କେକେ ନାହାନ୍ତି ସତ ହେଲେ ଆମ ସହ ଅଛି ତାଙ୍କ ସ୍ମୃତି

କେକେ ନାହାନ୍ତି ସତ ହେଲେ ଆମ ସହ ଅଛି ତାଙ୍କ ସ୍ମୃତି

ଫୋକସ ପ୍ଲସ ୦୧/୦୬/୨୨(ବ୍ୟୁରୋ):କେକେ ନାହାନ୍ତି ସତ ହେଲେ ଅଛି ତାଙ୍କ ସ୍ମୃତି ..ଭଗବାନ କେକେ ଅମରଆତ୍ମା କୁ ଶାନ୍ତି ଦିଅନ୍ତୁ……
କଥା ଥିଲା ଶେଷ ଯାଏ ସାଥ ଦେବାକୁ, ହେଲେ ଜୀବନର ଅଧା ରାସ୍ତାରେ ଏକା କରି ଚାଲିଗଲେ l ବାକି ରହିଗଲା ମନର ବହୁତ କଥା l ଅସମୟରେ ଚାଲିଗଲା କେକେଙ୍କ ଜୀବନ l ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ସିଙ୍ଗର ଓରଫ କୃଷ୍ଣ କୁମାର କୁନ୍ନଥ l ବହୁତ ଅଧିକ ଗୀତ ଗାଇ ସମସ୍ତଙ୍କ ମନକୁ ନେଇ ଥିଲେ କିଣି l ଲୋକପ୍ରିୟ ହୋଇ ପ୍ରସିଦ୍ଧ ହେଲା ପରେ ମଧ୍ୟ ନିଜ ପର୍ସନାଲ ଲାଇଫ କୁ ମିଡ଼ିଆ ଠାରୁ ଦୁରେଇ ରଖିଥିଲେ l ବହୁତ କମ ଜଣ ଜାଣନ୍ତି ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ଅର୍ଥାତ ତାଙ୍କ ବୈବାହିକ ଜୀବନର କଥା l କେକେ ତାଙ୍କର ପିଲାଦିନର ସାଙ୍ଗ ଜ୍ୟୋତି ଙ୍କୁ ବିବାହ କରିଥିଲେ I କମ ବୟସରୁ ପ୍ରେମରେ ପଡିଥିଲେ କେକେ l ଷଷ୍ଠ ଶ୍ରେଣୀ ରୁ ଆରମ୍ଭ ହୋଇଥିଲା ପ୍ରେମ l ପ୍ରେମର ମାନେ ତ ନଥିଲା ଜଣା ତା ସତ୍ୱେ ବି ଜ୍ୟୋତିଙ୍କ ପ୍ରତି ତାଙ୍କର ଥିଲା ଏକ ସ୍ନେହବୋଳା ଭାବନା l ଯାହା କିଛି ଦିନ ପରେ ପ୍ରେମ ରେ ପରିଣତ ହୋଇଥିଲା l ପିଲା ଦିନରୁ ସେ ତାଙ୍କୁ ଭଲ ପାଇ ଥିଲେ ,ପରେ ଆଉ କାହା କଥା ଭାବିବି ନଥିଲେ ବୋଲି ସେ କପିଲ ଶର୍ମା ଶୋ ରେ କହିଥିଲେ କେକେ l

ପିଲା ଦିନର ପ୍ରେମ ବିବାହ ର ରୂପ ନେଇଥିଲା l ବିବାହ ପରେ ଚାକିରି ନପାଇବାରୁ ବାଧ୍ୟହୋଇ ସେଲ୍ସମ୍ୟାନ କାମ କୁ ବାଛି ନେଇଥିଲେ l କିନ୍ତୁ ବିବାହର ୬ ମାସ ପରେ ହିଁ ଏ ଚାକିରି ରି ରୁ ଇଚ୍ଛା ଛାଡିଗଲା, ତାପରେ ମିଳିଲା ପତ୍ନୀ ସମର୍ଥନ l ଆଉ ଏମିତି ଏକ ବାଟ ବାଛିନେଇଥିଲେ ଯାହା ତାଙ୍କପାଇଁ ସବୁଦିନର ଖୁସି ଆଣିଦେଇଥିଲା l ତାହା ଥିଲା କଣ୍ଠଶିଳ୍ପୀ ର ରାସ୍ତା l ଏହା ପରେ ନିଜ ପାଇଁ ଏକ କି ବୋର୍ଡ କିଣିଥିଲେ l ଏବଂ ଜିଙ୍ଗଲସ ପ୍ରସ୍ତୁତ ପାଇଁ ନିଜ ସାଙ୍ଗ ସୈବଲ ବସୁ ଓ ଶିବାନୀ କଶ୍ୟପ ଙ୍କ ସହ ମିଶି ଯାଇଥିଲେ l ୩ ଜଣ ମିଶିଲେ ମଧ୍ୟ ଜଙ୍ଗଲସ ରୁ ଯଥେଷ୍ଟ ଅର୍ଥ ରୋଜଗାର କଲେ l ତଥାପି ଖୁସି ନଥିଲେ କେକେ l ତାଙ୍କର ପ୍ରଥମ ଗୀତ ଥିଲା ‘ହମ୍ ୱ ଗଲିଆଁ’ ତାହା ପରେ “ପଲ” ଆଲବମ ରେ ଗାଇ ଥିଲେ, ଯେଉଁଥି ପାଇଁ ସେ ପ୍ରସିଦ୍ଧି ପାଇ ଥିଲେ l ଆଉ ତାଙ୍କୁ ସେଥିଲାଗି କୃଷ୍ଣ କୁମାର ରୁ କେକେ ଭାବେ ସାରା ବିଶ୍ୱରେ ନିଜର ଏକ ସ୍ଵତନ୍ତ୍ର ସସ୍ଥାନ ଅଧିକାର କରିଥିଲେ l ଏକ ଲାଇଭ ଶୋ କୋଲକାତା ରେ କରୁଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ l ଆଉ ଶେଷରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା l ରୋମାଣ୍ଟିକ ଗୀତ ଗାଇ ସମସ୍ତଙ୍କୁ ହସେଇ ପାରୁଥିବା ବେଳେ ଆଜି ସମସ୍ତଙ୍କୁ କନ୍ଦେଇ ଆରପାରିକୁ ଚାଲିଗଲେ l

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *