ପିଡ଼ିଏସ ଚାଉଳ ଚୋରାଚାଲାଣ

ପିଡ଼ିଏସ ଚାଉଳ ଚୋରାଚାଲାଣ

ଫୋକସ ପ୍ଲସ ୦୧/୦୬/୨୨( ରେଢ଼ାଖୋଲ):ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ତ୍ରିବଣପୁର ପଞ୍ଚାୟତ ରୁ ପିଡ଼ିଏସ ଚାଉଳ ଚୋରା ଚାଲାଣ ହେଉଥିବା ଅଭିଯୋଗରେ ଗ୍ରାମବାସୀ ଏକ ପିକଅପ ଭ୍ୟାନକୁ ଅଟକାଇ ରେଢ଼ାଖୋଲ ପୋଲିସ କୁ ମଙ୍ଗଳବାର ସନ୍ଧ୍ୟା ରେ ଜିମା ଦେଇଥିଲେ l ସୂଚନାନୁସାରେ ମଙ୍ଗବାର ସନ୍ଧ୍ୟାରେ ତ୍ରିବାଣପୁର ପଞ୍ଚାୟତ ରୁ ଏକ ପିକଅପ ଭ୍ୟାନ(ଓଡି 28 7508)ରେ ଚୋରା ରେ ପିଡ଼ିଏସ ଚାଉଳ ବୋଝଇ କରି ଚାଲାଣ କରିବା ପାଇଁ ବ୍ୟବସାୟୀ ମାନେ ଯୋଜନା କରି ଦୂରରେ ରଖିଥିବା ଅନ୍ୟ ଏକ 407 ମିନି ଟ୍ରକ(ଓ଼ଆର 07 ଏଲ 5208) ଗାଡ଼ିରେ ପିଡ଼ିଏସ ଚାଉଳ ଚାଲାଣ ହେବାପାଇଁ ପ୍ରସ୍ତୁତ ହୋଇଥିଲା l ଦୁର୍ଭାଗ୍ୟ ବଶତଃ ଠିକ ଏହି ସମୟରେ ପଞ୍ଚାୟତ ଭିତରୁ 407 ଟ୍ରକ ପାଖକୁ ଚାଉଳ ବୋଝେଇ ପିକଅପ ଭ୍ୟାନଟି ଆସୁଥିବା ବେଳେ ଏକ ଡ୍ରେନରେ ଫସୀ ଯାଇଥିଲା | ଗାଡିଟି ଡ୍ରେନ ରେ ଫସୀ ଥିବାର ସ୍ଥାନୀୟ ଲୋକେ ଦେଖି ଗାଡି ପାଖକୁ ଆସିଥିଲେ ଚାଉଳ କାହାର ବୋଲି ପଚରାଉଚରା କରିଥିବା ବେଳେ ଗାଡ଼ିରେ ଥିବା ବ୍ୟକ୍ତିଙ୍କ କୌଣସି ତାଳମେଳ ଖାଉନଥିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହରେ ରେଢ଼ାଖୋଲ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଖବର ପାଇ ଆସିବାକ୍ଷଣୀ ପିକଅପ ଭ୍ୟାନ ଟି ଘଟଣା ସ୍ଥଳରୁ ଫେରାର ମାରିଥିଲା |କିନ୍ତୁ ଚାଉଳ ବୋଝେଇ 407 ଟ୍ରକ ଓ ଗାଡ଼ିରେ ଥିବା ୩ ଜଣଙ୍କୁ ଗ୍ରାମବାସୀ ପୋଲିସ କୁ ଜିମା ଦେଇଥିବା ବେଳେ ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ବେଳେ ରେଢ଼ାଖୋଲ ଥାନାରେ କେହି ଅଭିଯୋଗ କରି ନାହାନ୍ତି | ରେଢ଼ାଖୋଲ ଥାନା ଅଧିକାରୀ ଙ୍କୁ ଆମେ ଫୋନ ମଧ୍ୟରେ ଯୋଗାଯୋଗ କରିଥିଲୁ କିନ୍ତୁ ଥାନା ଅଧିକାରୀ କହିଲେ ଯେ ଏପର୍ଯ୍ୟନ୍ତ କୋଣସି ଅଭିଯୋଗ ହୋଇନାହିଁ ଯୋଗାଣ ବିଭାଗ ସେ ବିଷୟରେ ତଦନ୍ତ କରୁଛି | ସେମାନେ ତଦନ୍ତ ପରେ ଯାହା ରିପୋର୍ଟ ଦେବେ ତାପରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ରେଢ଼ାଖୋଲ ଥାନା ଅଧିକାରୀ ଶ୍ରୀ ଛତ୍ରୀୟା କହିଛନ୍ତି |

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *