ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମିକ ଉଦ୍ଧାର

ଫୋକସ ପ୍ଲସ ୨/୬/୨୨(କୋଟପାଡ଼): କୋଟପାଡ଼ ସହର ର ବିଭିନ୍ନ ସ୍ଥାନରେ ଲେବର ଡିପାର୍ଟମେଣ୍ଟ,ଶିଶୁ ସୁରକ୍ଷା ସମିତି,ଡିସିପିଓ ଓ ସ୍ଥାନୀୟ ପୋଲିସ ପ୍ରଶାସନର ମିଳିତ ଚଢ଼ାଉରେ ଚାରି ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି l ସୂଚନାନୁସାରେ କୋଟପାଡ଼ ଅଂଚଳର ଏକ ସୋରୁମ, ଫାଷ୍ଟଫୁଡ ସେଣ୍ଟର, ଟାୟାର ରିପିୟାର ଦୋକାନରୁ ଚାରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଜୟପୁର ଲେବର ଇନିସ୍ପେକ୍ଟର ପୂର୍ଣ୍ଣିମା ଦୁଢ଼ୁକା l ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ହରିଶ୍ଚନ୍ଦ୍ର ବେହେରା, ଗଙ୍ଗାଧର ମିଶ୍ର, ବଳରାମ ପଟନା, ସଚ୍ଚିଦାନନ୍ଦ ନାୟକ, ମିନି ମହାକୁଡ଼, ଚୈତନ୍ୟ ମାଝୀ ଙ୍କ ସମେତ ଡିସିପିୟୁ କୋରାପୁଟଓ ସ୍ଥାନୀୟ ପୋଲିସ ଚଢ଼ାଉ ସମୟରେ ସାମିଲ ଥିବା ଜଣାଯାଇଛି l ଆଗକୁ ଆହୁରି ଚଢ଼ାଉ ଜାରି ରହିବ ବୋଲି ପୂର୍ଣ୍ଣିମା ଦୁଢୁକା ସୂଚନା ଦେଇଛନ୍ତି ଲ ସୂଚନା ଥାଉକି କାଲି ମିଳିତ ଭାବରେ ଜୟପୁର, ବୋରିଗୁମ୍ମା ଓ କୋଟପାଡ଼ର ବିଭିନ୍ନ ଦୋକାନ, ଗେରେଜ, ଓ ଫାର୍ଷ୍ଟଫୁଡ ମାନଙ୍କରେ ଚଢ଼ାଉ କରାଯାଇଥିଲା l ଶିଶୁ ଶ୍ରମିକ ଅଧିକାରୀ ମାନେ ଜନସତେଜନ ହୋବl ନିହାତି ଆବଶ୍ୟକ ବୋଲି କହିଥିଲେ l ଆଗାମୀ ଦିନରେ ବିଭିନ୍ନ ଜନସତେଜନ କାର୍ଯ୍ୟକ୍ରମ କରାଯିବ ବୋଲି ନିଜ ମନ୍ତବ୍ୟ ଦେଇଥିଲେ l

Related post

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ ଆରାମ ପାଇପରିବେ |

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ…

ସ୍ୱାସ୍ଥ୍ୟ10/12(ଫୋକସ ପ୍ଲସ)ବାରମ୍ବାର ଛିଙ୍କରୁ କିପରି ମୁକ୍ତି ପାଇବେ: ଛିଙ୍କିବା ଅତି ସାଧାରଣ, କିନ୍ତୁ ଶୀତଦିନେ କିମ୍ବା ପାଗ ପରିବର୍ତ୍ତନ ହେଲେ ଏହାର ଆବୃତ୍ତି ଯଥେଷ୍ଟ ବୃଦ୍ଧି ପାଇଥାଏ |…
ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ |

ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ…

ନୂଆଦିଲ୍ଲୀ10/12(ଫୋକସ ପ୍ଲସ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ।ଏହି କାର୍ଯ୍ୟକ୍ରମରେ ମୋଦି…
ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ |

ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ…

ଉତ୍ତରପ୍ରଦେଶ10/12(ଫୋକସ ପ୍ଲସ); ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ବୈଠକରେ ତାଙ୍କ ପୁତୁରା…

Leave a Reply

Your email address will not be published. Required fields are marked *