ଶିକ୍ଷାବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ଶିକ୍ଷାବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ଫୋକସ ପ୍ଲସ ୨/୬/୨୨(ମୟୁରଭଞ୍ଜ): ମୃତକ ପରିବାରକୁ ଥଇଥାନ ସ୍କିମରେ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷାବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ୨୦୨୦ରୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ପାଇ ବାରମ୍ବାର ନିଯୁକ୍ତି ପାଇବାରେ ବିଫଳ ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିବାର। ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ଅନୁକମ୍ପା ମୁଳକ ନିଯୁକ୍ତି ପାଇଁ ଯୋଗ୍ୟ ଯୁବକ ଯୁବତୀ ।ଅଭିଯୋଗ ଅନୁସାରେ ୨୦୨୦ ମସିହା ରେ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ଯୁବକ ଓ ଯୁବତୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିକଟରେ ଆବେଦନ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଶୃତି ମଧ୍ୟ ଦେଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ୨୦୨୦ ମସିହା ଜାନୁଆରୀ ୨୭ତାରିଖରେ କାଉନସେଲିଂ ପାଇଁ କାର୍ଯ୍ୟାଳୟ କୁ ଡାକି ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବିଭିନ୍ନ ବାହାନା କରି ନିଯୁକ୍ତି ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରିଥିବାର ଅଭିଯୋଗ ଆଣିଛନ୍ତି ଧାରଣା ରେ ବସିଥିବା ଯୁବକ ଯୁବତୀ।ହେଲେ ଏ ଭିତରେ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ଯୋଗ୍ୟ ବିବେଚିତ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ, ନିଯୁକ୍ତି ଦାବିରେ ଆଜି ଯୁବକ ଯୁବତୀ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି।ତେବେ ଖୁବ ଶୀଘ୍ର ଏହି ଘଟଣା କୁ ତର୍ଜମା କରି ଆସନ୍ତା ଦୁଇ ଦିନ ଭିତରେ ଯୋଗ୍ୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *