କୁଡୁମୀ ସେନାର ୧୦ତମ ପ୍ରତିଷ୍ଠା ଦିବସ

କୁଡୁମୀ ସେନାର ୧୦ତମ ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ ୩୦/୫/୨୨(ରାଇରଙ୍ଗପୁର): କୁଡୁମୀ ସେନାର ୧୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ସଭପତି ଜୈମୁନୀ ମହାନ୍ତଙ୍କ ସାମ୍ବାଦିକ ସମ୍ମିଳନୀ ୧୯୫୦ ମସିହା ପୂର୍ବରୁ ଏହି କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ମିଳିଥିଲା ।କିଛି ଚକ୍ରାନ୍ତ କାରୀଙ୍କ ଯୋଗୁଁ ଏହାକୁ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଛି ।ପୁନ଼ଃ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ପାଇଁ ଦିର୍ଘ ୭୦ ବର୍ଷ ହେଲା ଦାବି ହୋଇଆସୁଛି । ଏହାକୁ ନେଇ କୁଡୁମୀ ଜାତିର ଯୁବଛାତ୍ର ତରୁଣ,ଆଦର୍ଶବାଦୀ, ସଂସ୍କୃତି ପ୍ରେମୀ ଜୟମୁନୀ ମହାନ୍ତଙ୍କ ବଳିଷ୍ଠ ନେତୃତ୍ବରେ ୩ ଜୁନ ୨୦୧୨ ମସିହାରେ ଓଡ଼ିଶାରେ ସମଗ୍ର କୁଡୁମୀ ଜାତୀକୁ ଏକାଠି କରି ‘କୁଡୁମୀ ସେନା ‘ଅଣ ରାଜନୈତିକ ସଂଗଠନ ପ୍ରତିଷ୍ଠା କରି ତାର ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ । ଏହାର ଏକମାତ୍ର ଉଦ୍ଦେଶ୍ୟ ରାଜ୍ୟ ଓ କେନ୍ଦ୍ର ସରକାର କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ କରନ୍ତୁ ଯାହାଫଳରେ କୁଡୁମୀ ସମାଜ ଲୋକଙ୍କର ଆର୍ଥିକ, ସାମାଜିକ, ରାଜନୈତିକ,ଶିକ୍ଷା ,ଭାଷା ସଂସ୍କୃତି ସୁରକ୍ଷିତ ହୋଇପାରିବ । ଏହାକୁ ନେଇ ସେ ଦିର୍ଘ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ।ହେଲେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି ।କୁଡୁମୀ ସମାଜର ମୌଳିକ ସାମ୍ବିଧାନିକ ଅଧିକାରକୁ କୁଠାରାଘାତ କରୁଛନ୍ତି । ମହାମାରୀ କରୋନା ପାଇଁ ଦିର୍ଘ ୨ ବର୍ଷ ହେଲା ଆନ୍ଦୋଳନ ଓ ସଭା ସମିତି କରାଯାଇ ନ ଥିଲା ।ପୁନଃ କୁଡୁମୀ ମାନଙ୍କୁ ଏକାଠି କରି ସେମାନଙ୍କ ନ୍ୟାୟିକ ଅଧିକାର ବିଷୟରେ ସଚେତନ କରାଇବା ଓ ହକ ପାଇଁ ଲଢିବା ପାଇଁ ଆସନ୍ତା ୩ ଜୁନ ରେ ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାପାଣି ପଞ୍ଚାୟତର ପୁରୁଣାପାଣି ଗ୍ରାମ ପଡ଼ିଆରେ କୁଡୁମୀ ସେନାର ୧୦ ମ ପ୍ରତିଷ୍ଠା ଓ ପ୍ରତିଜ୍ଞା ଦିବସ ଉପଲକ୍ଷେ ଏକ ବିଶାଳ କୁଡୁମୀ ସମାଵେଶ ଆୟୋଜନ କରାଯାଇଛି ବୋଲି ରାଜ୍ୟ ସଭାପତି ଜୈମୁନୀ ମହାନ୍ତ ସ୍ଥାନୀୟ କୁଡୁମୀ ଭବନ ପରିସରରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲେସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *