ପଞ୍ଚାୟତର ପ୍ରକଳ୍ପରେ ଅନିୟମିତତା ଅଭିଯୋଗ

ପଞ୍ଚାୟତର ପ୍ରକଳ୍ପରେ ଅନିୟମିତତା ଅଭିଯୋଗ

ଫୋକସ ପ୍ଲସ ୨/୬/୨୨(ସୁନ୍ଦରଗଡ଼):ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପ ସଫଳ ରୂପାୟନ ହେବା ତ ଦୂରର କଥା ,ଗୋଟିଏ ପ୍ରକଳ୍ପକୁ ଦୁଇ ଦୁଇ ଥର ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣ କରିବାରେ ବ୍ୟସ୍ତ ସରକାରୀ ଅଧିକାରୀ ବାବୁ ମାନେ।ଅନ୍ୟପଟେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ପକଳ୍ପ ନିର୍ମାଣ,ଏହିପରି ଏକ ଦୁର୍ନୀତି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଟାଂଗର ପାଲି ବ୍ଲକ ନିଆଲି ପାଲି ପଞ୍ଚାୟତ ରେ ।ଆମ ସୁନ୍ଦରଗଡ଼ ପ୍ରତିନିଧି ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରିବାକୁ ଯାଇ କିଛି ଏପରି ଅଭାବନୀୟ ଦୁର୍ନୀତି ଅଭିଯୋଗ ପାଇଛନ୍ତି ,ତେବେ ଆସନ୍ତୁ ଦେଖିବା କଣ ରହିଛି ଅଭିଯୋଗ ।୧- ଚାଉଁ ଢାଲ ଏରିଆ ବନ୍ଧ ଠାରୁ ମୁଣ୍ଡା ଗାଁ ଆର୍ ଡି ରାସ୍ତା ର ଉନ୍ନତିକରଣ
୨- କମ୍ପ୍ଲିସନ୍ ଅଫ ରୋଡ ଫ୍ରମ ଚାଉଁ ଢାଲ ଏରିଆ ବନ୍ଧ ଠାରୁ ମୁଣ୍ଡା ଗାଁ ଆର୍ ଡି ରାସ୍ତା
୩- ଚାଉଁ ଢାଲ ଆର୍ ଡି ରାସ୍ତା ଠାରୁ ତାଲ ମୁଣ୍ଡା ଭାୟା ନୂଆ ବନ୍ଧ
୪- କମ୍ପ୍ଲିଶନ ଅଫ ରୋଡ ଆର୍ ଡି ରାସ୍ତା ଠାରୁ ତାଲ ମୁଣ୍ଡା ଭାୟା ନୂଆ ବନ୍ଧ
ଏହି ଚାରିଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ରେ ଅନେକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ନାଏବ ସରପଂଚ ଓ ପଞ୍ଚାୟତ ବାସି ।ଏପରିକି ଚାଉଁ ଢାଲ ଏରିଆ ବନ୍ଧ ଠାରୁ ମୁଣ୍ଡା ଗାଁ ଆର୍ ଡି ରାସ୍ତା ଯାହାକି ସମ୍ପୂର୍ଣ କିଛି କାମ ନ ହୋଇ ଦୁଇ ଦୁଇ ଥର କାମ ହୋଇଛି କହି ଟଙ୍କା ଆତ୍ମସାତ କରାଯାଇଛି ।ଏନେଇ ଆମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ପ୍ରତିକ୍ରିୟା ରଖିବାକୁ କହିବାରୁ ତଦନ୍ତ ଚାଲିଛି ଏବେ ଆମେ କିଛି କହି ପାରିବୁ ନାହିଁ ବୋଲି କହିଥିଲେ ,ଅନ୍ୟପଟେ ଏନେଇ ପଞ୍ଚାୟତ ବାସି ବିଡ଼ିଓ,ବ୍ଲକ ଅଧ୍ୟକ୍ଷ,ବିଧାୟକ, ପିଡି,ଭିଜିଲାନ୍ସ ବିଭାଗ କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ଏ ଦୁର୍ନୀତି ଅଭିଯୋଗ ବିଷୟରେ ଜିଲ୍ଲା ପ୍ରଶାସନ କେତେ ଆଗକୁ କଣ ପଦକ୍ଷେପ ନେଉଛି ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *