ଡ୍ୟାମ ପ୍ରକଳ୍ପ ରେ ମହାଦୁର୍ନୀତି

ଡ୍ୟାମ ପ୍ରକଳ୍ପ ରେ ମହାଦୁର୍ନୀତି

ଫୋକସ ପ୍ଲସ ୨/୬/୨୨(ନର୍ଲା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ବେହେରାଗୁଡା ରେ ଚାଷୀଙ୍କ ଚାଷ ଜମିକୁ ଜଳ ସେଚନ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନରୁ ଏମ ଆଇ ବିଭାଗ ତରଫରୁ ୮ ଗୋଟି ଚେକ୍ ଡେମ୍ ନିର୍ମାଣ କରାଯାଇଛି l ୨୦୧୮/୧୯ ରେ ଏମ ଆଇ ବିଭାଗ ତରଫରୁ ଏହି ଚେକ୍ ଡେମ୍ ନିର୍ମାଣ କରାଯାଇଥିଲା l ହେଲେ ବର୍ଷସାରା ବେହେରାଗୁଡା ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ପାଇଁ ପାଣି ମୁନ୍ଦାଏ ପାଇ ପାରୁ ନାହାଁନ୍ତି l ତେବେ ଚାଷୀ ଏଠି ପ୍ରଶ୍ନ କରିଛନ୍ତି ଚାଷୀଙ୍କ ନାଁ ରେ କରାଯାଇଥିବା କୋଟି କୋଟି ଟଙ୍କାର ଚେକ୍ ଡେମ୍ ପ୍ରକଳ୍ପ କାହା ସ୍ବାର୍ଥ ପାଇଁ କରାଯାଇଛିl ଯେଣେ ତେଣେ ଭାବରେ କାମ ସାରି ଦେଇ କେବଳ ଠିକାଦାର ପୋଷାନୀତି କରୁଛନ୍ତି ରାଜ୍ୟ ସରକାର ଏବଂ ତାଙ୍କ ଅଧିକାରୀ ମାନେ l ଏଭଳି କିଛି ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଆହୁରି କହିଛନ୍ତି ବର୍ଷା ଦିନରେ ନାଳ ପାଣି ନାଳରେ ଯାଉଛି l ଆଉ ଗ୍ରୀଷ୍ମ ଋତୁରେ ତ ପାଣି ର ନାଁ ଗନ୍ଧ ମିଳୁନି l ପ୍ରତି ବର୍ଷ ଚାଷୀ ରାଜ୍ୟ ସରକାରଙ୍କୁ ଚାଷ କର ଦେଉଛନ୍ତି ହେଲେ ଘୋର ମରୁଡି ର ସାମ୍ନା କରିବାକୁ ପଡୁଛି l ଗୃହ ପାଳିତ ଗାଇ ଗୋରୁ ମାନଙ୍କୁ ପାଣି ମୁନ୍ଦାଏ ପିଇବାକୁ ମିଳି ପାରୁ ନାହିଁ l ବେହେରାଗୁଡା ଗ୍ରାମର ଦୌରାମ ପାତ୍ରଙ୍କର ୨.୫ ଏକର, ଶ୍ରିହରି ପାତ୍ର ୩ ଏକର, ଡାମ୍ନା ପାତ୍ର ୩ ଏକର,ଘାସିରାମ ପାତ୍ର ୨ଏକର,ଟଙ୍କଧର ଗୌଡଙ୍କର ୩ ଏକର, ଭୋଲା ନାଥ ମିଶ୍ରଙ୍କର ୯ ଏକର,ସୁମନ୍ତ ଦାସଙ୍କର ୪ ଏକର, ଦୂର୍ବା ମିଶ୍ରଙ୍କର ୫ ଏକର,ଗୁରିଆ ମାଝୀଙ୍କର ୧ ଏକର, ଏମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ଚାଷ କର ଦେଇ ଆସୁଛନ୍ତି l ଉକ୍ତ ଚାଷୀ ମାନଙ୍କୁ ବର୍ଷା ଦିନ ରେ ବର୍ଷା ପାଣି କୁ ନିର୍ଭର କରି ଚାଷ କାର୍ଯ୍ୟ କରୁଛନ୍ତି ଏହା ବ୍ୟତୀତ ଅନ୍ୟ ଋତୁ ମାନଙ୍କରେ ପାଣି ର ଘୋର ସମସ୍ୟା ଦେଖା ଦେଇଛି l ତେବେ ଚାଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଚେକ୍ ଡେମ୍ ପ୍ରକଳ୍ପରୁ ଚାଷୀ କଣ ପାଇଁ ପାଣି ପାଇ ପାରୁ ନାହାଁନ୍ତି ଏହା ତଦନ୍ତ ସାପେଖ୍ୟ ବୋଲି ଗ୍ରାମ ବାସୀ କହିଛନ୍ତି l

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *