ମଦ କାଉଣ୍ଟର ଲୁଟିଲେ ଦୁର୍ବୁତ୍ତ

ମଦ କାଉଣ୍ଟର ଲୁଟିଲେ ଦୁର୍ବୁତ୍ତ

ଫୋକସ ପ୍ଲସ ୪/୬/୨୨(ଢେଙ୍କାନାଳ): କାମାକ୍ଷାନଗର ଥାନା ଜିରାଳ ସ୍ଥିତ ବିଦେଶୀ ମଦ କାଉଣ୍ଟର ରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ l ସୂଚନା ଅନୁସାରେ ଆଜି ଅପରାହ୍ନ ରେ କିଛି ଯୁବକ କାଉଣ୍ଟର କୁ ଥଣ୍ଡା ବିଅର ପିଇବାପାଇଁ ଆସିଥିଲେ l କିନ୍ତୁ କାଉଣ୍ଟର ରେ ଥଣ୍ଡା ବିଅର ନଥିବା ରୁ ଯୁବକ ମାନେ ମଦ ଦୋକାନ ରେ ଥିବା ସେଲସମ୍ୟାନ ଙ୍କ ସହ ଯୁକ୍ତିତର୍କ କରିଥିଲେ l କିଛି ସମୟ ପରେ ଉକ୍ତ ଯୁବକ ମାନେ ପୁଣି କାଉଣ୍ଟର ଠାରେ ପହଞ୍ଚି ମଦଦୋକାନ ରେ ଥିବା ସେଲସମ୍ୟାନ ଙ୍କ ସହ ଝଗଡା କରିବା ସହ କାଉଣ୍ଟର ରେ ଥିବା ନଗଦ ଚାରିଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟିନେଇଥିଲେ l ଏ ସମ୍ପର୍କ ରେ ମଦ କାଉଣ୍ଟର ଦାୟିତ୍ୱ ରେ ଥିବା କର୍ମଚାରୀ ମାନେ ମାଲିକ ଙ୍କୁ ଜଣାଇବାରୁ ସେ କାମାକ୍ଷାନଗର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକାରୀ ଙ୍କ ଅଭିଯୋଗ ଅନୁସାରେ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ସିସିଟିଭି ର ଏଲଇଇଡି ଓ କମ୍ପୁଟର ସହ ସିସିଟିଭି ର ହାର୍ଡଡିସ୍କ କୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି l

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.