ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ

ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ

ଫୋକସ ପ୍ଲସ ୦୧/୦୬/୨୨( ପାଟପୁର): ବେଆଇନ ଗଞ୍ଜେଇ କାରବାରର ହବ୍ ସ୍ଥଳୀ ପାଲଟିଥିବା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ କଂସାମାରୀ ଗ୍ରାମରେ ପୋଲିସ ମଙ୍ଗଳବାର ସକାଳୁ ଜଣେ ଯୁବକଙ୍କ ଘରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଗ୍ରାମର ଗଦାଧର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକ କଂସାମାରୀ ଢେପସାହିର ବାଙ୍କୁଲୁ ବେହେରାଙ୍କ ପୁଅ ଅଭିଯୁକ୍ତ ଗଦାଧର ଦୀର୍ଘ ଦିନ ଧରି ବେଆଇନ ଭାବେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଯାହାଫଳରେ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଆଜି ସକାଳ ୫ ଘଣ୍ଟା ସମୟରେ ଅଭିଯୁକ୍ତଙ୍କ ଘରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ପୋଲିସ ଘର ଭିତର ଅନୁସନ୍ଧାନ କରି ୨ ଟି ବସ୍ତାରେ ଭରପୁର ରହିଥିବା ଗଞ୍ଜେଇ ଜବତ କରିବା ସହ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଉକ୍ତ ଦୁଇ ବସ୍ତାରେ ଥିବା ଗଞ୍ଜେଇର ମାପଚୁପ କରିବା ପରେ ସେଥିରେ ୫୯ କେଜି ୨୦୦ ଗ୍ରାମ ରହିଥିବା ବେଳେ ସହ ଯାହାର ବଜାର ମୂଲ୍ୟ ୮ ରୁ ୯ ଲକ୍ଷର ଟଙ୍କା ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଏଥିସହ ଏହି ବେଆଇନ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଅନ୍ୟ ଜଣେ ସଂପୃକ୍ତ ରହିଥିବା ବେଳେ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଚଢାଉ ପରେ ଏସ୍ଆଇ ମିଲନ ବେହେରାଙ୍କ ଏତଲା କ୍ରମେ ଥାନା ମାମଲା ନଂ ୧୭୨/୨୨ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରାଯାଇ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *