ଅସହାୟ ଅବସ୍ଥାରେ ବିକଳାଙ୍ଗ ଯୁବତୀ

ଅସହାୟ ଅବସ୍ଥାରେ ବିକଳାଙ୍ଗ ଯୁବତୀ

ଫୋକସ ପ୍ଲସ ୩/୬/୨୨(ବୋରିଗୁମ୍ମା): ବିକଳାଙ୍ଗ ଯୁବତୀଙ୍କ ବିକଳାଙ୍ଗ ଭତା କାଟିଦେଲେ ସରକାର | ଦୀର୍ଘ ୨ବର୍ଷ ହେବ ବିକଳାଙ୍ଗ ଭତ୍ତା ନ ପାଇ ଅସହାୟରେ ଜୀବନ କାଟୁଛନ୍ତି ଯୁବତୀ ପରଲୋକକୁ ଭରସା କରି ବିକଳାଙ୍ଗ ଯୁବତୀଙ୍କୁ ଧରି ନିରୁପାୟ ବାପା ମାଆ |ଭଲ ଲୋକଙ୍କୁ ସରକାରୀ ସହାୟତା ମିଳୁଛି ଅସହାୟ ଲୋକଙ୍କ ଉପରେ ଦାଉ ସାଝୁଛି ପ୍ରଶାସନ ସରକାରୀ କର୍ମଚାରୀଙ୍କ ଦାୟିତ୍ୱହିନତା ଓ ଅପାରଗତା କାରଣରୁ ସରକାରଙ୍କ ଯୋଜନା ବାଟ ମାରଣା ହେଉଛି ବିଧବା ଓ ବିକଳାଙ୍ଗ ମାନଙ୍କ ପାଇଁ ସରକାର ଦେଉ ଥିବା ଭତା ଟଙ୍କା ଅସହାୟ ଲୋକଙ୍କୁ ନମିଳି ହାଇରାଣ ହେଉଛନ୍ତି ହିତାଧିକାରୀ ।ଭଳି ଏକ ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ବୋଡିଗାଁ ପଂଚାୟତରେ । ଗ୍ରାମର ତ୍ରିନାଥ ଯାନୀଙ୍କ ୧୪ବର୍ଷର ବିକଳାଙ୍ଗ ଝିଅ ଉଷା ଯାନୀଙ୍କୁ ରାଜ୍ୟ ସରକାର ବିକଳାଙ୍ଗ ଭତ୍ତା ପ୍ରଦାନ କରିଥିଲେ । ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବାରୁ ମଧୁବାବୁ ପେନସନ ଯୋଜନା ରେ ବିକଳାଙ୍ଗ ଉଷାକୁ ପ୍ରତି ମାସରେ ଭତ୍ତା ମିଳୁଥିଲା । କିନ୍ତୁ କେଉଁ କାରଣ ବଶତଃ ଆଉ ଉଷାଙ୍କୁ ଦୀର୍ଘ ୨ବର୍ଷ ହେବ ଭତ୍ତା ମିଳୁନାହିଁ । ଯାହା ଫଳରେ ଉଷାର ମାସିକ ଓଷଧିୟ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପରିବାର ଲୋକଙ୍କୁ ବହୁ ସମସ୍ୟା ହେଉଛି। ୧୪ ବର୍ଷର ଦିବ୍ୟଙ୍ଗ ଯୁବତୀ କୁ ଧରି ପରିବାର ବହୁ ସମସ୍ୟାରେ ପଡିଥିବା ଦେଖିବାକୁ ମିଳିଛି ।ବାପା ମଧ୍ୟ କଥା କହି ପାରୁ ନାହାନ୍ତି ଛେଳି ଚରାଇଲେ ଗରିବ ପରିବାରର ପେଟକୁ ଦୁଇ ଉଳି ପାଇଁ ଚୂଲି ଜଳୁଛି । ଅସହାୟ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ ମଧ୍ୟ କରାଯାଇନାହିଁ । ଚାଳ ଚପର ଘରେ ପାଳ ଟାଣି ବୁଢା ବାପା ମାଆ ଏବଂ ଦିବ୍ୟଙ୍ଗ ଯୁବତୀ ଜଣକ ରହୁଛନ୍ତି ପ୍ରଶାସନର କୋଠର ନିଷ୍ପତ୍ତି ଆଗରେ ଅପାଠୁଆ ଆଦିବାସୀ ଲୋକଙ୍କ ଅଧିକାର ବଳି ପଡିଥିବା ଏ ଘଟଣା ଦେଖିଲେ ଅନୁମେୟ ହେଉଛି । ତେବେ ଉଷାର ମାଆ ରାଜ୍ୟ ସରକାରଙ୍କୁ ଏବଂ ସ୍ଥାନୀୟ ବ୍ଲକ ପ୍ରଶାସନକୁ ପୁଣି ଥରେ ଭତା ଏବଂ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ଗୁହାରି କରିଛନ୍ତି ଏହା ସହିତ ଦିବ୍ୟଙ୍ଗ ଅସହାୟ ଉଷାକୁ ପୁଣିଥରେ ମାସିକ ଭତ୍ତା ଓ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ଉପରିସ୍ଥ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି କିଭଳି ସହାୟତା ପୁଣିଥରେ ମିଳିବ ତାର ବ୍ୟବସ୍ଥା କରିବେ ବୋଲି ସରପଞ୍ଚ କରୁଣା ବଡ଼ନାୟକ କହିଛନ୍ତି ।ସେପଟେ ଏନେଇ ଗଣମାଧ୍ୟମ ବୋଡିଗାଁ ପଂଚାୟତ ଅଧିକାରୀଙ୍କୁ ପଚାରିବାରୁ ମୁଁ ଏହି ପଂଚାୟତରେ ନୂତନ ଭାବରେ ଯୋଗ ଦେଇଛି । ଏହି ସମସ୍ୟା ସମ୍ପର୍କରେ ଯୁବତୀର ପରିବାର ଏବଂ ଗ୍ରାମବାସୀ କିଛି ଜଣାଇ ନାହାନ୍ତି ଆପଣ ମାନଙ୍କ ଠାରୁ ଏ ସମସ୍ୟା ସମ୍ପର୍କରେ ଶୁଣିବାକୁ ପାଇଲି ।ଯଦି ଏଭଳି ସମସ୍ୟା ହୋଇଛି ଏହାର ଅନୁସନ୍ଧାନ କରି ତାକୁ ସାହାଯ୍ୟ ପୁଣି ଥରେ ଯୋଗାଇ ଦିଆ ଯିବ ବୋଲି ସଫେଇ ଦେଇଛନ୍ତି ପଂଚାୟତ ଅଧିକାରୀ ମହାଶୟ ।କେଉଁ କାରଣ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ୨ବର୍ଷ ହେବ ଆର୍ଥିକ ସହାୟତା ଦିଆଯାଉନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିବା ବେଳେ ସହାୟତା ପାଇଁ ଆସିଥିବା ଟଙ୍କା ବାଟ ମାରଣା ହୋଇ ନାହିଁ ତ ବୋଲି ଗ୍ରାମରେ ଆଲୋଚନା ଜୋର ଧରିଛି ତେବେ କେବେ ଏହାର ସତ୍ୟା ସତ୍ୟ ପଦାକୁ ଆସୁଛି ଏବଂ ଭିନ୍ନକ୍ଷମ ଯୁବତୀଙ୍କୁ ତାର ସାରକାରୀ ସହାୟତା ମିଳିପାରୁଛି ତାହା ହିଁ ଦେଖିବା ବାକି ରହିଲା ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *