ବାମପନ୍ଥୀ ଦଳର ବିକ୍ଷୋଭ

ବାମପନ୍ଥୀ ଦଳର ବିକ୍ଷୋଭ

ଫୋକସ ପ୍ଲସ ୩୧/୫/୨୨(ଭଦ୍ରକ): ଭଦ୍ରକ, ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ, ଡାଲି, ଖାଇବା ତେଲ, ଔଷଧ, କପଡା, ପାଠ୍ୟ ଉପକରଣ ଆଦିର ଦର ନିୟନ୍ତ୍ରଣ କରିବା, ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା, ସମସ୍ତ ସରକାରୀ ସଂପତ୍ତି ବିକ୍ରି ବଂଦ କରିବା, ଦେଶରେ ସାଂପ୍ରଦାୟିକ ହିଂସାକାଣ୍ଡ ବଂଦ କରିବା ଆଦି ଦାବୀ ନେଇ ସିପିଆଇ(ଏମ),ସିପିଆଇ, ସିପିଆଇଏମଲ ( ଲିବରେସନ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ମିଳିତ ଭାବେ ଏକ ଲାଲ ପଟୁଆର ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଛନ୍ତି., ସିପିଆଇଏମଲ ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟ ସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ଆହ୍ବାନ ଜଣାଇଥିଲେ । ନବୀନ ପଟ୍ଟନାୟକ ସରକାର କେନ୍ଦ୍ର ସରକାର ଙ୍କ ସମସ୍ତ ଜନବିରୋଧୀ ନୀତି କୁ ସମର୍ଥନ କରୁଥିବା ରୁ ବାମପନ୍ଥୀ ନେତୃବୃନ୍ଦ ବିଜେଡି ସରକାର କୁ ତୀବ୍ର ନିନ୍ଦା କରିଥିଲେ ।ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ 300 ରୁ ଉର୍ଦ୍ଧ ବାମପନ୍ଥୀ କର୍ମୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ ।

ଭଦ୍ରକ ରୁ ଅସିତ ରଞ୍ଜନ ଓଝା ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *