ପୋଖରୀ ରେ ବୁଡି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ।

ପୋଖରୀ ରେ ବୁଡି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ।

ଫୋକସ ପ୍ଲସ ୦୧/୦୬/୨୨( ଦଶମନ୍ତପୁର):ସ୍କୁଲ ଛୁଟି ହେବା ପରେ ଶୌଚ ପାଇଁ ଯାଇ ଗାଁ ପୋଖରୀରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ ଶୁକ୍ରା ପୁଟ ଗାଁ ରେ। ମୃତ ଛାତ୍ରୀ ଜଣକ ହେଲେ ପୂର୍ଣ୍ଣ ଲୋମତା ଙ୍କ ଝିଅ ସୁମିତ୍ରା ଲୋମତା ବୟସ ( ୧୩) ଏସମ୍ପର୍କରେ ସ୍ଥାନୀୟ ଦଶମନ୍ତପୁର ପୋଲିସ ଥାନା ରେ ଏତଲା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଜି ପୂର୍ବାହ୍ନ ରେ କ୍ଲାସ୍ ସାରି ସ୍କୁଲ ଛୁଟି ପରେ ଗାଁ ର ଜଣେ ସାଙ୍ଗ ଛାତ୍ରୀ ମଣିମା ନାୟକ ଙ୍କ ସହିତ ଶୌଚ ପାଇଁ ଗାଁ ନିକଟସ୍ଥ ଏକ ନବ ନିର୍ମାଣ ପୋଖରୀ ରେ ଯାଇ ଥିଲେ।‌ସେତେ ବେଳେ ସୁମିତ୍ରା ପୋଖରୀ ଭିତରେ ଗଲା ବେଳେ ମଣିମା ଖଜୁରୀ ଗଛମୂଳେ ଯାଇଥିଲା। ହେଲେ ଶୌଚ ପାଇଁ ପୋଖରୀ ରେ ଯାଇ ଗଡ଼ ଖସି ସୁମିତ୍ରା ହଠାତ୍ ପାଣି ଭିତରେ ବୁଡ଼ି ନିଖୋଜ ହୋଇଥିଲା। ଏଥିରେ ସାଙ୍ଗରେ ଯାଇଥିବା ଛାତ୍ରୀ ଚିତ୍କାର କରି ସାଙ୍ଗ ପୋଖରୀ ରେ ବୁଡି ଯାଇଥିବା କହିଥିଲା। ଏହି ଖବର ଶୁଣିବା ମାତ୍ରେ ଗାଁ ର ବଂଶିଧର ଲୋମତା ନାମକ ଯୁବକ ଧାଇଁ ଯାଇ ପୋଖରୀ ରେ ପ୍ରବେଶ କରି ଛାତ୍ରୀ କୁ ଉଧାର କରିଥିଲା। ହେଲେ ସେ ସମୟରେ ଛାତ୍ରୀ ର ମୃତ୍ୟୁ ହୋଇଥିବା ଜାଣି ଗ୍ରାମ ବାସୀ ଙ୍କୁ ଖବର ଦେଇଥିଲେ। ଏଥିରେ ଗ୍ରାମ ବାସୀ ଓ ଛାତ୍ରୀ ର ଜେଜେବାପା ଡମ୍ବରୁଧର ଲୋମତା ଘଟଣା ସ୍ଥଳ କୁ ଯାଇ ନାତୁଣୀ ର ଶୋବ ଚିହ୍ନଟ କରି ଥିଲେ। ଏବଂ ଏ ନେଇ ପୋଲିସ ଥାନା ରେ ଲିଖିତ ଏତଲା ଦେଇଥିଲେ। ଏଥିରେ ଏତଲା କୁ ଭିତ୍ତି କରି ଥାନା ଅଧିକାରୀ ଶ୍ରୀ ବିଜୟ ରାଜ୍ ମାଝୀ ଙ୍କ ନିର୍ଦ୍ଦେଶକ୍ରମେ ଅତି ରିକ୍ତ ଥାନା ଅଧିକାରୀ ଶ୍ରୀ ମତୀ ନିର୍ମଳା ଲିମା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀ ର ମୃତ ଦେହ ଉଦ୍ଧାର କରି ଥିବା ଦେଖିବାକୁ ମିଳିଛି। ସେହି ଭଳି ଅଗ୍ନି ସମ ବିଭାଗ ର କର୍ମଚାରୀ ମାନେ ମଧ୍ୟ ଖବର ପାଇ ଶୋବ ଉଦ୍ଧାର ପାଇଁ ଅବିଳମ୍ବେ ପହଞ୍ଚି ଥିଲେ। ଅନ୍ୟ ପକ୍ଷରେ ଶୋବ ବ୍ୟବଛେଦ ପରେ ପରିବାର ଙ୍କୁ ପୋଲିସ ମୃତ ଦେହ ହସ୍ତାନ୍ତର କରିଥିବା ଜଣାପଡିଛି। ଏଥିରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ ସୂଚନା ରୁ ଜଣାପଡିଛି। ଅନ୍ୟ ପଟେ ଛାତ୍ରୀ ର ମୃତ୍ୟୁ ଘଟଣା କୁ ନେଇ ଗାଁ ରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି। ଛାତ୍ରୀ ଜଣକ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *