ଅଲିଭ ରିଡଲେ ଏବେ ସମୁଦ୍ର ମୁହାଁ

ଅଲିଭ ରିଡଲେ ଏବେ ସମୁଦ୍ର ମୁହାଁ

ଫୋକସ ପ୍ଲସ ୦୧/୦୬/୨୨( ବ୍ରହ୍ମପୁର): ବ୍ରହ୍ମପୁର ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ ହେବାର ଦୀର୍ଘ ଦିନ ପରେ ଏବେ ଅଣ୍ଡାରୁ ବାହାରିଛନ୍ତି ଶାବକ । ଫଳରେ ଏବେ ସମୁଦ୍ର ମୁହାଁ ହଜାର ହଜାର ଅଲିଭ୍ ରିଡ଼ଲେ ଶାବକ । ବଙ୍ଗୋପସାଗରର ବାଲୁକାରାଶିରେ କୁନି କୁନି ପାଦରେ ସମୁଦ୍ରର ମଧ୍ୟକୁ ଚାଲି ଯାଉଛନ୍ତି ଏମାନେ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ଏବେ ଶାବକଙ୍କ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।ମୁଖ୍ୟତଃ ଗଣଅଣ୍ଡାଦାନ ପରେ ବେଳାଭୂମିର ବାଲୁକା ରାଶିରେ ୪୫ରୁ ୫୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମଗ୍ରହଣ କରିଥାନ୍ତି । ହେଲେ ଚଳିତବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଅଣ୍ଡା ନଷ୍ଟ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ଶାବକ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଚଳିତବର୍ଷ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଥିବା ବେଳେ ବର୍ତ୍ତମାନର ଏହି କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି, ବ୍ରହ୍ମପୁର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ।ସେପଟେ ଏଭଳି ଏକ ମନୋରମ ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ହୋଇଥିବା ବେଳେ କିଭଳି ଏମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଯିବେ ସେ ନେଇ ଅନେକ ଧ୍ୟାନ ଦିଆଯାଉଥିବା କହିଛନ୍ତି ଋଷିକୂଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତିର କର୍ମକର୍ତ୍ତା । ପାଳିବନ୍ଧ ଗ୍ରାମ ପଞ୍ଚାୟତ ଓ ଋଷିକୂଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତି ପକ୍ଷରୁ ସମସ୍ତ ସ୍ବେଚ୍ଛାସେବୀ ଓ ବନବିଭାଗର ଅଧିକାରୀ ମାନେ ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଇଛି ।ପ୍ରତ୍ୟେକ ବର୍ଷ ନିର୍ଦ୍ଧିଷ୍ଟ ସମୟରେ ଏହି ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛ ମାନେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣର ନିକଟବର୍ତ୍ତୀ ଗଭୀର ବଙ୍ଗୋପସାଗର ଜଳରାଶିକୁ ମିଳନ ପରେ ଗଣ ଅଣ୍ଡାଦାନ ଏବଂ ପରିଶେଷରେ ଅଣ୍ଡାରୁ କୁନି ଶାବକ ମାନଙ୍କ ନୂତନ ଯାତ୍ରା ଜାରି ରହିଥାଏ । ଏଣୁ ଅଲିଭ୍ ରିଡଲେ ମାନେ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ ଭାବରେ ଧରି ନେଇଥିବାରୁ ପ୍ରତ୍ୟେକ ବର୍ଷ ଏହି ପ୍ରକ୍ରିୟା ଦେଖିବାକୁ ମିଳିଥାଏ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *