ଆର ଏଲ୍ କମ୍ପାନୀର ଜୁଲମ୍

ଆର ଏଲ୍ କମ୍ପାନୀର ଜୁଲମ୍

ଫୋକସ ପ୍ଲସ ୨/୬/୨୨(ବୌଦ୍ଧ):ବୌଦ୍ଧ ଜିଲ୍ଲା ଦେଇ ନୂତନ ଭାବେ ରେଲୱେ କାର୍ଯ୍ୟ କରୁଥିବା ଯେ ଆର୍ ଏଲ କମ୍ପାନୀ ଲୋକଙ୍କ ଉପରୁ ଜୋର୍ ଜବରଦସ୍ତ ହକ ବା ମୌଳିକ ଅଧିକାର ଛଡ଼ାଇ ନେବାକୁ ବସିଲାଣି।ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସ ପୁର ପଞ୍ଚାୟତ ପୁରୁଣାପାଣି ଗାଁ ରୁ।ଆଗରୁ ସଂଯୋଗ ଥିବା ପୁରୁଣା ପାଣି ରୁ ଖଇରମାଲ ରାସ୍ତା ଉପରେ ରେଲୱେ ରାସ୍ତା ନିର୍ମାଣ କରି ସଂପୂଣ୍ଣ ରୂପେ ବିଚ୍ଛିନ୍ନ କରିଦେଇଛି ଯାହା ଫଳରେ ଉଭୟ ଗ୍ରାମବାସୀ ଓ ପଡ଼ୋଶୀ ଗ୍ରାମର ଲୋକ ମାନେ ନାହିଁ ନଥିବା ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସବୁ ଜମି ଉପରେ ରେଲୱେ କାର୍ଯ୍ୟ କରୁଥିବା ବେଳେ ଯାହା ବଞ୍ଚିଛି ତାହା ଅପର ପାର୍ଶ୍ଵରେ ଅଛି ସେହି ଜମି କୁ ଯିବା ପାଇଁ ଆଉ ରାସ୍ତା ନାହିଁ । ତେଣୁ ଯଥା ଶୀଘ୍ର ଖଇରମାଳ ଓ ପୁରୁଣାପାଣି ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।ଦୀର୍ଘ ସାତ ମାସ ହେବ ଦାବିକରି ଆସୁଥିଲେ ମଧ୍ୟ କର୍ଣ୍ଣ ପାତ କରୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।ଗତ ୨୩/୧୨/୨୦୨୧ ରେ ଏକ ଚୁକ୍ତିନାମା ମଧ୍ୟ ଯେ ଆର୍ ଏଲ କମ୍ପାନୀର ମେନେଜର ବିଶ୍ଵନାଥ ବେହେରା ଙ୍କ ସହିତ ଉକ୍ତ ରାସ୍ତା ନିର୍ମାଣ ପାଇଁ ହୋଇଥିଲା।ହେଲେ ଆଶ୍ଚର୍ଯ୍ୟର ବିଷୟ ହେଲା ସେହି ସମୟରେ ହିଁ ଗତ ୨୪/୧୨/୨୦୨୧ ଦିନ ଜିଲ୍ଲାପାଳ ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ ଯାଇଥିବା ପୂର୍ଣ୍ଣ ମାତ୍ରାରେ ଜିଲ୍ଲାପାଳ ମହାୟ ଉକ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ ।ହେଲେ ଆଜି ପର୍ଯ୍ୟନ୍ତ ୬ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ଓ ଯେ ଆର୍ ଏଲ କମ୍ପାନୀର ପ୍ରସିଶୃତି ଭୁଆଁ ବୁଲାଇବା ସଙ୍ଗେ ସମାନ ଅଟେ। ଗତକାଲି ସମସ୍ତ ଗ୍ରାମବାସୀ ରେଲୱେ ରାସ୍ତା ନିର୍ମାଣ ହେଉଥିବା ସ୍ଥାନକୁ ଯାଇ ମନା କରିବାରୁ ଜୋର୍ ଜବରଦସ୍ତି ମାତ୍ରାଧିକ ପୋଲିସ ଉପସ୍ଥିତିରେ କାର୍ଯ୍ୟ କରୁଥିବା ଉକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି।ତେଣୁ ଯଦି ଆଗାମୀ ଦଶ ଦିନ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ । ତା,ହେଲେ ପୁରୁଣାପାଣି ଗ୍ରାମବାସୀ ସମସ୍ତେ ଆମରଣ ଅନଶନ କରିବାସହ ଆଇନ୍ କୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି।ଏଠାରେ ଦେଖିବାକୁ ବାକି ରହିଲା ଯେ ଜେ ଏଲ ଆର୍ କମ୍ପାନୀ ,ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ କି ପଦକ୍ଷେପ ନେଉଛି।

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.