ଅବ୍ୟବସ୍ଥା ଭିତରେ ପ୍ରାଥମିକ ଶିକ୍ଷା

ଅବ୍ୟବସ୍ଥା ଭିତରେ ପ୍ରାଥମିକ ଶିକ୍ଷା

ଫୋକସ ପ୍ଲସ ୦୧/୦୬/୨୨(ବୋରିଗୁମ୍ମା): ନାହିଁ ନାହିଁରେ ଚାଲିଛି ବିଦ୍ୟାଳୟ ,ଅବ୍ୟବସ୍ଥା ଭିତରେ ଚାଲିଛି ପ୍ରାଥମିକ ଶିକ୍ଷା,ଗୋଟିଏ ଶ୍ରେଣୀରେ ପାଠ ପଢୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ ।ସରକାର ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟବରାଦ କରୁଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଏହା ଠିକ ଭାବେ କାର୍ଯ୍ୟ କାରୀ ହେଉ ନାହିଁ । ଛାତ୍ର ଛାତ୍ରୀ ଉତ୍ତମ ମାନର ପାଠ ପଢିବା ପାଇଁ ଶ୍ରେଣୀ ଗୃହ,ରୋଷେଇ ଗୃହ ,ପାଇଖାନା ଭଳି ସୁବିଧା ଆଜି ଯାଇଁ ପାଇ ପାରୁ ନାହାଁନ୍ତି ଛାତ୍ର ଛାତ୍ରୀ ।ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମତା ପଞ୍ଚାୟତ ରତାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି କେବଳ ୩ଟି ଶ୍ରେଣୀ ଗୃହ । ଏହି ବିଦ୍ୟାଳୟରେ ୨୧୫ ଜଣ ଛାତ୍ର ଛାତ୍ରୀ ପାଠ ପଡୁଛନ୍ତି । ୧୯୩୮ ମସିହାରେ ଗ୍ରାମାଞ୍ଚଳର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାର ଏଠାରେ ସ୍କୁଲ ପ୍ରତିଷ୍ଠା ହୋଇଥଲା । କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଉନ୍ନତି ହୋଇ ନ ପାରି ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ପାଇଁ ପ୍ରଶାସନିକ ତତ୍ପରତା କେତେ ଏହି ବିଦ୍ୟାଳୟକୁ ଦେଖିଲେ ଅନୁମେୟ ହେଉଛି । ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ,ପାଇଖାନା,ରୋଷେଇ ଗୃହ, ଛାତ୍ର ଛାତ୍ରୀଙ୍କ ପାଇଁ ପାନୀୟ ଜଳ ଭଳି ମୌଳିକ ସୁବିଧା ନଥିବା ଦେଖା ଦେଇଛି । ସ୍ଥାନୀୟ ଲୋକେ ବିଭିନ୍ନ ସରକାରୀ କର୍ମଚାରୀ ଏବଂ ରାଜନେତାଙ୍କୁ ଏହି ସ୍କୁଲର ବିକାଶ ପାଇଁ ବାରମ୍ବାର ଦାବି କରିଛନ୍ତି କିନ୍ତୁ ଏହାର ସମାଧାନ ହୋଉ ନଥିବା ଅଭିଯୋଗ ହୋଇଛି । ସେହିପରି ସ୍କୁଲର ଅସୁବିଧା କୁ ପ୍ରାଥମିକତା ଦେଇ ପ୍ରଶାସନ ସ୍କୁଲର ବିକାଶ କରିବା ପାଇଁ ପୁଣି ଥରେ ଦାବି କରିଛନ୍ତି ଅଭିଭାବକ ଏବଂ ଗ୍ରାମବାସୀ ।ତେବେ ଏ ସମସ୍ୟା ସମ୍ପର୍କରେ ସ୍କୁଲ ପରିଚଳନା କମିଟି ମିଟିଂ ରେ ଆଲୋଚନା ହୋଇ ରେଜୁଲେସନ କରି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇ ଥିବା କହିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେହିପରି ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ଠାରୁ ସ୍କୁଲର ସମସ୍ୟା ବିଷୟରେ ଲିଖିତ ଅଭିଯୋଗ ମିଳିଛି ଏବଂ ଏହାକୁ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଆମେ ସ୍କୁଲର ବିକାଶ ପାଇଁ ଜଣାଇ ଦେଇଥିବା ସଫେଇ ଦେଇଛନ୍ତି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ।ତେବେ ସରକାର ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ତେବେ ଏହି ପୁରାତନ ସ୍କୁଲର ବିକାଶ କେବେ ହେଉଛି ତାହା ହିଁ ଦେଖିବା ବାକି ରହିଲା । ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।।।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *