
ସଭ୍ୟ ଚୟନରେ ଦୁର୍ନୀତି
- ରାଜ୍ୟ
- May 30, 2022
- No Comment
- 84
ଫୋକସ ପ୍ଲସ ୩୦/୫/୨୨(ସୁନ୍ଦରଗଡ଼): ଲ୍ୟାମ୍ପ୍ସ ମାନଙ୍କରେ କେତେବେଳେ ଧାନ କିଣାରେ ଦୁର୍ନୀତି ତ ଆଉ କେତେବେଳେ ସାର କିଣା ରେ ଦୁର୍ନୀତି ସାମ୍ନାକୁ ଆସିଥିବା କଥା ଆପଣ ମାନେ ଜାଣିଥିବେ,ହେଲେ ଦୁର୍ନୀତି ଖୋର ମାନେ ଏବେ ନୂତନ ପନ୍ଥା ଗ୍ରହଣ କରିଛନ୍ତି । ବର୍ତ୍ତମାନ ଲ୍ୟାମ୍ପ୍ସର ମେମ୍ଵର ଚୟନରେ ମଧ୍ୟ ଦେଖା ଦେଇଛି ଦୁର୍ନୀତି । ସମର୍ଥକ ଓ ପ୍ରସ୍ତାବକ ମାନଙ୍କ ଅଜାଣତରେ ଫର୍ମରେ ପଡିଛି ଦସ୍ତଖତ ।
ଲେମ୍ପ୍ସ ମାନଙ୍କରେ ଅନେକ ସମୟରେ ଦେଖିବାକୁ ମିଳିଥାଏ ଦୁର୍ନୀତି । କେତେବେଳେ ଧାନ କିଣାରେ ଦୁର୍ନୀତି ସାମ୍ନାକୁ ଅ।ସିଥିବା ବେଳେ ତ ଆଉ କେତେବେଳେ ସାର କିଣାର ଦୁର୍ନୀତି ସାମ୍ନାକୁ ଆସିଥାଏ । ଆଜି ସୁନ୍ଦରଗଡ଼ ମହୁଲପାଲି ଲ୍ୟାମ୍ପ୍ସର ମେମ୍ଵର ଚୟନରେ ଦେଖିବାକୁ ମିଳିଛି ଦୁର୍ନୀତି । ଚଳିତ ମାସ 27 ତାରିଖରେ ମେମ୍ଵର ଚୟନ ପାଇଁ ଫର୍ମ ଦାଖଲ କରିଥିଲେ । ଫର୍ମ ଦାଖଲ କରିବା ସମୟରେ ନିଜ ସମର୍ଥକ ଓ ପ୍ରସ୍ତାବକଙ୍କ ଦସ୍ତଖତ କରି ଫର୍ମ ପକାଯାଇଥିଲା । ମହୁଲପାଲି ଲ୍ୟାମ୍ପ୍ସରେ 14 ଜଣ ମେମ୍ଵର ପାଇଁ ଫର୍ମ ଦାଖଲ କରାଯାଇଥିଲା କିନ୍ତୁ ଅଧିକାଂଶ ଫର୍ମରେ ଥିବା ସମର୍ଥକ ଓ ପ୍ରସ୍ତାବକଙ୍କ ଜାଲ ଦସ୍ତଖତ କରି ଫର୍ମ ଦାଖଲ କରିଥିବା ସାମ୍ନାକୁ ଆସିବା ପରେ ଆଜି ନିର୍ବାଚନ ଅଫିସରଙ୍କ ଆଗରେ ଅଭିଯୋଗ କରିଛନ୍ତି । ରଘୁନନ୍ଦନ ସା ନାମକ ଜଣେ ବ୍ୟକ୍ତି ଲ୍ୟାମ୍ପ୍ସର ମେମ୍ଵର ପାଇଁ ଫର୍ମ ପକାଇ ନାହାନ୍ତି କିନ୍ତୁ କେହି ଜଣେ ତାଙ୍କ ନାଁ ରେ ଜାଲ ଦସ୍ତଖତ କରି ଫର୍ମ ପକାଇଥିବା ଅଭିଯୋଗ କରିଛନ୍ତି । ଆଜି ଲ୍ୟାମ୍ପ୍ସରେ ମେମ୍ଵର ପାଇଁ ଫର୍ମ ଦାଖଲ କରିଥିଲେ । ଫର୍ମ ପକାଇବାରେ କୌଣସି ଅଭିଯୋଗ ରହିଥିଲେ ଆଜି ନିର୍ବାଚନ ଅଫିସରଙ୍କ ଠାରେ ଲିଖିତ ଅଭିଯୋଗ କରିବାର ଶେଷ ଦିନ ରହିଥିଲା । ଅଭିଯୋଗ କାରୀମାନେ ଆମକୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ଆମେ ପୁଙ୍ଖାନୁପୁଙ୍ଖ ତଦାରଖ କରିବୁ ବୋଲି କହିଛନ୍ତି ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀ ।ଦିନକୁ ଦିନ ଦୁର୍ନୀତିର ଲମ୍ଵା ତାଲିକା ସାମ୍ନାକୁ ଆସୁଛି ହେଲେ ଅଧିକାରୀ ମାନେ ନିଦାବିଷ୍ଣୁନସାଜିଛନ୍ତି ଏନେଇ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ