ପବିତ୍ର ସାବିତ୍ରୀ ଅମାବାସ୍ୟାରେ ସତ୍ୟବାନଙ୍କର ମୃତ୍ୟୁ

ପବିତ୍ର ସାବିତ୍ରୀ ଅମାବାସ୍ୟାରେ ସତ୍ୟବାନଙ୍କର ମୃତ୍ୟୁ

ଫୋକସ ପ୍ଲସ ୩୦/୫/୨୨(ଖୋର୍ଦ୍ଧା): ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଏହି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ସତ୍ୟବାନ ପୂଜା ପାଇବା ବଦଳରେ ହେଲା ଶବ ସଂସ୍କାର । ଚାଲିଗଲା ନିରୀହ ଜୀବନ ଦାଦନରେ ଶ୍ରମିକ ମୃତ, ନିଜ ଭିଟା ମାଟିରେ ପବିତ୍ର ସାବିତ୍ରୀ ଅମାବାସ୍ୟାରେ ପହଁଚିଲା ମର ଶରୀର ଶଶାନରେ ଶବକୁ ସଂସ୍କାରକଲା ପାଞ୍ଚ ବର୍ଷର ପୁଅ । ଏଭଳି ଅଭାବନିଆ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିରିବାଡ଼ି ପଞ୍ଚାୟତ ଛକଡ଼ିପୁର ଗ୍ରାମ ୧୦ନଂ ୱାର୍ଡରେ।
ସତ୍ୟ ଯୁଗ ପୌରାଣୀକରେ ଜମ ରାଜ ପବିତ୍ର ସାବିତ୍ରୀ ଅମାବାସ୍ୟାରେ , ସତ୍ୟବାନଙ୍କ ଯେତେବେଳେ ମୃତ ହୋଇଥିଲା ,ସେହି ସମୟରେ ଯମରାଜଙ୍କୁ ମାଗିଥିଲେ ସତୀ ନାରୀ ସାବିତ୍ରୀ ମୋ ସ୍ୱାମୀଙ୍କୁ ମୋତେ ଫେରାଇ ଦିଅ କିନ୍ତୁ ପାଇଥିଲେ ସତ୍ୟବାନଙ୍କୁ । । ସେହିଭଳି ଆଜି ମାଗୁଥିବା ଜଣେ ସତୀ ନାରୀ ତାର ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଆଉ ଫେରି ପାଉ ନାହାଁନ୍ତି ସତ୍ୟବାନଙ୍କୁ । ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ବିରିବାଡ଼ି ଗ୍ରାମ ପଞ୍ଚାୟତ ଛକଡ଼ି ପୁର ଗ୍ରାମ ୧୦ନଂ ୱାଡର ହୁଲାସ ମହତ ବୟସ ୩୫ ବର୍ଷ ଗୁଜୁରାଟ ସୁରଥ ଯାଇଥିଲେ କାମ କରିବା ପାଇଁ କିଛିଦିନ ହେବ ,କିନ୍ତୁ ସହିଲାନି ଦଇବ ହଠାତ ଖବର ପହଁଚିଲା ଗ୍ରାମରେ ତାଙ୍କର ମୃତ ହୋଇଛି ବୋଲି । ସୁରଥରେ କାମ କରୁଥିବା କମ୍ପାନୀ କିଛି ଖେତି ପୂରଣ ଦେଲା ନାହିଁ । ପରିବାର ଲୋକେ ନିଜ ମୃତ ଶରୀର ଦେଖିବା ପାଇଁ ହାତରୁ ୬୦,୦୦୦ ହାତରୁ ଖର୍ଚ୍ଚ କରି ଗ୍ରାମରେ କଲେ ଶବ ସଂସାର ।
ପରିବାର କହିବାକୁ ଗଲେ ଘରେ ପାଞ୍ଚ ଜଣ ସଦସ୍ୟ ବିଧବା ମା, ସ୍ତ୍ରୀ, ପାଞ୍ଚ ବର୍ଷର ପୁଅ ଓ ତିନି ବର୍ଷର ଝିଅ , ରୋଜଗାରିଆ ପୁଅ ଥିଲା ହୁଲାସ ମହତ ଭାଙ୍ଗିଗଲା ସୁନାର ସଂସାର ନେଇଗଲା ଯମରାଜ ଆଜି ଭଳି ଦିନରେ ପବିତ୍ର ସାବିତ୍ରୀ ଅମାବାସ୍ୟାରେ । ବାହାଘର ଆଠ ବର୍ଷ ହୋଇଥିଲେ ମଧ୍ୟ ଘରଦୁଆରୁ ଲିଭିନି ଅଙ୍କା ହୋଇଥିବା ଚିତ୍ର କିନ୍ତୁ ଚାଲିଗଲା ଏଭଳି ଜୀବନ।
ଆଜି ଏଭଳି ଅଭାବନିଆ ଘଟଣାକୁ ନେଇ ଗ୍ରାମରେ ସମସ୍ତେ ମର୍ମାହତ। ଏବଂ ଗ୍ରାମବାସୀ ଓ ପରିବାର ଲୋକେ ନିବେଦନ କରିଛନ୍ତି କି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିରେ ଦୁଷ୍ଟି ନଜରଦେଇ ପରିବାରକୁ କ୍ଷେତି ପୂରଣ ପାଇଁ ଦାବି ହେଉଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *