କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ଯବସ୍ଥା ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ ଏନଏସି ଅଧ୍ୟକ୍ଷ

କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ଯବସ୍ଥା ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ ଏନଏସି ଅଧ୍ୟକ୍ଷ

ଫୋକସ ପ୍ଲସ ୩୧/୫/୨୨(କୋଦଳା): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଛି ଅବ୍ଯବସ୍ଥା। ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଆଇପିଏଚ୍ ଷ୍ଟାଣ୍ଡାର୍ଡ ମାନ୍ଯତା ପାଇଥିବା ବେଳେ ଏଠାରେ ୪ ଟି ସ୍ପେଶାଲିଷ୍ଟ ଓ ୨ ଟି ଏମ୍ ବି ବି ଏସ୍ ଡାକ୍ତର ରହିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଜଣେ ବି ଡାକ୍ତର ଏଠାରେ ନାହାନ୍ତି। ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଡାକ୍ତର ନୂହେଁ, ଅନ୍ଯାନ୍ଯ ଷ୍ଟାଫ୍ ମଧ୍ୟ ଆବଶ୍ୟକତା ଠାରୁ ଅତି କମ୍ ସଂଖ୍ୟକ ରହିଛନ୍ତି। ଫଳରେ ମେଡିକାଲ ରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଅତି ଛୋଟ ଛୋଟ ରୋଗ କ୍ଷେତ୍ରରେ ଏଠି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ମାନର ଯନ୍ତ୍ରପାତି ଥାଇ ମଧ୍ୟ କୌଣସି କାମରେ ଲାଗୁନି। ନିରାମୟ ଔଷଧରୁ ବଞ୍ଚିତ ହେଉଛନ୍ତି ଲୋକେ। ଲୋକେ ବାଧ୍ୟ ହୋଇ ଘରୋଇ କ୍ଲିନିକ୍ ଓ ହସ୍ପିଟାଲ୍ ଉପରେ ନିର୍ଭର କରୁଛନ୍ତି। ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସବୁ ଅବ୍ଯବସ୍ଥାକୁ ନେଇ ଆଜି ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ପ୍ରତିନିଧି ରଜନୀ ସେଠୀ, କୋଦଳା ବିଜେପି ଯୁବମୋର୍ଚ୍ଚା ଅଧ୍ଯକ୍ଷ ଭଗବାନ ସ୍ୱାଇଁ, ରବୀନ୍ଦ୍ର ପରିଡା ପ୍ରମୁଖ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।ଏଥି ସହିତ ଗଞ୍ଜାମ ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି। ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରାଯାଇଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *