ଜଙ୍ଗଲୀ ମାଂସ ଭାବି ଗଂଜେଇ ବ୍ୟାଗ ମାଡ଼ି ବସିଲା ବନ ବିଭାଗ

ଜଙ୍ଗଲୀ ମାଂସ ଭାବି ଗଂଜେଇ ବ୍ୟାଗ ମାଡ଼ି ବସିଲା ବନ ବିଭାଗ

ଫୋକସ ପ୍ଲସ ୩/୬/୨୨(ନୟାଗଡ଼):ନୟାଗଡ଼ ଜିଲ୍ଲା ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡାଝୋଲା ସେକ୍ସନ ର ଫରେଷ୍ଟ ର ଶ୍ରୀ. ସନାତନ ସ୍ୱାଇଁ ନିଜର ଫରେଷ୍ଟ ସ୍କ୍ୱାର୍ଡ ଙ୍କୁ ନେଇ ଗତକାଲି ରାତିରେ ପେଟ୍ରୋଲିଙ୍ଗି କରୁଥିବା ସମୟରେ ରାତି ପ୍ରାୟ 0୩:00 ଘଂଟିକା ସମୟରେ ବାହାଡାଝୋଲା ଜଗନ୍ନାଥ ରୋଡ଼ ଦେଇ ଏକ କଳା ପଲସର ରେ ଯାଉଥିବା ଦୁଇଜଣ ଦୃବୁତ୍ତ ଗୋଟିଏ ବ୍ୟାଗ ମଝିରେ ଧରି ଯାଉଥିବା ବେଳେ ବାହାଡାଝୋଲା ବନ ବିଭାଗ ଗାଡ଼ି ସହ ମୁହାଁ ମୁହିଁ ହୋଇଥିଲେ | ବାହାଡାଝୋଲା ବନବିଭାଗ ଗାଡ଼ି କୁ ଦେଖି ଭୟରେ ଗାଡିକୁ ଧରି ସ୍ପିଡ଼ ରେ ଖସି ପଳାଇ ଯାଉଥିବା ବେଳେ କିଛି ଜଙ୍ଗଲୀ ମାଂସ ଚୋରା ଚାଲାଣ ର ସନ୍ଦେହ କରି ବାହାଡାଝୋଲା ଫରେଷ୍ଟର ଶ୍ରୀ. ସନାତନ ସ୍ୱାଇଁ ଗାଡ଼ି ର ପିଛା କରିଥିଲେ କିଛି ବାଟ ଦୁଇ ଜଣ ଦୃବୁତ୍ତ ଙ୍କ ସହ ଛକା ପଞ୍ଝା ପରେ ବାହାଡାଝୋଲା ବିଦ୍ୟୁତ ଷ୍ଟକଚର ଠାରେ ମଉଜର ଦେଖାଇ ବ୍ୟାଗ ଫୋପାଡ଼ି ଚାଲିଯାଇଥିଲେ ଦୃବୁତ୍ତ | ତଥାପି ନିଜର ଜୀବନ ସହ ବାଜି ଲଗାଇ ଶ୍ରୀ. ସ୍ୱାଇଁ ଦୃବୁର୍ତ୍ତ ମାନଙ୍କର କିଛି ବାଟ ପିଛା କରିଥିଲେ ମଧ୍ୟ୍ୟ କଳା ପଲସର ବାଇକି ର ନମ୍ବର ପ୍ଲେଟ ରେ ମାଟି ବୋଳା ଯାଇଥିବା ରୁ. କିଛି ପତ୍ତା ମିଳିନଥିଲା ଦୃବୁତ୍ତ ଙ୍କ | ଫେରି ଆସି ଘଟଣା ସ୍ଥଳରେ ବ୍ୟାଗ ଖୋଜିଲା ପରେ ବ୍ୟାଗ ରେ ଆନୁମାନିକ ଗଂଜେଇ ୫ କେଜି ଥିବା ର ଦେଖି ଗଂଜେଇ କୁ ଜବତ କରିଥିଲା ବନ ବିଭାଗ | ସକାଳ ସମୟ ରେ ଗଂଜେଇ ବ୍ୟାଗ କୁ ନେଇ ବାହାଡାଝୋଲା ଫାଣ୍ଡି ରେ ଜିମା ଦେବାକୁ ଯାଇଥିବା ବନ ବିଭାଗ କୁ ନିରାଶ କରିଥିଲେ ବାହାଡାଝୋଲା ଫାଣ୍ଡି | ପରବର୍ତୀ ଗଂଜେଇ ବ୍ୟାଗ କୁ ନ ରଖି ଫେରାଇ ଦେଇଥିଲେ | ପରେ ବାହାଡାଝୋଲା ଫରେଷ୍ଟର ଶ୍ରୀ. ସ୍ୱାଇଁ ଓଡଗାଁ ଆଦର୍ଶ ଥାନା ରେ ନେଇ ସେହି ଗଂଜେଇ ବ୍ୟାଗ କୁ ଜିମା ଦେଇଥିଲେ | ଗଂଜେଇ ବ୍ୟାଗ କୁ ଦେଖି ଓଡଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ. ପୂର୍ଣଚନ୍ଦ୍ର ପଟ୍ଟାୟତ ଫରେଷ୍ଟର ଶ୍ରୀ. ସ୍ୱାଇଁ କୁ ପ୍ରଶଂସା କରିଥିଲେ | ଏବଂ ବାହାଡାଝୋଲା ଅଞ୍ଚଳ ରେ ଚୋରା ଚାଲାଣ ହେଉଥିବା କାଠ, ଗଂଜେଇ ଚାଲାଣ, ଦେଶୀ ମଦ,ଗୋରୁ ଚାଲାଣ ଉପରେ ମିଳିତ ଭାବେ ପେଟ୍ରୋଲିଂ କରିବାକୁ ପ୍ରସ୍ତାବ କହିଥିଲେ | ଏହା ପରେ ଏବେ ଭୟ ରେ ବାହାଡାଝୋଲା ଅଞ୍ଚଳ ରେ ଚୋରା ମାଫିଆ |

ନୟାଗଡ଼ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *