ଅବ୍ୟବସ୍ଥା ଘେରରେ ଛାତ୍ରବାସ୍ ହଷ୍ଟେଲ

ଅବ୍ୟବସ୍ଥା ଘେରରେ ଛାତ୍ରବାସ୍ ହଷ୍ଟେଲ

ଫୋକସ ପ୍ଲସ ୩/୬/୨୨(ଦଶମନ୍ତପୁର): ଆମେ ରହିବା ଲାଗି ଆମକୁ ଭଲ ହଷ୍ଟେଲ ଗୃହ, ଶୌଚାଳୟ ବ୍ୟବସ୍ଥା, ସ୍କୁଲ ପାଚେରୀ ଓ ଶ୍ରେଣୀ କକ୍ଷ ଦିଅନ୍ତୁ। ନହେଲେ ଆମେ ସ୍କୁଲ ଛାଡ଼ି ଚାଲି ଯିବୁ, ସବୁ ବେଳେ ଜୀବନ କୁ ବାଜି ଲଗାଇ ଭୟ ଓ ଆତଙ୍କରେ ରହୁଛୁ। ଆମେ ନିଜକୁ ସୁରକ୍ଷା ମଣୁ ନାହୁଁ। ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତ ଅଧିନସ୍ଥ ଢେପ ଗୁଡା ଗାଁ ସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ର ଛାତ୍ର ମାନେ। । ଏହି ବିଦ୍ୟାଳୟ‌ ୧୯୯୮ ମସିହାରେ ସ୍ଥାପିତ ହୋଇଛି, ହେଲେ ଗତ ୧୦ ତଳେ ଏହି ସ୍କୁଲକୁ ମଙ୍ଗଳ ବିଭାଗ ପକ୍ଷରୁ ୪୦ ଜଣ ଅନୁସୁଚୀତ ଜାତୀ ଜନଜାତିର ଛାତ୍ର ମାନେ ରହି ପାଠ ପଢ଼ିବା ଲାଗି ହଷ୍ଟେଲ ବ୍ୟବସ୍ଥା କରାଯାଇଛି । କିନ୍ତୁ ଅନ୍ତେବାସୀ ଛାତ୍ର ମାନଙ୍କ ପାଇଁ କୈାଣସି ଭିତ୍ତି ଭୁମି ବ୍ୟବସ୍ଥା କରାଯାଇ ନାହିଁ। ପିଲା ଙ୍କ ସୁବିଧା ଲାଗି ନାଁ ରହିଛି ପାଇଖାନା ବ୍ୟବସ୍ଥା, ନାଁ ଅଛି , ସ୍କୁଲ ପାଚେରୀ ଓ ଶ୍ରେଣୀ କକ୍ଷ,। ବର୍ଷ ବର୍ଷ ଧରି ପାଣି ଗଳୁ ଥିବା ଭଙ୍ଗା ଦଦରା ଆଜବେଷ୍ଟସ ଘର ତଳେ ଜୀବନ କୁ ବାଜି ଲଗାଇ ପାଠ ପଡି ଆସୁଥିବା ବେଳେ ସୁରକ୍ଷା ପାଇଁ ପାଚେରୀ ନଥିବାରୁ ଭୟ ଓ ଆତଙ୍କରେ ରହୁଥିବା କୁନି ଛାତ୍ର ମାନେ ଓ ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ରାତି ଅଧରେ ଶୌଚ ପାଇଁ ବାହାରେ ଯିବାକୁ ପଡୁଛି। ସାଙ୍ଗରେ ପିଅନ କି ସାଙ୍ଗ ମାନେ ନଥିଲେ ସେମାନେ ଅସୁବିଧା ଭୋଗୁ ଥିବା କୁହାଯାଇଛି। ବିଭିନ୍ନ ସମୟରେ ସରି ସୃପ ହଷ୍ଟେଲ ଭିତରକୁ ଆସୁଛନ୍ତି। ଦୁଇ ତିନି ଥର ବିଷଧର ସାପ ହଷ୍ଟେଲ ଭିତରେ ପଶି ଥିଲା। ପୁଣି ବିଦ୍ୟୁତ୍ ମଧ୍ୟ ଅସ୍ଥାୟୀ ଭାବେ ତାର ଟଣା ଯାଇଛି। ସବୁ ବେଳେ ସାର୍ ମାନେ ରହୁନାହାନ୍ତି। ଆମେ ସୁର‌କ୍ଷା ନାହୁଁ ଆମ ପାଇଁ ସବୁ ବ୍ୟବସ୍ଥା କରାଯାଉ ବୋଲି ଅନ୍ତେବାସୀ ଛାତ୍ର ମାନେ ନିବେଦନ କରିଛନ୍ତି। ଏସମ୍ପର୍କରେ ପ୍ରଥମେ ହଷ୍ଟେଲ ଦାୟିତ୍ଵ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ସଭା ସୁନ୍ଦର କୁଳଦିପ କୁ ପଚାର ବୁଝି ଥିଲୁ। ତେବେ ସେ କହିଥିଲେ ଯେ ଏହି ସ୍କୁଲ ରେ ମାତ୍ର ଅଳ୍ପ ଦିନ ହେବ ସେ ଆସିଛନ୍ତି। ତଥାପି ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ନିଜେ ପ୍ରଧାନ ଶିକ୍ଷକ ସ୍ବୀକାର କରିଛନ୍ତି। ସ୍କୁଲ ରେ ଛାତ୍ର ମାନଙ୍କ ପାଇଁ କୈାଣସି ସୁବିଧା ନାହିଁ। ବାରମ୍ବାର ପ୍ରଶାସନ କୁ ଜଣା ଯାଉଥିଲେ ମଧ୍ୟ ସୁଫଳ ମିଳୁନାହିଁ। ହଷ୍ଟେଲ ପିଲାମାନଙ୍କର ସୁବିଧା ନଥିବାରୁ ପିଲା ଙ୍କୁ ଘର କୁ ନେଇ ଯିବୁ ବୋଲି ଅଭିଭାବକମାନେ କହୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତାପରେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଦୟାସିନ୍ଧୁ ବାଘ ଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଥିଲେ ଯେ ସ୍କୁଲ ଆମର କିନ୍ତୁ ହଷ୍ଟେଲ ଦାୟିତ୍ଵ ମଙ୍ଗଳ ବିଭାଗର। ବର୍ତମାନ ବର୍ଷା ରୁତୁ କୁ ଆଖି ଆଗରେ ରଖି କେଉଁ ସ୍କୁଲ ର ସ୍ଥିତି କିଭଳି ଅଛି ତାହା ଚିହ୍ନଟ କରିବା ଲାଗି ଶିକ୍ଷକ ମାନଙ୍କୁ କୁହାଯାଇଛି। ତାଙ୍କ ଠାରୁ ରିପୋର୍ଟ ଆସିଲେ ଆମେ ବ୍ୟବସ୍ଥା ପାଇଁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଛନ୍ତି। କିନ୍ତୁ ବ୍ଲକ ମଙ୍ଗଳ ଅଧିକାରୀ ଶ୍ରୀ ପିତାମ୍ବର ନାୟକଙ୍କୁ ଯୋଗା ଯୋଗ କରିଥିଲୁ। ତେବେ ସେ ମୁଁ ନୂଆ କରି ବ୍ଲକ ରେ ଆସି ଛି । ଦେଖିଲା ପରେ କ’ଣ କହିବି ବୋଲି ସଫେଇ ଦେଇଥିଲେ। ତଥାପି ଜିଲ୍ଲା ପ୍ରଶାସନ ଏହି ଜରାଜୀର୍ଣ୍ଣ ମଙ୍ଗଳ ବିଭାଗର ଛାତ୍ର ବାସ୍ ହଷ୍ଟେଲ କୁ ଦୃଷ୍ଟି ଆକର୍ଷଣ କରି ଛାତ୍ର ମାନଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ନହେଲେ ପିଲା ମାନଙ୍କ ର କୈାଣସି ଅସୁବିଧା ହେଲେ ପ୍ରଶାସନ ଦାୟି ହେବେ ବୋଲି ଚେତାବନୀ ଦେଇଛନ୍ତି।

ଦଶମନ୍ତପୁର ବ୍କକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *