ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସି

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସି

ଫୋକସ ପ୍ଲସ ୩/୬/୨୨(ଲାଞ୍ଜିଗଡ): ଲାଞ୍ଜିଗଡ,ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ଗୁଡିକରେ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି!ହେଲେ ଏବେ ବି ଲାଞ୍ଜିଗଡ ବ୍ଲକ ର ବହୁ ଗାଁ ଯେଉଁଠିକି ମୌଳିକ ସୁଭିଧା ପହଞ୍ଚି ପାରି ନାହିଁ!ଏ ଭଲି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧୀନ ଆଦିବାସୀ ଅଦ୍ୟଷିତ ଅଞ୍ଚଳ ପୋଡାପଦାର ଗାଁ!ଏହି ଗାଁ ରେ ପନ୍ଦର ଘର ଆଦିବାସୀ ବା କୋଟିଆ କନ୍ଦ ସମ୍ପ୍ରଦାୟ ଲୋକେ ଦୀର୍ଘ ବର୍ଷ ଧରି ବସ ବାସ କରିଆସୁଛନ୍ତି ହେଲେ ଏ ମାନଙ୍କୁ ଏବେବି ମିଳିନି ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଓ ବିଦ୍ୟୁତ ବ୍ୟବସ୍ଥା!ବିଜେପୁର ପଞ୍ଚାୟତ ମୁଖ୍ୟ କାର୍ଯାୟଲ ମାତ୍ର ଦୁଇ କିଲୋମିଟର ସତ୍ୟ ମଧ୍ୟ୍ୟ ଏବେ ଯାଏଁ କୌଣସି ରାଜ ନେତା ବା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ ଯାହା ଫଳରେ ଦୂରଦିନ ଅବସ୍ଥାରେ ପୋଡ଼ା ପଦର ଗ୍ରାମ ବାସି!ଗମନା ଗମନ ପାଇଁ ଏ ବେ ଯାଏଁ ରାସ୍ତା ଟିଏ ମଧ୍ୟ୍ୟ ହୋଇ ପାରିନାହିଁ!ଯେଉଁ ଠାରେ ଗମନା ଗମନ ର ବ୍ୟବସ୍ଥା ଏବେ ଯାଏଁ ହୋଇ ପାରି ନାଇଁ ସେଇଠାରେ ଶିକ୍ଷା କୁ ପଚାରେ କିଏ! ଯାହା ଫଳରେ ଗାଁ ର ଅନେକ ଗୁଡ଼ି ଶିଶୁ ଶିକ୍ଷା ରୁ ବଞ୍ଚିତ ରହୁ ଛନ୍ତି! ଏ ମାନଙ୍କୁ କେବଳ ପାଦ ଚଲା ରାସ୍ତା ହିଁ ଏକ ମାତ୍ର ବିକଳ୍ପ ଏହି ରାସ୍ତା ପାଇଁ ପ୍ରଶାସନ କୁ ଜଣାଇଲା ପରେମଧ୍ୟ୍ୟ ପ୍ରଶାସନ ନିଘୋଡ଼ ନିଦ୍ରାରେ ସୋଇପଡିଛି ଏହି ସରକାରୀ ବାବୁଙ୍କ ଭୁଲ ପାଇଁ ଅନେକ ନିରୀହ ଶିଶୁଙ୍କ ଭବିଷ୍ୟତ ନଷ୍ଟ ହେବାରେ ଲାଗିଛି!ବିଦ୍ୟୁତ କଥା କହିଲେ ଏବେ ଯାଏଁ ବିଦ୍ୟୁତ ଗାଁରେ ସଂଯୋଗ ହୋଇ ନାଇଁ ଯାହା ଫଳରେ ଡିବିରୀ ଆଲୁଅ ହିଁ ଭରଷା କିନ୍ତୁ ନିଅମିତା ଭାବେ କିରୋସିନ ମିଳୁନଥିବାରୁ ନାନା ଅସୁଭିଧାରେ ସମ୍ମୁଖୀନ ହେଉଛି ବୋଲି ମତ ପ୍ରକାଶ କଲେ ଗ୍ରାମ ବାସି! ଯଥା ଶୀଘ୍ର ଗାଁ ରାସ୍ତା ଓ ବିଦ୍ୟୁତ ସଂଯୋଗ କରାଯାଉ ବୋଲି ସାଧାରଣରେ ଦାବି ହେଉଛି

ଲାଞ୍ଜିଗଡ ରୁ ତୁଳସୀ ରାମ ପ୍ରଧାନୀ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *