୋଗ କରିଥିବା ବେଳେ ଆଗାମୀ ଦିନରେ ଏହି ଖେଳପଡିଆକୁ ମିନି ଷ୍ଟାଡିୟମରେ ପରିଣତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ତିର୍ତ୍ତୋଲରୁ ନିଶାକର ଦାସ, ଫୋକସ ପ୍ଲସ ।

Related post

CDPO କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ  ଅଙ୍ଗନବାଡ଼ି କର୍ମୀ |

CDPO କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନବାଡ଼ି କର୍ମୀ |

ଫୋକସ ପ୍ଲସ 7/12/2022( କେନ୍ଦ୍ରାପଡ଼ା): ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର ସଂଘ ଡାକରାରେ ଆଳି ବ୍ଲକର ଅଙ୍ଗନବାଡି କର୍ମୀମାନେ ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ…
“ଦମନ୍” ଦେଖିଲେ ଜିଲ୍ଲାର ସରକାରୀ କର୍ମଚାରୀ ।

“ଦମନ୍” ଦେଖିଲେ ଜିଲ୍ଲାର ସରକାରୀ କର୍ମଚାରୀ ।

ଫୋକସ ପ୍ଲସ 7/12/2022( ଗଜପତି): ମ୍ୟାଲେରିଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏକ ସତ କାହାଣୀ ଉପରେ ତିଆରି ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘…
ଦୁଇ ଯୁବକଙ୍କୁ ଆକ୍ରମଣ ପରେ ଅପହରଣ (S. P)ଙ୍କ ଦ୍ୱାରସ୍ତ ହେଲେ ପରିବାର ।

ଦୁଇ ଯୁବକଙ୍କୁ ଆକ୍ରମଣ ପରେ ଅପହରଣ (S. P)ଙ୍କ ଦ୍ୱାରସ୍ତ ହେଲେ…

ଫୋକସ ପ୍ଲସ 7/12/2022( ବନ୍ତ ): ପୂର୍ଵ ଶତ୍ରୁ ତାକୁ କେନ୍ଦ୍ର କରି ପଧାନପଡ଼ା ଶାସନ ଗ୍ରାମର 2ଯୁବକଙ୍କୁ ଆକ୍ରମଣ ପାରେ ଅପହରଣ । କରିବା ଘଟଣାରେ ପରିବାର…

Leave a Reply

Your email address will not be published.