ନିର୍ବାହୀ ଅଧିକାରୀ ଙ୍କ ଘରେ ପେଟ୍ରୋଲ ବୋମା ଆକ୍ରମଣ।

ନିର୍ବାହୀ ଅଧିକାରୀ ଙ୍କ ଘରେ ପେଟ୍ରୋଲ ବୋମା ଆକ୍ରମଣ।

ଫୋକସ ପ୍ଲସ ୨/୬/୨୨(ବାଲିମେଳା ):ନିର୍ବାହୀ ଅଧିକାରୀ ଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ତେବେ ଗତ କିଛିଦିନ ଧରି ବାଲିମେଳା କୁ ଆସିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ ରଚା ଯାଇଥିବା ଅନୁମାନ କରାଯାଉଛି। ଗତ ମଧ୍ୟରାତ୍ରିରେ ପାଖାପାଖି ୨.୩୦ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କ ବାସଭବନ ପଛ ପଟୁ କିଛି ଦୁର୍ବୁତ୍ତ ଆସି ପେଟ୍ରୋଲ ପକାଇ ଘରକୁ ଜାଳିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଧିକାରୀ ଙ୍କ ଝିଅଙ୍କର ହଠାତ ନିଦ ଭାଙ୍ଗିବାରୁ ସେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଅଧିକାରୀ ଏବଂ ତାଙ୍କ ଝିଅ ବାହାରକୁ ଆସି ଦେଖିଲା ବେଳକୁ ଘର ଚାରି କଡରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଏନଏସି କିଛି କର୍ମଚାରୀ ଏବଂ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କ ବାସଭବନ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ଓର୍କେଲ ପୋଲିସ କୋରାପୁଟ scientific team ଓ dog squad ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related post

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ l

ଫୋକସ ପ୍ଲସ 29/11/22 (ପାଲଲହଡା):ମଧ୍ୟାହ୍ନ ଭୋଜନ ଖାଇ 15 ଛାତ୍ରଛାତ୍ରୀ ଅସୁସ୍ଥ ଖମାର ହସ୍ପିଟାଲ ଭର୍ତ୍ତି lପାଲଲହଡା ଉପଖଣ୍ଡ ରଜଡ଼ଙ୍ଗ ପଞ୍ଚାୟତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ…
ଯୁବକ ଙ୍କୁ ନିର୍ମମ ହତ୍ୟା

ଯୁବକ ଙ୍କୁ ନିର୍ମମ ହତ୍ୟା

ଫୋକସ ପ୍ଲସ 29/11/22 (କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା…
ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଔଷଧ ପୋଡ଼ି ଦେଲେ ଶିକ୍ଷା ବିଭାଗ କର୍ମଚାରୀ।

ଫୋକସ ପ୍ଲସ 29/11/22 ( ଜଗତସିଂହପୁର): ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ପାଇଁ ବିଦ୍ୟାଳୟ ମାନଙ୍କୁ ଭିଟାମିନ ଔଷଧ ପ୍ରଦାନ କରିଛନ୍ତି।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଔଷଧ…

Leave a Reply

Your email address will not be published.